ରୁଷିଆରେ ଫେସ୍‌ବୁକ୍‌ ସହିତ ଆଉ କିଛି ଓ୍ବେବ୍‌ସାଇଟ୍‌ ଡାଉନ୍‌

ମସ୍କୋ,୪ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି। ଏହା ଭିତରେ ରୁଷିଆର ଅନେକ ମିଡିଆ ଓ୍ବେବସାଇଟ ଡାଉନ୍‌ ହୋଇଥିବା ଜଣାପଡ଼ିଛି। ଏଥିରେ ଫେସବୁକ୍‌ ମଧ୍ୟ ଅନ୍ତର୍ଭୁକ୍ତ। କୁହାଯାଉଛି, ଯୁଦ୍ଧ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଲୋକଙ୍କ ଜିଭରେ ଲଗାମ ଦେବାକୁ ଏହା ଏକ ପ୍ରୟାସ।

ଖବର ଅନୁଯାୟୀ, ମସ୍କୋରେ ଏଏଫ୍‌ପି ଖବରଦାତାମାନେ ସେମାନଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବାକୁ ଅସମର୍ଥ। ଏହା ବ୍ୟତୀତ ବିବିସିର ରୁଷୀୟ ଭାଷା ସମ୍ବାଦ ଓ୍ବେବସାଇଟ ମଧ୍ୟ ଖୋଲୁନାହିଁ।

ଆଉଟଲେଟ୍‌ ମେଡୁଜା କହିଛନ୍ତି, ଏହାର ସାଇଟ୍‌ ରୁଷିଆର କିଛି ୟୁଜରଙ୍କ ପାଇଁ ଆଉ ଉପଲବ୍ଧ ନାହିଁ। ତାଙ୍କୁ ଅବରୋଧ କରିବା ବିଷୟରେ ଅଧିକାରୀଙ୍କଠାରୁ କୌଣସି ସୂଚନା ମିଳିନାହିଁ ବୋଲି ମଧ୍ୟ କହିଛନ୍ତି। ଗତ ସପ୍ତାହରେ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରୁଷିଆର ଅଧିକାରୀମାନେ ମୁକ୍ତ ଗଣମାଧ୍ୟମ ଉପରେ ଚାପ ପକାଇଛନ୍ତି। ଯଦିଓ ଦେଶରେ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ବାଧୀନତା ଦ୍ରୁତ ଗତିରେ ହ୍ରାସପାଉଛି।

ଏହି ସପ୍ତାହ ପୂର୍ବରୁ ରୁଷିଆର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇକୋ ମସ୍କୋଭି ରେଡିଓ ଷ୍ଟେଶନ ଆଉ କିଛି ଟିଭି ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୟୁକ୍ରେନ ଯୁଦ୍ଧରେ ସେ ସରକାରୀ ଲାଇନକୁ ଅସ୍ବୀକାର କରିଥିବାରୁ ଏହା କରାଯାଇଥିଲା। ଅନ୍ୟପକ୍ଷରେ ରୁଷିଆ କହିଛି, ୟୁକ୍ରେନରେ କାର୍ଯ୍ୟାନୁଷ୍ଠାନ ଏକ ସାମରିକ ଅପରେଶନ, ଆକ୍ରମଣ ନୁହେଁ। ରୁଷିଆକୁ ପାଶ୍ଚାତ୍ୟ ଏବଂ ରୁଷୀୟ ବକ୍ତାଙ୍କ ‘ନରସଂହାର’ରୁ ବଞ୍ଚାଇବା ପାଇଁ ଏହା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ଶାନ୍ତି ଚୁକ୍ତିରେ ଏହି ୧୪ ସର୍ତ୍ତ ରଖିଛି ଇରାନ

ତେହରାନ,୧୫ା୬: ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ସର୍ତ୍ତ ଜାରି କରିଛି ଇରାନ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri