ଅନ୍ତର୍ଜାତୀୟ

ବିମାନ ଦୁର୍ଘଟଣା: ଗୋଟିଏ ପରିବାରର ୪ ଜଣଙ୍କ ସମେତ ୫ ମୃତ

ଜର୍ଜିଆ,୬।୬: ଆମେରିକାର ଜର୍ଜିଆରେ ହୋଇଥିବା ଏକ ଛୋଟ ବିମାନ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ…

‘ଏଚ୍‌ସିକ୍ୟୁ ଅସୁରକ୍ଷିତ’ ଦାବିରୁୁ ଓହରିଲେ ଅଧ୍ୟୟନକାରୀ

ଓ୍ବାଶିଂଟନ,୬ା୬: କରୋନା ରୋଗୀଙ୍କୁ ଦିଆଯାଉଥିବା ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ) ବିରୋଧରେ ଏକପ୍ରକାର ଷଡ଼ଯନ୍ତ୍ର କରାଯାଇଥିବା ମନେହେଉଛି। କାରଣ ଏହି ଔଷଧ କରୋନା ରୋଗୀଙ୍କ ପାଇଁ ନିରାପଦ ନୁହେଁ ବୋଲି ମେଡିକାଲ ଜର୍ନାଲ ‘ଦ ଲାନ୍‌ସେଟ୍‌’ ପକ୍ଷରୁ ଏକ ଅଧ୍ୟୟନ…

କମାଣ୍ଡର ନିଯୁକ୍ତ କଲା ଚାଇନା

ବେଜିଂ,୬ା୬(ପି.ଟି.): ସୀମାବିବାଦକୁ ନେଇ ଭାରତ ଓ ଚାଇନା ସେନା ମଧ୍ୟରେ ପାଖାପାଖି ୨ ସପ୍ତାହ ହେଲା ଅଚଳାବସ୍ଥା ଲାଗି ରହିଛି। ଏହାର ସମାଧାନ ଲାଗି ଶନିବାର ଦୁଇଦେଶର ସେନା ଅଧିକାରୀ ସ୍ତରୀୟ ଆଲୋଚନା ହେବାକୁ ଯାଉଥିବାବେଳେ ଏହାର ଦିନକ ପୂର୍ବରୁ ବେଜିଂ…

ଅଣ୍ଡରଓ୍ବାଲର୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ କରୋନା ପଜିଟିଭ୍‌

କରାଚି‌,୫।୬: ପାକିସ୍ତାନ କରାଚିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନରେ ଲୁଚି ରହିଥିବା ଅଣ୍ଡରଓ୍ବାଲର୍ଡ ଡନ୍‌ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଦାଉଦ ଇବ୍ରାହିମ୍‌ କରୋନା ପଜିଟିଭ୍‌। ଦାଉଦଙ୍କ ପତ୍ନୀ ମହଜବିନ ମଧ୍ୟ କରୋନାରେ ଆକ୍ରାନ୍ତ…

କରୋନା ସଂକ୍ରମଣରେ ଆଗକୁ ବଢୁଛି ବ୍ରାଜିଲ-ଭାରତ

ଓ୍ବାଶିଂଟନ,୫।୬: ୟୁରୋପୀୟ ଦେଶକୁ ବାଦ୍‌ ଦେଲେ ଏବେ ଆମେରିକା ସମେତ ଏସିଆ ଓ ଆଫ୍ରିକାରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬,୯୨,୬୦୦ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ୩,୯୨,୨୦୦…

ଓ୍ବାଶିଂଟନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୬(ପି.ଟି.)ଆମେରିକାର ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେତେଜଣ ଅଜଣା ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ସେଥିରେ ରଙ୍ଗ ସ୍ପ୍ରେ କରିଛନ୍ତି। ଦୂତାବାସ ପକ୍ଷରୁ ଏନେଇ ସ୍ଥାନୀୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ନିକଟରେ ଅଭିଯୋଗ କରାଯାଇଛି। କୃଷ୍ଣକାୟ…

ମୋଦିଙ୍କ ଆଲିଙ୍ଗନକୁ ମିସ୍‌ କଲେ ମୋରିସନ

କାନବେରା,୪।୬: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁବାର ଏକ ଭର୍ଚୁଆଲ ସାକ୍ଷାତ୍‌କାର ହୋଇଛି। ଏହି ସମୟରେ କିନ୍ତୁ ସ୍କଟ କିଛି କୌତୁକିଆ କଥା କହିଛନ୍ତି। କରୋନା ଭାଇରସ ପାଇଁ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯାଉଥିବାରୁ…

ପ୍ରଦର୍ଶନକାରୀଙ୍କୁ ସମର୍ଥନ କଲେ ଟ୍ରମ୍ପ୍‌ଙ୍କ ଝିଅ ଟିଫ୍‌ନି

ଓ୍ବାଶିଂଟନ, ୪।୬: ଆମେରିକାରେ ପୋଲିସ ନିର୍ଯାତନାରେ କୃଷ୍ଣକାୟ ଜର୍ଜ ଫ୍ଲୋୟଡ୍‌ଙ୍କର ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ବଢ଼ିବାରେ ଲାଗିଛି। ମିନିଆପଲିସ ସହରରେ ହୋଇଥିବା ପୋଲିସ ବର୍ବରତା ବିରୋଧରେ ପ୍ରଦର୍ଶନ ଦେଶର ବହୁ ସହରରେ ଜାରି ରହିଛି। ଏହି ଘଟଣାକୁ…

ଗ୍ବାଦରରେ ନୌସେନା ଘାଟି ଗଢ଼ୁଛି ଚାଇନା

ଗ୍ବାଦର,୪ା୬: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶସ୍ଥିତ ଗ୍ବାଦର ବନ୍ଦରରେ ଚାଇନା ଗୋପନରେ ଏକ ହାଇ ସିକ୍ୟୁରିଟି କମ୍ପାଉଣ୍ଡ ନିର୍ମାଣ କରୁଛି। ଏହାକୁ ଚାଇନା ନୌସେନା ଘାଟି ଭାବେ ବ୍ୟବହାର କରିବ ବୋଲି ଜଣାପଡ଼ିଛି। ଫୋର୍ବସ ମାଗାଜିନ୍‌ର ରିପୋର୍ଟ ଅନୁସାରେ ବିଶ୍ଳେଷକମାନେ ଏହାକୁ ଗ୍ବାଦରରେ…

ଛାଡ଼ପତ୍ର ଦାବିକଲେ ଡେରେକ୍‌ଙ୍କ ସ୍ତ୍ରୀ

ଓ୍ବାଶିଂଟନ,୪ା୬(ପି.ଟି.): ଜର୍ଜ ଫ୍ଲୟଡ୍‌ଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଅଧିକାରୀ ଡେରେକ୍‌ ଶଉଭିନ୍‌ (୪୪)ଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ଗିରଫ କରାଯାଇଛି। ଡେରେକ୍‌ଙ୍କ ସ୍ତ୍ରୀ କିଲିଏ ମେ ଶଉଭିନ୍‌ (୪୫) ଏହି ଥାର୍ଡ-ଡିଗ୍ରୀ ହତ୍ୟାକାଣ୍ଡକୁ ନେଇ ମର୍ମାହତ ହୋଇ ତାଙ୍କଠାରୁ ଛାଡ଼ପତ୍ର ଦାବି…

ହିରୋ ସାଜିଲେ ଭାରତୀୟ ବ୍ୟବସାୟୀ

ଓ୍ବାଶିଂଟନ,୪ା୬(ପି.ଟି.): ମିନେସୋଟା ରାଜ୍ୟସ୍ଥିତ ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡ୍‌ ହତ୍ୟା ଘଟଣାର ପ୍ରତିବାଦରେ ଆମେରିକାରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଜଣେ ଭାରତୀୟ ବ୍ୟବସାୟୀ ୭୫ ବିକ୍ଷୋଭକାରୀଙ୍କୁ ନିଜ ଘରେ ସୁରକ୍ଷା ଦେଇ ନିଜ ପାଇଁ ଜଣେ ହିରୋର ପରିଚୟ ସୃଷ୍ଟି…

ବର୍ଣ୍ଣବୈଷମ୍ୟ ପ୍ରତି ଆଖି ବୁଜିଦେଇପାରିବା ନାହିଁ

ଭାଟିକାନ୍‌ ସିଟି,୪ା୬: କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଶୋକବ୍ୟକ୍ତ କରିଛନ୍ତି। ପୋପ୍‌ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ବର୍ଣ୍ଣବୈଷମ୍ୟ ପାପର ପରିଣାମ ଭାବେ ଅଭିହିତ କରି ତାଙ୍କ ଆମତ୍ାର ସତ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ସପ୍ତାହିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?