ଅନ୍ତର୍ଜାତୀୟ

ସୋମାଲିଆରେ ବଡ଼ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ, ଅନେକ ଆହତ

ସୋମାଲିଆ ରାଜଧାନୀ ମୋଗାଦିଶୁରେ ଭାରତର ମୁମ୍ବାଇ ଭଳି ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ସହ ଜଡ଼ିତ ଅଲ୍‌-ଶବାବର କିଛି ଆତଙ୍କବାଦୀମାନେ ଶନିବାର ମୋଗାଦିଶୁରେ ଥିବା ଏକ ହୋଟେଲ ହୟାତରେ ପଶି ଗୁଳି ଚଳାଇବା ସହ ବିସ୍ଫୋରଣ…

ପିଚ ବ୍ଲାକ ଏକ୍ସରସାଇଜ: ଭାରତ-ଆମେରିକା ସମେତ ଭାଗନେବେ ୧୭ ଦେଶ

ଡର୍ବିନ,୨୦ ।୮: ବିଦେଶ ଆକାଶରେ ଶକ୍ତି ପ୍ରଦର୍ଶନ କରିବାକୁ ଭାରତୀୟ ବାୟୁସେନାର ୪ ସୁଖୋଇ ଯୁଦ୍ଧ ବିମାନ ଓ ୨ଟି ସି-୧୭ ଗ୍ଲୋବମାଷ୍ଟର-୩ ଅଷ୍ଟ୍ରେଲିଆର ଡର୍ବିନ ସହରରେ ଲ୍ୟାଣ୍ଡ କରି ସାରିଛି । ଏ ସମସ୍ତ ଯୁଦ୍ଧ ବିମାନ ଅଷ୍ଟ୍ରେଲିଆରେ ଆୟୋଜିତ…

ମହିଳାଙ୍କ ହାତରେ ମୋସାଦ୍‌

ଜେରୁଜେଲମ୍‌,୨୦ା୮: ଇସ୍ରାଏଲ୍‌ର ଜାତୀୟ ଗୋଇନ୍ଦା ସଂସ୍ଥା ‘ମୋସାଦ୍‌’ର ସର୍ବୋଚ୍ଚ ପଦରେ ପ୍ରଥମ ଥର ପାଇଁ ଦୁଇଜଣ ମହିଳାଙ୍କୁ ନିଯୁକ୍ତି ମିଳିଛି। ଏନେଇ ମୋସାଦ୍‌ ସ୍ପାଏ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ତେବେ ଜାରି କରାଯାଇଥିବା ଫଟୋରେ ସମ୍ପୃକ୍ତ ମହିଳାଙ୍କ ମୁହଁକୁ ଲୁଚାଇ…

ମୋଗାଦିସୁର ହୟାତ ହୋଟେଲରେ ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ଆକ୍ରମଣ

ମୋଗାଦିସୁ,୨୦ ।୮: ସୋମାଲିଆର ମୋଗାଦିସୁରେ ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ବନ୍ଧୁକଧାରୀମାନେ ଏକ ହୋଟେଲ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ୨ ଜଣ ସୁରକ୍ଷା ଅଧିକାରୀ ଆହତ ହୋଇଥିବା ସୂଚନା ମିଳିଛି । ଏହାସହ କେତେଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି…

୩୭ ହଜାର ଫୁଟ୍‌ ଉଚ୍ଚରେ ଶୋଇପଡ଼ିଲେ ଦୁଇ ପାଇଲଟ

ଆଡିସ୍‌ ଆବାବା,୨୦।୮: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନ ସୁଡାନର ଖର୍ତୁମ୍‌ରୁ ଇଥିଓପିଆ ରାଜଧାନୀ ଆଡିସ୍‌ ଆବାବା ଅଭିମୁଖେ ଯାଉଥିବାବେଳେ ଏହାର ଦୁଇଜଣ ପାଇଲଟ ଶୋଇପଡ଼ିଥିଲେ। ଗତ ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି। ସେତେବେଳେ ବିମାନଟି ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା।…

