ପ୍ରବଳ ତୁଷାରପାତ: ଶୋଇଥିବା କୁମ୍ଭୀର ବି ପାଲଟିଲା ବରଫ

ନ୍ୟୁୟର୍କ,୩୦ା୧: ପୂର୍ବ ଯୁକ୍ତରାଷ୍ଟ୍ରରେ ପ୍ରବଳ ତୁଷାରପାତ ହେତୁ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଏହି ଅଞ୍ଚଳର ପ୍ରାୟ ୭ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ତୁଷାରପାତ ଯୋଗୁ ଲୋକେ ବିଦ୍ୟୁତ୍‌କାଟ୍‌ର ସମ୍ମୁଖୀନ ହେଉଛନ୍ତି। ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ଜାତୀୟ ପାଣିପାଗ ସେବା (NWS) ଏକ ସତର୍କ ସୂଚନା ଜାରି କରିଛି।
ଏତେ ଥଣ୍ଡା ଯେ, ନଦୀରେ ଶୋଇଥିବା କୁମ୍ଭୀର ବରଫ ପାଲଟିଯାଇଛି। ରାସ୍ତାରେ ଥିବା ଗାଡ଼ିମୋଟରରେ ମଧ୍ୟ ବରଫ ଜମିଯାଇଛି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତୁଷାରପାତର ସର୍ବାଧିକ ପ୍ରଭାବ ନ୍ୟୁୟର୍କ ଏବଂ ବୋଷ୍ଟନ ଭଳି ସହରରେ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ପାଣିପାଗ ସେବା ଏକ ‘ବମ୍‌ ସାଇକ୍ଲୋନ୍‌’ ନିଶ୍ଚିତ କରିଛି। ଏହି ସାଇକ୍ଲୋନନର ପ୍ରଭାବ ବହୁତ ଦ୍ରୁତ ଅଟେ। ପୃଥିବୀ ପୃଷ୍ଠରେ ବାୟୁ ଦ୍ରୁତ ଗତିରେ ଉଠିବା ପରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ।
୧୦ ଇଞ୍ଚର ବରଫ ମ୍ୟାନହଟାନର ଉତ୍ତରରେ ପଡ଼ିଥିଲା। ରେଳ ଲାଇନଗୁଡ଼ିକ ଆଂଶିକ ବନ୍ଦ ରହିଥିଲା। ନ୍ୟୁୟର୍କ ଏବଂ ନ୍ୟୁ ଜର୍ସିର ଲୋକଙ୍କୁ ଅନାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ କବ୍‌ଜାରେ ଇସ୍ରାଏଲ ଜାହାଜ: ଏଥିରେ ଅଛନ୍ତି ୧୭ ଭାରତୀୟ, ବଢୁଛି ଚିନ୍ତା

ଜେରୁଜେଲମ୍‌,୧୩ା୪: ଶନିବାର ଇରାନର ସମୁଦ୍ର ତଟରକ୍ଷୀ ହର୍ମୁଜ୍‌ ଷ୍ଟ୍ରେଟ୍‌ରେ ଇସ୍ରାଏଲ ସହ ଜଡ଼ିତ ଏକ ମାଲ୍‌ ପରିବହନ ଜାହାଜ ଜବତ କରିଛନ୍ତି। ଏହି ଜାହାଜରେ ୧୭...

ସିଡନୀ ସପିଂ ମଲରେ ଛୁରା ମାଡ଼ରେ ୬ ମୃତ, ପୋଲିସ ଗୁଳିରେ ଅଭିଯୁକ୍ତ ନିହତ

ନୂଆଦିଲ୍ଲୀ,୧୩ା୪: ଶନିବାର ସିଡନୀରେ ଥିବା ଏକ ସପିଂ ମଲରେ ଛୁରା ମାଡ଼ କରି ୬ ଜଣଙ୍କୁ ହତ୍ୟା କରାଯାଇଛି। ପୋଲିସର ଗୁଳିମାଡ଼ରେ ଅପରାଧୀ ମଧ୍ୟ ମୃତ୍ୟୁ...

ବାରୁଦ ସୁଡ଼ଙ୍ଗରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଚାଲିଗଲା ୩ ଶିଶୁଙ୍କ ନିରୀହ ଜୀବନ

ଇସଲାମାବାଦ,୧୩ା୪: ପାକିସ୍ତାନର ଅଶାନ୍ତ ପ୍ରଦେଶ ଖାଇବର ପାଖତୁଖନ୍‌ଓ୍ବାଠାରେ ପୁଣି ଥରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୩ ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ...

ରାଷ୍ଟ୍ରପତି ନିର୍ବାଚନ ଦୌଡରେ ବାଇଡେନ-ଟ୍ରମ୍ଫଙ୍କୁ ଟକ୍କର ଦେବେ ଶିକ୍ଷକ

ଓ୍ବାଶିଂଟନ,୧୩।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଦ race ଡ଼ରେ ଜଣେ ନୂଆ...

ପପ୍‌ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ

ସିଓଲ,୧୩ା୪: ଦକ୍ଷିଣ କୋରିଆର ପପ୍‌ ଗାୟିକା ପାର୍କ ବୋ ରାମ୍‌ଙ୍କର ଗୁରୁବାର ରାତିରେ ମାତ୍ର ୩୦ ବର୍ଷ ବୟସରେ ପରଲୋକ ଘଟିଛି। ଏଭଳି ଦୁଃଖଦ ଖବର ତାଙ୍କ...

ଖାଇବାକୁ ଦେଇ ନ ପାରି ସ୍ତ୍ରୀ, ୭ ପିଲାଙ୍କୁ କୁରାଢ଼ିରେ ହାଣି ହତ୍ୟା

ଲାହୋର,୧୨ା୪ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ବ୍ୟକ୍ତି ଦାରିଦ୍ର୍ୟର ତାଡ଼ନାରେ ଅତିଷ୍ଠ ହୋଇ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସାଜଦ...

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିପାରେ ଇରାନ

ନୂଆଦିଲ୍ଲୀ, ୧୨।୪: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ ସିଧାସଳଖ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିପାରେ। ୧୦୦ରୁ ଅଧିକ ଡ୍ରୋନ୍‌ ସହ ମିସାଇଲ ଆକ୍ରମଣ ହୋଇପାରେ।...

ଦେଶବାସୀଙ୍କୁ ଭାଗ୍ୟ ବଦଳାଇବାକୁ ଉପଦେଶ ଦେଲେ ପୂର୍ବତନ ରାଷ୍ଟ୍ରପତି

ଇସଲାମାବାଦ,୧୨।୪: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆରିଫ ଅଲଭି ପାକିସ୍ତାନବାସୀଙ୍କୁ ସେମାନଙ୍କ ଭାଗ୍ୟ ବଦଳାଇବାକୁ ପରାମର୍ଶ ଦେଇଛନ୍ତି। ଭାଗ୍ୟର ଏହି ପରିବର୍ତ୍ତନ ପୁନଃ ସେଟ ଏବଂ ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri