ନିର୍ବାଚନ ଲଢ଼ିବେ ଟ୍ରମ୍ପ୍
ଓ୍ବାଶିଂଟନ୍, ୩୧ା୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍ ୨୦୨୪ ନିର୍ବାଚନ ଲଢ଼ିପାରନ୍ତି ବୋଲି କହିଛନ୍ତି। ସେ କ୍ଷମତାକୁ ଆସିଲେ ୨୦୨୧ ଜାନୁୟାରୀ ୬ରେ ହୋଇଥିବା କ୍ୟାପିଟୋଲ ଦଙ୍ଗା ଅଭିଯୁକ୍ତଙ୍କୁ କ୍ଷମା କରିଦେବେ ବୋଲି ଶନିବାର ଟେକ୍ସାସ୍ଠାରେ ଆୟୋଜିତ ‘ସେଭ୍...
ଡବ୍ଲୁଏଚଓ ନକ୍ସାରେ ଜମ୍ମୁ-କଶ୍ମୀର ପାକ ଓ ଚାଇନାର ଅଂଶ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟିଏମ୍ସି ଏମ୍ପି
ନୂଆଦିଲ୍ଲୀ,୩୧ ।୧: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୱେବସାଇଟ ନକ୍ସାରେ ଭାରତର ଜମ୍ମୁ-କଶ୍ମୀର ପାକିସ୍ତାନ ଓ ଚାଇନାର ଅଂଶ ବୋଲି ଦର୍ଶାଯାଇଛି । ଡବ୍ଲୁଏଚଓ ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଏମିତି କାହିଁକି ଓ କେମିତି କଲା ତାହା ଏବେ ପ୍ରଶ୍ନବାଚୀ...
ପୁଣି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍…
ସିଓଲ୍/ଟୋକିଓ, ୩୦।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ରବିବାର ପୁଣି ଥରେ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତିି। ଗତ ୪ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କିମ୍ କରିଛନ୍ତି। ଆମେରିକାର ସୂଚନା...
ୟେମେନରେ ୨,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି, ଜାତିସଂଘ ରିପୋର୍ଟ…
ଜେନେଭା, ୩୦।୧ : ୟେମେନରେ ହୌତି ବିଦ୍ରୋହୀମାନଙ୍କ ଯୋଗୁ ୨,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁୂ ହୌତି ବିଦ୍ରୋହୀ ମାନେ ସଂଗଠନରେ ସାମିଲ କରିଥିଲେ। ବାଳୁତଙ୍କ ହାତରେ ବନ୍ଧୁକ ଧରାଇ ହୌତି ବିଦ୍ରୋହୀ ସେମାନଙ୍କୁ ଯୁଦ୍ଧ ଶିକ୍ଷା ଦେଉଥିବା...
ପ୍ରବଳ ତୁଷାରପାତ: ଶୋଇଥିବା କୁମ୍ଭୀର ବି ପାଲଟିଲା ବରଫ
ନ୍ୟୁୟର୍କ,୩୦ା୧: ପୂର୍ବ ଯୁକ୍ତରାଷ୍ଟ୍ରରେ ପ୍ରବଳ ତୁଷାରପାତ ହେତୁ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଏହି ଅଞ୍ଚଳର ପ୍ରାୟ ୭ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ତୁଷାରପାତ ଯୋଗୁ ଲୋକେ ବିଦ୍ୟୁତ୍କାଟ୍ର ସମ୍ମୁଖୀନ ହେଉଛନ୍ତି। ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ଜାତୀୟ ପାଣିପାଗ...
୨ ଜାତିସଂଘ ଅନୁସନ୍ଧାନକାରୀଙ୍କ ହତ୍ୟା ମାମଲା, ୫୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ, ମାତ୍ର କାହାକୁ ବି ଦିଆଯିବନି ଫାଶୀ…
କିନ୍ଶାସା, ୩୦।୧ : କଙ୍ଗୋର କାସାଇ ପ୍ରଦେଶରେ ମିଳିତ ଜାତିସଂଘର ଅନୁସନ୍ଧାନକାରୀ ମାଇକେଲ ଶାର୍ପ ଏବଂ ଜୈଦା କାଟାଲାନଙ୍କୁ ହତ୍ୟା କରା ଯିବାର ପ୍ରାୟ ପାଞ୍ଚ ବର୍ଷ ପରେ ଏକ ସାମରିକ କୋର୍ଟ ୫୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।...
ଘର ଛାଡି ପଳାଇଲେ କାନାଡା ପ୍ରଧାନମନ୍ତ୍ରୀ
ଓଟାଓ୍ବା,୩୦।୧: କାନାଡାରେ କରୋନା ଟିକା ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଟିକା ନେବା ବାଧ୍ୟତାମୂଳକ ନିୟମକୁ ପ୍ରତ୍ୟାହାର କରିବା ଓ ଅନ୍ୟ ସମସ୍ତ ସ୍ବାସ୍ଥ୍ୟ ସମ୍ପର୍କିତ କଟକଣା ହଟାଇବା ଦାବିରେ ହାଜାର ହଜାର...
ଯୁଦ୍ଧ ପାଇଁ ରୁଷିଆ ପ୍ରସ୍ତୁତ
ମସ୍କୋ,୩୦ା୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ରୁଷିଆ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଯୁଦ୍ଧ ସମୟରେ ସୀମାରେ ଆହତମାନଙ୍କ ପାଇଁ ବ୍ୟବହୃତ ରକ୍ତକୁ ମଧ୍ୟ ସେ ସଂରକ୍ଷଣ କରୁଛି। ରୁଷିଆ କହିଛି, ୟୁକ୍ରେନ ସହିତ...
ତୃତୀୟ ସନ୍ତାନ ପ୍ରସବ କଲେ ମିଳିବ ୧୧ ଲକ୍ଷ ଟଙ୍କା!
ବେଜିଂ,୩୦ ।୧: ଜନସଂଖ୍ୟାରେ ସନ୍ତୁଳନ ରକ୍ଷା କରିବାକୁ ଏବେ ଚାଇନା ସରକାର ତୃତୀୟ ସନ୍ତାନ ପ୍ରସବ କରୁଥିବା ଦମ୍ପତିଙ୍କୁ ଅନେକ ସୁବିଧା ଯୋଗାଇ ଦେଉଥିବା ଜଣାପଡିଛି । ୨୦୨୧ରେ ଲାଗୁ କରାଯାଇଥିବା ୩ ସନ୍ତାନ ପ୍ରସବ ନୀତି ଅନୁଯାୟୀ, ମାତାପିତାଙ୍କୁ...
ବାଲେଷ୍ଟିକ ମିଶାଇଲ ପରୀକ୍ଷା କରି ବିଶ୍ୱକୁ ଡରାଉଛି ଉତ୍ତର କୋରିଆ!
ପ୍ୟୋଙ୍ଗୟାଙ୍ଗ,୩୦ ।୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଲଗାତାର ଭାବେ ମିଶାଇଲ ପରୀକ୍ଷା କରି ବିଶ୍ୱକୁ ଚମକାଇ ଦେଉଛନ୍ତି । ଏବେ ପୁଣିଥରେ ଉତ୍ତର କୋରିଆ ଅଜ୍ଞାତ ଅସ୍ତ୍ରଶସ୍ତ୍ରର ପରୀକ୍ଷା କରିଥିବା ସୂଚନା ମିଳିଛି ।...
ଆମେରିକାରେ ଡେଲ୍ଟା ନୁହେଁ ଓମିକ୍ରନରେ ହୋଇଛି ଅଧିକ ମୃତ୍ୟୁ
ୱାଶିଂଟନ,୩୦ ।୧: କୁହାଯାଉଛି କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ଡେଲ୍ଟା ଭଳି ଏତେ ଭୟଙ୍କର ନୁହେଁ । ଏଥିରେ ମୃତ୍ୟୁହାର କମ୍ । ହେଲେ ଆମେରିକାରେ ଡେଲ୍ଟା ତୁଳନାରେ ଓମିକ୍ରନ୍ ଅଧିକ ଭୟଙ୍କର ହୋଇଛି । ଏଠାରେ ଡେଲ୍ଟା...
କରୋନା ମହାମାରୀ ପାଇଁ ବାଇଡେନ ଦାୟୀ !
ଓ୍ବାଶିଂଟନ,୨୯ା୧: ତିନି ଚତୁର୍ଥାଂଶ ଆମେରିକୀୟ କରୋନା ମହାମାରୀରେ ଥକି ଯାଇଛନ୍ତି। ୭୭ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ଅଧିକାଂଶ ଲୋକ ଏହି ମହାମାରୀର ଶିକାର ହେବେ। କେସିଆର ଫ୍ୟାମିଲି ଫାଉଣ୍ଡେଶନ(କେଏଫଏଫ) ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହା ପ୍ରକାଶ...
Archives


