ହିରୋ ସାଜିଲେ ଭାରତୀୟ ବ୍ୟବସାୟୀ

ଓ୍ବାଶିଂଟନ,୪ା୬(ପି.ଟି.): ମିନେସୋଟା ରାଜ୍ୟସ୍ଥିତ ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡ୍‌ ହତ୍ୟା ଘଟଣାର ପ୍ରତିବାଦରେ ଆମେରିକାରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଜଣେ ଭାରତୀୟ ବ୍ୟବସାୟୀ ୭୫ ବିକ୍ଷୋଭକାରୀଙ୍କୁ ନିଜ ଘରେ ସୁରକ୍ଷା ଦେଇ ନିଜ ପାଇଁ ଜଣେ ହିରୋର ପରିଚୟ ସୃଷ୍ଟି କରିପାରିଛନ୍ତିି। ସେ ବିକ୍ଷୋଭକାରୀମାନଙ୍କୁ ପୋଲିସ କବଳରୁ ଉଦ୍ଧାର କରିବା ସହ ଖାଇବାକୁ ଦେଇ ନିଜ ଘରେ ସୁରକ୍ଷିତ ଭାବେ ଆଶ୍ରୟ ଦେଇଥିଲେ। ଗତ ସପ୍ତାହରେ ଫ୍ଲୋଏଡ୍‌ଙ୍କ ଗଳାକୁ ଆମେରିକା ପୋଲିସ ଆଣ୍ଠୁରେ ଚାପି ହତ୍ୟା କରିବା ଘଟଣାରେ ସାରା ଦେଶରେ ଆନ୍ଦୋଳନର ନିଆଁ ଜଳୁଛି। ଆମେରିକା ଇତିହାସରେ ଏହା ସବୁଠୁ ବଡ଼ ଆନ୍ଦୋଳନ ବୋଲି କୁହାଯାଉଛି। ଆନ୍ଦୋଳନକୁ ଦମନ କରିବା ଲାଗି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଓ୍ବାଶିଂଟନ ଡିସିରେ ୧୭ ବର୍ଷ ହେଲା ରହୁଥିବା ଭାରତୀୟ ବ୍ୟବସାୟୀ ରାହୁଲ ଦୁବେ ନିଜ ପରିବାର ମଧ୍ୟରେ ୭୫ ଜଣ ବିକ୍ଷୋଭକାରୀଙ୍କୁ ଆଶ୍ରୟ ଦେଇଥିବାରୁ ଏଥିପାଇଁ ସେମାନେ କୃତଜ୍ଞତା ପ୍ରଦାନ କରିଛନ୍ତି। ଦୁବେଙ୍କ ଏହି କାର୍ଯ୍ୟକୁ ଆମେରିକାର ବହୁ ଗଣମାଧ୍ୟମ ପ୍ରଶଂସା କରିଛନ୍ତି। ଗତ ରାତିରେ ପୋଲିସ ପିପର୍‌ ସ୍ପ୍ରେ କରିବା ସହ ବିକ୍ଷୋଭକାରୀଙ୍କୁ ଗୋଡ଼ାଇ ପିଟୁଥିବାବେଳେ ରାହୁଲ ଆମ ଜୀବନ ବଞ୍ଚାଇଦେଲେ ବୋଲି ଜଣେ ବିକ୍ଷୋଭକାରୀ ଟୁଇଟ୍‌ କରିଛନ୍ତି। ସକାଳେ କର୍ଫ୍ୟୁ କୋହଳ ହେବା ପରେ ବିକ୍ଷୋଭକାରୀ ନିଜ ନିଜ ଘରକୁ ଫେରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?