ଆମେରିକାରେ ଡେଲ୍ଟା ନୁହେଁ ଓମିକ୍ରନରେ ହୋଇଛି ଅଧିକ ମୃତ୍ୟୁ

ୱାଶିଂଟନ,୩୦ ।୧: କୁହାଯାଉଛି କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ଡେଲ୍ଟା ଭଳି ଏତେ ଭୟଙ୍କର ନୁହେଁ । ଏଥିରେ ମୃତ୍ୟୁହାର କମ୍ । ହେଲେ ଆମେରିକାରେ ଡେଲ୍ଟା ତୁଳନାରେ ଓମିକ୍ରନ୍ ଅଧିକ ଭୟଙ୍କର ହୋଇଛି । ଏଠାରେ ଡେଲ୍ଟା ତୁଳନାରେ ପ୍ରତିଦିନ ଓମିକ୍ରନରେ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୨୬୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସାରା ବିଶ୍ୱରେ ଗୋଟିଏ ଦିନରେ ୩୪.୧୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧,୩୩୦ ଜଣଙ୍କ ମୃତ୍ୟୁ ହୋଇଛି ।
ଇତିମଧ୍ୟରେ ଲିଫୋର୍ନିୟା ବିଶ୍ୱବିଦ୍ୟାଳୟ, ଇରୱିନରେ ଜନସ୍ୱାସ୍ଥ୍ୟ ପ୍ରଫେସର ଏଣ୍ଡ୍ର‌୍ୟୁ ନୋୟମର କହିଛନ୍ତି ଓମିକ୍ରନ୍ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯିବ । ତେଣୁ ଏହାକୁ ନେଇ ଚିନ୍ତା କରିବା ଆବଶ୍ୟକ । ସୂଚନାଯୋଗ୍ୟ, ଆମେରିକା ଏବେ ନୂଆ ସଂକ୍ରମିତଙ୍କୁ ନେଇ ୫.୨୨ ଲକ୍ଷ ସହ ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ଦେଶ ତାଲିକାରେ ଉପରେ ଥିବା ବେଳେ ଦ୍ୱିତୀୟରେ ରହିଛି ଫ୍ରାନ୍ସ । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩.୫୩ ଲକ୍ଷ । ସେହିପରି ବ୍ରାଜିଲ ୨.୫୭ ଲକ୍ଷ ସହ ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁ ୩୭.୦୮ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ୫୬.୬୯ ଲକ୍ଷ ଲୋକଙ୍କ ଜୀବନ ଗଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ କୁୱେତ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ନାବିକ ଉଦ୍ଧାର

ତେହରାନ,୩।୧୦: ହର୍ମୁଜ ପ୍ରଣାଳୀ (Strait of Hormuz) ରେ କୁୱେତୀ ପତାକାବାହୀ ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଏକ ପ୍ରକ୍ଷେପାସ୍ତ୍ର (projectile) ମାଡ଼ ହେବା ପରେ,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?