ତୃତୀୟ ସନ୍ତାନ ପ୍ରସବ କଲେ ମିଳିବ ୧୧ ଲକ୍ଷ ଟଙ୍କା!

ବେଜିଂ,୩୦ ।୧: ଜନସଂଖ୍ୟାରେ ସନ୍ତୁଳନ ରକ୍ଷା କରିବାକୁ ଏବେ ଚାଇନା ସରକାର ତୃତୀୟ ସନ୍ତାନ ପ୍ରସବ କରୁଥିବା ଦମ୍ପତିଙ୍କୁ ଅନେକ ସୁବିଧା ଯୋଗାଇ ଦେଉଥିବା ଜଣାପଡିଛି । ୨୦୨୧ରେ ଲାଗୁ କରାଯାଇଥିବା ୩ ସନ୍ତାନ ପ୍ରସବ ନୀତି ଅନୁଯାୟୀ, ମାତାପିତାଙ୍କୁ ବେବି ବୋନସ, ସବେତନ ଅବକାଶ, ଟ୍ୟାକ୍ସରେ ରିହାତି, ସନ୍ତାନ ପାଳନ ପୋଷଣରେ ସୁବିଧା ଏହାସହ ଅନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଇସ୍ରାଏଲର ସେଣ୍ଟର ଅଫ୍ ପଲିଟିକାଲ ଆଣ୍ଡ ଫରେନ ଆଫେୟାର୍ସର ମୁଖ୍ୟ ଫେବିୟନ ବୁସାର୍ଟ ଟାଇମ୍ସ ଅଫ୍ ଇସ୍ରାଏଲରେ ଲେଖିଥିବା ବ୍ଲଗରେ ପ୍ରକାଶ କରିଛନ୍ତି । କୁହାଯାଉଛି କି ଚାଇନା ସରକାର ୩ ସନ୍ତାନ ପ୍ରସବ କରିବା ଲାଗି ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଅଧିକାରୀ ଓ ବିଭିନ୍ନ ସଙ୍ଗଠନକୁ ଦାୟିତ୍ୱ ଦେଇଛନ୍ତି ।
ବ୍ଲଗରେ ଦର୍ଶାଯାଇଛି କି ବେଜିଂ ଡେବିନାଂଗ ଟେକ୍ନୋଲୋଜି ଗ୍ରୁପ ତା’ର କର୍ମଚାରୀଙ୍କୁ ସନ୍ତାନ ପ୍ରସବ କରିବାକୁ ୯୦ ହଜାର ୟୁଆନ (ପ୍ରାୟ ୧୧.୫୦ଲକ୍ଷ ଟଙ୍କା) ନଗଦ ଧନରାଶୀ, ୧୨ ମାସରୁ ଅଧିକ ମାତୃତ୍ୱ ଓ ପିତୃତ୍ୱ ଅବକାଶ ଦେଉଛି । ସେହିପରି ଅନଲାଇନ ସୁବିଧା ଦେଉଥିବା କମ୍ପାନୀ ଟ୍ରିପଡାଟକମ ତା’ର କର୍ମଚାରୀଙ୍କର ସନ୍ତାନ ପ୍ରସବର ସମସ୍ତ ଖର୍ଚ୍ଚ ବହନ କରୁଛି । ତେବେ ଶାସକ କମ୍ୟୁନିଷ୍ଟପାର୍ଟିର ନିର୍ଦ୍ଦେଶରେ କମ୍ପାନୀମାନେ ଏସବୁ କରୁଥିବା କୁହାଯାଉଛି । ଦେଶରେ ଯୁବକଙ୍କ ସଂଖ୍ୟାରେ କମ୍ ଓ ଏହା ଦେଶର ପ୍ରଗତିରେ ବାଧକ ସାଜିବ ବୋଲି ଚିନ୍ତା କରି କମ୍ୟୁନିଷ୍ଟ ପାର୍ଟି ଏଭଳି କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଗଙ୍ଗା’ ଅପରେଟ୍‌ କରୁଛନ୍ତି ସୁପର ୩୦

କ୍ୱିଭ୍‌,୭।୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏହାର...

ଅବଦୁଲ ଲତିଫ ରଶିଦ ଇରାକ ରାଷ୍ଟ୍ରପତି ନିର୍ବାଚିତ

ବାଗଦାଦ,୧୪।୧୦: ଇରାକ ପାର୍ଲାମେଣ୍ଟ ସଦସ୍ୟମାନେ କୁର୍ଦ୍ଦିଶ ନେତା ଅବଦୁଲ ଲତିଫ୍‌ ରଶିଦ୍‌ଙ୍କୁ ଦେଶର ନୂଆ ରାଷ୍ଟ୍ରପତି ନିର୍ବାଚିତ କରିଛନ୍ତି। ଫଳରେ ବର୍ଷେ ହେଲା ଲାଗିରହିଥିବା ରାଜନୈତିକ...

ଥରିଲା ତାଇଓ୍ବାନ

ତାଇପେଇ,୧୭ା୯: ଶନିବାର ଦକ୍ଷିଣ ପୂର୍ବ ତାଇଓ୍ବାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି।...

ରେନ୍‌ବୋ ଭିଲେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍‌ଟୁନ୍‌...

କାତାରରୁ ଆତଙ୍କବାଦୀଙ୍କ ପାଇଁ ଫଣ୍ଡିଂ, ପଲିସି ରିସର୍ଚ୍ଚ ଗ୍ରୁପ୍‌ ରିପୋର୍ଟ…

ଲଣ୍ଡନ/ଦୋହା, ୧୨।୬ : କେବଳ ଧାର୍ମିକ ତିକ୍ତତା ବଢ଼ାଇବା ପାଇଁ ନୁହେଁ, ବରଂ ଆତଙ୍କବାଦକୁ ସାରା ବିଶ୍ୱରେ ବିସ୍ତାର କରିବା ପାଇଁ କାତାରର ବିଭିନ୍ନ ସଂଗଠନ...

ଓବାମାଙ୍କ ଟୁଇଟ୍‌କୁ କପି କଲେ ଟ୍ରମ୍ପ: ସୋସିଆଲ ମିଡିଆରେ ଭାଇରାଲ

ଓ୍ବାଶିଂଟନ,୨୭।୧: ଆମେରିକାର ବେଶ୍‌ ପରିଚିତ ବାସ୍କେଟବଲ ଖେଳାଳି କୋବେ କ୍ରାୟଣ୍ଟଙ୍କ ଅସମୟ ମୃତ୍ୟୁକୁ ନେଇ ସାରା ଆମେରିକାରେ ଏକ ପ୍ରକାଶ ଶୋକର ଛାୟା ଖେଳି ଯାଇଛି।...

ଛଟେଇ ହେଉଛନ୍ତି ଗର୍ଭବତୀ

ଓ୍ବାଶିଂଟନ୍‌, ୯ା୩: କରୋନା ମହାମାରୀ ଯୋଗୁ ଅନେକ ଦେଶରେ ଲିଙ୍ଗଗତ ଅସମାନତା ବୃଦ୍ଧି ପାଇଛି। ମହିଳା ହିଂସା ବଢ଼ିବା ସହ ମାତ୍ର ୩ ଚତୁର୍ଥାଂଶ ମହିଳାଙ୍କ...

ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବେଆଇନ ମାଛଧରାରେ ଲାଗିବ ରୋକ…

ଓ୍ବାଶିଂଟନ, ୨୧।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନା ବେଆଇନ ଭାବେ ମାଛ ଧରିବା ଜାରି ରଖିଛି। ଏହା ଦ୍ୱାରା ଚାଇନା ବେଶ୍‌ ଲାଭାନ୍ବିତ ହେଉଛି। ଏହି...

Advertisement
Archives

Model This Week