ଅନ୍ତର୍ଜାତୀୟ

ସ୍ପେସ୍‌ ହୋମ ଦେବ ସୁଖଦ ଅନୁଭୂତି

ନ୍ୟୁୟର୍କ: ବିଶ୍ୱବ୍ରହ୍ମାଣ୍ଡର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ମହାକାଶ। ଅର୍ଥାତ୍‌ ଜଣେ ଚାହିଁଲେ ମହକାଶକୁ ଯାଇପାରିବ। ସେଠାରୁ ଉପଭୋଗ କରିପାରିବ ପୃଥିବୀର ମନୋରମ ଦୃଶ୍ୟ। ହଁ ଏକଥା ସତ ଯେ, କେବଳ ଦୁଃସାହସିକ କାର୍ଯ୍ୟ ଏବଂ ମହାକାଶ ଉପରେ ରୁଚି ରଖୁଥିବା…

ସାମାଜିକ ବାସନ୍ଦ ନୁହେଁ, ସହଯୋଗ ଲୋଡ଼ା

ବିଶ୍ୱରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୩୦ ଜାନୁୟାରୀରେ ବିଶ୍ୱ କୁଷ୍ଠ ନିବାରଣ ଦିବସ ପାଳନ କରାଯାଉଛି। । ଏହି ଦିବସରେ ଗାନ୍ଧିଜୀଙ୍କୁ ମଧ୍ୟ ସ୍ମରଣ କରାଯାଏ। ଗାନ୍ଧିଜୀ ଏହି ରୋଗକୁ ଭଲ ଭାବେ ବୁଝିଥିଲେ ଓ ରୋଗୀଙ୍କ…

ବିବାଦରେ ଟ୍ରମ୍ପ୍‌ଙ୍କ ମଧ୍ୟପ୍ରାଚ୍ୟ ଶାନ୍ତିନୀତି

ଓ୍ବାଶିଂଟନ,୩୦ା୧(ଏଏଫ୍‌ପି): ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ବିବାଦର ସମାଧାନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟପ୍ରାଚ୍ୟ ଶାନ୍ତି ଯୋଜନା ଆଣିଛନ୍ତି। ତାଙ୍କର ଏହି ବହୁପ୍ରତୀକ୍ଷିତ ଇସ୍ରାଏଲ-ପାଲେଷ୍ଟାଇନ ଶାନ୍ତି ଯୋଜନା ସେଠାରେ ଏକ ନୂତନ ସକାଳ ଆଣିବ…

କରୋନା ମୃତ୍ୟୁ ସଂଖ୍ୟା ୧୩୨ରେ ପହଞ୍ଚିଲା: ବୁହାନରେ ୫୦୦ ଭାରତୀୟ ସୁରକ୍ଷିତ; ଜାନୁୟାରୀ ୩୧ରେ ହୋଇପାରନ୍ତି ଏୟାରଲିଫ୍ଟ୍‌

ନୂଆଦିଲ୍ଲୀ/ବେଜିଂ, ୨୯।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣରେ ଇତିମଧ୍ୟରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାଦ୍ୱାରା ୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ସ୍ତାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଥିବା ୫୦୦ ଭାରତୀୟ ସୁରକ୍ଷିତ ଥିବା…

୨୦୧୯ରେ ଆଫଗାନିସ୍ତାନରେ ୭,୪୨୩ ବୋମା ମାଡ଼ କରିଛି ଆମେରିକା

ଓ୍ବାଶିଂଟନ,୨୯।୧: ଆଫଗାନିସ୍ତାନରେ ୨୦୧୯ରେ ଆମେରିକା ୭,୪୨୩ ବୋମା ମାଡ଼ କରିଥିଲା। ଏନେଇ ଆମେରିକା ଏୟାର ଫୋର୍ସ ସେଣ୍ଟ୍ରାଲ୍‌ କମାଣ୍ଡ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ୨୦୧୮ରେ ଆଫାଗାନିସ୍ତାନରେ ଆମେରିକା ୭,୩୬୨ ବୋମା ମାଡ଼ କରିଥିଲା ବୋଲି ଏଥିରେ ଦର୍ଶାଯାଇଛି।…

ପୋଷା କୁକୁର ଚିରିଦେଲା ପାସପୋର୍ଟ : ମାଲିକାଣୀଙ୍କ ବୁହାନ ଯିବା ହେଲାନି

ତାଇପେ, ୨୯।୧: କୁକୁରଙ୍କୁ ବିପଦର ଆଭାସ ବହୁ ପୂର୍ବରୁ ମିଳିଥାଏ ବୋଲି ଲୋକେ କହିଥାନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ତାଇଓ୍ବାନ୍‌ରେ ଦେଖିବାକୁ ମିଳିଛି। ଏଠାରେ ଏକ ପୋଷା କୁକୁର ମାଲିକାଣୀଙ୍କ ପାସପୋର୍ଟ ଚିରି ଦେଇଥିଲା। ମାଲିକାଣୀଙ୍କୁ ଚାଇନାର ବୁହାନ ସହରକୁ…

ପରିବାରର ୬ ଜଣଙ୍କୁ ଗୁଳିକରି ହତ୍ୟା

କରାଚୀ, ୨୯ା୧: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ପ୍ରେମ ବ୍ୟାପାରକୁ ନେଇ ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ବ୍ରୋହି ଆଦିବାସୀ ସମ୍ପ୍ରଦାୟର ଝିଅ ନସ୍‌ରିନ୍‌ ମୁର୍ତାଜା ରିଣ୍ଡ୍‌ଙ୍କୁ ପ୍ରେମ ବିବାହ କରି ତାଙ୍କ ଘରେ…

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ନୂଆଦିଲ୍ଲୀ, ୨୯ା୧: ବିବାହ ବେଳେ ଜଣେ ହିନ୍ଦୁ ଯୁବତୀଙ୍କୁ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଅପହରଣ କରାଯିବା ଓ ପରେ ଧର୍ମାନ୍ତରୀକରଣ କରାଯାଇ ବିବାହ କରାଯିବା ଘଟଣା ସାମ୍ନାକୁ ଆସିବା ପରେ ଭାରତ ଏହାର ତୀବ୍ର ପ୍ରତିବାଦ କରିଛି। ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ…

ଆଇସଲ୍ୟାଣ୍ଡ କହୁଛି ଧାର୍ମିକ ବିଶ୍ୱାସ ଭ୍ରମ ଓ ହାନିକାରକ

ରେକ୍ୟାଭିକ ଆଇସଲ୍ୟାଣ୍ଡ,୨୮।୧: ଉତ୍ତର ଆଣ୍ଟଲାଣ୍ଟିକର ଛୋଟ ଦ୍ୱୀପଦେଶ ଆଇସଲ୍ୟାଣ୍ଡ ବହୁ ବିବାଦରେ ଛନ୍ଦି ହୋଇଛି। ୨୦୧୭ରେ ଏହି ଦେଶର ପାର୍ଲାମେଣ୍ଟରେ ସବୁ ବାଇବେଲକୁ ନେଇ ଥିବା ମାନସିକ ସ୍ବାସ୍ଥ୍ୟ ସମ୍ପର୍କିତ ଚେତାବନୀ ପାଇଁ ମତଦାନ ହୋଇଥିଲା। ସେହିବର୍ଷ ଉକ୍ତ ଦେଶ ଆଉ…

ସଡ଼କରେ ସୁରକ୍ଷିତ ଲ୍ୟାଣ୍ଡ କଲା ବିମାନ

ତେହେରାନ,୨୮।୧: ଇରାନର ବନ୍ଦର-ଏ-ମହସହରର ରାସ୍ତା ଉପରେ ସୋମବାର ଏକ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବା ଜଣାପଡିଛି। ହେଲେ ଏହି ବିମାନଟି ଲ୍ୟାଣ୍ଡ କରିବା ପରେ ଆଖପାଖରେ ଥିବା ଲୋକେ ଏହା ଦେଖି ଡରି ଯାଇଥିଲେ। କିନ୍ତୁ ବିମାନରେ ଥିବା ସମସ୍ତ…

କରୋନା ନେଇ ହାଇ ଆଲର୍ଟ: ବୁହାନରେ ଥିବା ନିଜ ନାଗରିକଙ୍କୁ ଫେରାଇ ନେଇ ପାରୁନି ଜାପାନ

ଟୋକିଓ,୨୮।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଛି। କରୋନା ନେଇ ଜାପାନ ସରକାର ହାଇ ଆଲର୍ଟ ଜାରି କରିଛନ୍ତି। ବୁହାନରେ ଥିବା ନିଜ ନାଗରିକଙ୍କୁ ଦେଶକୁ ଫେରାଇ ନେବାକୁ…

କରୋନା ଆତଙ୍କ: ଭାରତୀୟଙ୍କ ସ୍କ୍ରିନିଂ ପାଇଁ ମ୍ୟାନମାର୍‌ ସୀମାରେ ଲାଗିଲା ଇନଫ୍ରାରେଡ୍‌ ଥର୍ମୋମିଟର

ଇମ୍ଫାଲ୍‌/ନାପିତ୍ୱ,୨୮।୧: ଏବେ କରୋନା ଭୁତାଣୁ ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ରାଷ୍ଟ୍ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଳାଗିଛନ୍ତି। ଏହି ମର୍ମରେ ଭାରତୀୟଙ୍କ ସ୍କ୍ରିନିଂ ପାଇଁ ମ୍ୟାନମାର୍‌ ସୀମାରେ ଇନଫ୍ରାରେଡ୍‌ ଥର୍ମୋମିଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri