ସ୍ପଷ୍ଟୀକରଣ ଦେଇ ଥକି ଗଲେଣି ଭାରତ ସରକାର, ସେପଟେ ପୁଣି ଦାବି ଦୋହରାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍କଟଲାଣ୍ଡର ଟର୍ନବେରୀ ରିସର୍ଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ସହ ବୈଠକ ସମୟରେ ଦାବି କରିଛନ୍ତି ଯେ, ସେ ରାଷ୍ଟ୍ରପତି ନ ହୋଇଥିଲେ ବିଶ୍ୱରେ ଭାରତ-ପାକିସ୍ତାନ ସମେତ ୬ଟି ବଡ଼ ଯୁଦ୍ଧ ହୋଇଥାନ୍ତା। ଟ୍ରମ୍ପ କହିଛନ୍ତି, ତାଙ୍କ ହ୍ୱାଇଟ ହାଉସରେ ଉପସ୍ଥିତି ହିଁ ଏହି ଯୁଦ୍ଧଗୁଡ଼ିକୁ ରୋକିଛି।

ଏହି ଦାବି ଏପରି ସମୟରେ ଆସିଛି ଯେତେବେଳେ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଛି ଏବଂ ଭାରତରେ ବିରୋଧୀ ଦଳ ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ଯୁଦ୍ଧବିରତିରେ ବାଣିଜ୍ୟ ଚାପ ବ୍ୟବହାର କରି ମଧ୍ୟସ୍ଥତା କରିଥିବା ଦାବିକୁ ନେଇ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରୁଛନ୍ତି। ଟ୍ରମ୍ପ କହିଛନ୍ତି, “ମୁଁ ନ ଥିଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥାନ୍ତା।”

ସଂସଦରେ ଅପରେଶନ ସିନ୍ଦୁର ଉପରେ ଚାଲିଥିବା ବିତର୍କ ସମୟରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି, ଆପଣ କାହିଁକି ଆପଣଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ଟ୍ରମ୍ପଙ୍କ କଥା ଭୁଲ୍‌ ବୋଲି ପୋଷ୍ଟ କରି ପାରିଲେ ନାହିଁ?”

ଟ୍ରମ୍ପ ଆହୁରି ଦାବି କରିଛନ୍ତି ଯେ, ସେ ଥାଇଲାଣ୍ଡ-କାମ୍ବୋଡିଆ ସଂଘର୍ଷ, ରୁଆଣ୍ଡା-ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ ଏବଂ ସର୍ବିଆ-କୋସୋଭୋ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ବାଣିଜ୍ୟ ଆଲୋଚନା ମାଧ୍ୟମରେ ରୋକିଛନ୍ତି। ଗାଜା ସଙ୍କଟ ବିଷୟରେ ପଚରା ଯାଇଥିବା ପ୍ରଶ୍ନରେ ସେ କହିଛନ୍ତି, ଆମେରିକା ଗାଜାକୁ ପ୍ରଚୁର ସାହାଯ୍ୟ ଦେଇଛି, କିନ୍ତୁ ହମାସ ଏହାର ଅନେକ ଅପହରଣ କରିଛି। ସେ ଷ୍ଟାର୍ମରଙ୍କ ସହ ବୈଠକରେ ଗାଜା ସମସ୍ୟାର ସମାଧାନ ଖୋଜିବାକୁ ଚେଷ୍ଟା କରୁଥିବା କହିଛନ୍ତି।

ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୟନ କରିଥିଲେ। ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନିର ମଧ୍ୟ ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ ଟ୍ରମ୍ପଙ୍କୁ ନୋବେଲ ପାଇଁ ସୁପାରିଶ କରିଥିଲେ, ଦାବି କରି ଯେ ସେ ପରମାଣୁ ଯୁଦ୍ଧକୁ ରୋକିଛନ୍ତି। ଟ୍ରମ୍ପଙ୍କ ପୂର୍ବତନ ଜାତୀୟ ସୁରକ୍ଷା ଉପଦେଷ୍ଟା ଜନ ବୋଲ୍ଟନ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୨୦୦୯ରେ ନୋବେଲ ଶାନ୍ତି ପୁରସ୍କାର ପାଇବା ପରେ ଟ୍ରମ୍ପଙ୍କର ଏହି ପୁରସ୍କାର ପାଇବାର ଇଚ୍ଛା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri