ଅନ୍ତର୍ଜାତୀୟ

କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଲେ ୫୦ ହଜାରରୁ ଅଧିକ ଲୋକ

ରୋମ୍‌,୨୨।୩: ଇଟାଲିରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଫଳରେ ସରକାରୀ ଆଇନକୁ ମାନି ସାଢ଼େ ୬ କୋଟି ଲୋକ ବାଧ୍ୟ ହୋଇ ଘରେ ରହିଛନ୍ତି। ତେବେ ୫୦ ହଜାର ୮୯୨ଲୋକ କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଇଛନ୍ତି। ପ୍ରତିଲୋକଙ୍କୁ ୧୬ ହଜାର…

କରୋନା ହେଲେ ବେଲଗାମ: ୩ ମାସରେ ଆମେରିକାରେ ୯୪ ଲକ୍ଷ ଲୋକ ହେବେ ସଂକ୍ରମିତ !

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଆମେରିକାରେ ଧୀରେଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାର କରୋନା ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଆମେରିକାରେ…

୨୦ରୁ ଊର୍ଦ୍ଧ୍ୱ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଆୟର୍ଲାଣ୍ଡ୍‌, ଡେନମାର୍କ, ଏଲ୍‌-ସାଲଭେଡର, ଜର୍ମାନୀ, ବ୍ରିଟେନ୍‌, ବେଲଜିଅମ୍‌, ଆର୍ଜେଣ୍ଟିନା, ଭାଟିକାନ୍‌ ସିଟି, ନରଓ୍ବେ, ଇରାନ, ଦକ୍ଷିଣକୋରିଆ, ହଂକଂ,…

୬ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ଭିଲଓ୍ବାଡ଼ାରେ କର୍ଫ୍ୟୁ

ଆଜମେର/ଜୟପୁର,୨୨।୩: ରାଜସ୍ଥାନର ଭିଲଓ୍ବାଡ଼ାରେ ୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସେଠାରେ ଶୁକ୍ରବାର ସନ୍ଧ୍ୟାରୁ କର୍ଫ୍ୟୁ ଜାରି ହୋଇଛି। ପ୍ରଶାସନିକ ଅଧିକାରୀମାନେ ସର୍ବସାଧାରଣ ସ୍ଥାନକୁ ଯାଇ ଲୋକମାନଙ୍କୁ ସେଠାରୁ ହଟାଇବା ସହ ବିଭିନ୍ନ ଜିଲାରୁ…

ଭୂତାଣୁ ନୁହେଁ, କେନିୟାରେ ମାରକ ହେବ ଦୁର୍ବଳ ସ୍ବାସ୍ଥ୍ୟସେବା

ନାଇରୋବି,୨୨।୩: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଏବେ ଅଚଳାବସ୍ଥା ସୃଷ୍ଟି କରିଛି। ୟୁରୋପୀୟ ଦେଶଗୁଡ଼ିକର ଏବେ ପ୍ରମୁଖ ଧ୍ୟେୟ ହୋଇଛି, କିପରି ଲୋକରୁ ଲୋକଙ୍କୁ ଏହି ଭୂତାଣୁ ନ ବ୍ୟାପିବ। ଫ୍ରାନ୍ସ ସରକାର ଏବେ ତାଙ୍କ ନାଗରିକମାନଙ୍କୁ ଏକ…

ଚାଇନାରେ ତିନିଦିନରେ ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି

ବେଜିଂ,୨୨।୩(ପି.ଟି.): କରୋନା ଭୂତାଣୁ ସୃଷ୍ଟି ହୋଇଥିବା ଚାଇନାରେ କ୍ରମାଗତ ତୃତୀୟ ଦିନରେ ବି ଜଣେ ହେଲେ ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି। କରୋନା ସଂକ୍ରମଣକୁ ଚାଇନା ସଫଳତାର ସହ ମୁକାବିଲା କରିପାରିଥିବା କୁହାଯାଉଛି। ତେବେ ହୁବେଇ ପ୍ରଦେଶରେ ୭ ଜଣ ରୋଗୀଙ୍କ…

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଶହରୁ ଊର୍ଦ୍ଧ୍ୱ: ଲକ୍‌ଡାଉନ୍‌ ପାଇଁ ରାଜି ନୁହଁନ୍ତି ଇମ୍ରାନ

ଇସ୍‌ଲାମାବାଦ,୨୧।୩: କରୋନା ଭାଇରସ କବଳରେ ପାକିସ୍ତାନ। ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୧ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସିନ୍ଧ ଅଞ୍ଚଳରେ ସର୍ବାଧିକ ୨୫୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏବେ ଏହା ବୃଦ୍ଧି…

ସିଙ୍ଗାପୁରରେ ପ୍ରଥମ କରୋନା ମୃତ୍ୟୁ

ସିଙ୍ଗାପୁର,୨୧।୩: କରୋନା ଭାଇରସ କଥା ଉଠିଲେ ଆପଣାଛାଏଁ ମନକୁ ଆସି ଯାଉଛି ଏଥିରେ ବୃଦ୍ଧି ପାଇଛି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନା ଏବେ ସିଙ୍ଗାପୁରରେ ବି ତା’ର ପ୍ରଭାବ ଦେଖାଇ ଦେଇଛି।…

ଭୟ ନାହିଁ,ଏପ୍ରିଲ୍‌ ୨୯ରେ ପୃଥିବୀକୁ ଦେବନି ଧକ୍କା ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨ : ୨୦୭୯ରେ ସୃଷ୍ଟି ହୋଇପାରେ ସଙ୍କଟ !

ଓ୍ବାଶିଂଟନ,୨୧।୩: ଏପ୍ରିଲ୍‌ ୨୯ରେ ପୃଥିବୀ ସହିତ ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨(୫୨୭୬୮) ଧକ୍କା ଦେବ ବୋଲି କେତେକ ଗୁଜବ କରୁଛନ୍ତି। ତେବେ ଏହା ମିଛ ବୋଲି ନାସାର ମହାକାଶବିଜ୍ଞାନୀ ମତ ଦେଇଛନ୍ତି। ଲକ୍ଷ ଲକ୍ଷ ବର୍ଷ ତଳେ ଏଭଳି ଗ୍ରହାଣୁପିଣ୍ଡ ପୃଥିବୀକୁ ଧକ୍କା ଦେଇଥିଲା।…

କରୋନାରେ ସବୁଠାରୁ କନିଷ୍ଠ ମହିଳାଙ୍କ ମୃତ୍ୟୁ

ଓ୍ବାରସା,୨୧।୩: କରୋନା ଭାଇରସ୍‌ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଇଟାଲିରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମହାମାରୀରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ବୟସ୍କଙ୍କ ହେଉଥିବା ବେଳେ ପୋଲାଣ୍ଡରେ ଜଣେ ସୁସ୍ଥ ଓ…

୨୦୪୦ ବେଳକୁ ପୃଥିବୀର ୩୩ଟି ଦେଶରେ ମିଳିବନି ପିଇବା ପାଣି: ୨ ଶହ ସହରରେ ସୃଷ୍ଟି ହେବ ଜଳସଙ୍କଟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହରୁ ଅଧିକ କୋଟି ଲୋକଙ୍କୁ ପିଇବା ପାଇଁ ପାଣି ମିଳୁ ନ ଥିବା ଜାତିସଂଘ ପକ୍ଷରୁ…

କରୋନା ଗଲା ପରେ ମୁଖ୍ୟଧାରାକୁ ଫେରି ପାରିବ କି ସାମାଜିକ ବ୍ୟବସ୍ଥା !

ଓ୍ବାଶିଂଟନ,୨୧।୩: ପୃଥିବୀ ସାରା କରୋନା ସୃଷ୍ଟି କରିଛି ଆତଙ୍କ। ସଂକ୍ରମଣକୁ ରୋକିବା ପାଇଁ କେତେକ ସୁରକ୍ଷିତ ମାର୍ଗଦର୍ଶିକା ଜାତିସଂଘ ପକ୍ଷରୁ ଜାରି କରାଯାଇଛି। ସେଥିମଧ୍ୟରେ ପରସ୍ପରଠାରୁ ଦୂରେଇ ରହିବା, ଭିଡ଼ରେ ସାମିଲ ନ ହେବା, କରମର୍ଦ୍ଦନ ନ କରିବା, ଆଲିଙ୍ଗନ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?