ତାଇୱାନରେ ଚାଇନାର ୫୧ ଯୁଦ୍ଧ ବିମାନ

ତାଇପେ,୨୦ ।୮: ଚାଇନା ସେନା ପୂର୍ବ ଥିଏଟର କମାନରେ ଯୁଦ୍ଧାଭ୍ୟାସ ନାମରେ ତାଇୱାନକୁ ଚାରିପଟୁ ଘେରି ଗଲାଣି । ଲଗାତାର ଆକ୍ରମଣ କରିବା ଭଳି କାରଣରୁ ତାଇୱାନ ଉପକୂଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ତାଇୱାନ କହିଛି ୬ ଚାଇନା…

ଚାଇନାରେ ବଢ଼ୁଛି ସଂକ୍ରମଣ

ବେଜିଂ,୧୯।୮: ଚାଇନାର ପଶ୍ଚିମ ଭାଗରେ ଥିବା ଜିନ୍‌ଜିଆଙ୍ଗ ପ୍ରଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ସରକାର ସେଠାରେ ଲକ୍‌ଡାଉନ ଲାଗୁ କରିଛନ୍ତି। ଜିରୋ କୋଭିଡ୍‌ ନୀତି କାର୍ଯ୍ୟକାରୀ କରିବା ଲାଗି ଉକ୍ତ ଅଞ୍ଚଳକୁ ସରକାର ପ୍ରତିନିଧି ପଠାଇଛନ୍ତି। ବୁଧବାର ଜିନ୍‌ଜିଆଙ୍ଗରେ…

ବିମାନ ଅବତରଣ କରାଇବାକୁ ଭୁଲିଗଲେ ପାଇଲଟ

ଆଡିସ୍‌ ଆବାବା,୧୯।୮: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନରେ ଅଭାବନୀୟ ଘଟଣା ଘଟିଛି। ୩୭,୦୦୦ ଫୁଟ୍‌ ଉଚ୍ଚରେ ବିମାନଟି ଉଡ଼ାଣ ଭରିଥିବା ବେଳେ ପାଇଲଟ ଅବତରଣ କରିବାକୁ ଭୁଳିଯାଇଥିଲେ। କାରଣ ୨ପାଇଲଟ ବିମାନରେ ଶୋଇପଡ଼ିଥିଲେ। ଗତ ସୋମବାର ଏହି ଘଟଣା ଘଟିଥିଲା। ସୂଚନାଯୋଗ୍ୟ,…

ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ୍‌ର ସୁରକ୍ଷା ମାଗିଲେ ଜେଲେନ୍‌ସ୍କି

ଲଭିଭ୍‌,୧୯ା୮: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏବଂ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ମଧ୍ୟସ୍ଥତା କରିଆସିଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ୟୁକ୍ରେନ୍‌ ଗ୍ରସ୍ତ କରିଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ୍‌ଙ୍କ ଏହା…

ପୁଣି ଭାଙ୍ଗିଲେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ନ୍ୟୁୟର୍କ,୧୯ା୮: ନ୍ୟୁୟର୍କର ଏକ ମନ୍ଦିର ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଛି। ଏହି ମାସରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଏହା ପରେ ଏକ ସ୍ଥାନୀୟ ସ୍ବେଚ୍ଛାସେବୀ ଗୋଷ୍ଠୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଶ୍ରୀ ତୁଳସୀ ମନ୍ଦିରରେ…

ରୁଷିଆ ସହ ଶାନ୍ତି ବୁଝାମଣା କରିବାକୁ ମନା କଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍‌,୧୯।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୈନ୍ୟ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ରୁଷିଆ ସହିତ କୌଣସି ଶାନ୍ତି ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ଜେଲେନସ୍କି ରୁଷିଆ ସହିତ ଶାନ୍ତି ବୁଝାମଣା କରିବାକୁ ମନା କରି ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି…

କାଲିଫର୍ନିଆରେ ଦୁଇଟି ଛୋଟ ବିମାନ ଦୁର୍ଘଟଣା ଗ୍ରସ୍ତ

କାଲିଫର୍ନିଆ,୧୯ ।୮: ଆମେରିକାର କାଲିଫର୍ନିଆରେ ଗୁରୁବାର ଦୁଇଟି ଛୋଟ ବିମାନ ଆକାଶ ମାର୍ଗରେ ପରସ୍ପର ସହ ପିଟି ହୋଇଯିବାରୁ ଦୁର୍ଘଟଣା ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଟୁଇନ ଇଞ୍ଜିନ ବାଲା ସେସନା ୩୪୦ ବିମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri