ରୁଷିଆ ସ୍କୁଲରେ ଗୁଳି, ୧୫ ମୃତ,୨୪ ଗୁରୁତର: ନିଜ ଗୁଳିରେ ଟଳିଲେ ଆତତାୟୀ

ମସ୍କୋ, ୨୬ା୯: ରୁଷିଆର ଇଜେଭ୍‌ସ୍କ ସହରରେ ଥିବା ଏକ ସ୍କୁଲରେ ଜଣେ ଆତତାୟୀ ସୋମବାର ଆଖିବୁଜା ଗୁଳି ଚଳାଇଛନ୍ତି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୧ ସ୍କୁଲ ପିଲା ରହିଛନ୍ତି। ଅଭିଯୁକ୍ତଙ୍କ ନାଁ ଆର୍ତେମ କାଜାଣ୍ଟସେଭ୍‌ (୩୦) ବୋଲି ଜଣାପଡ଼ିଛି। ଆର୍ତେମ ସେହି ସ୍କୁଲର ଛାତ୍ର ଥିଲେ। ହତ୍ୟାକାଣ୍ଡ ପରେ ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ଟି-ଶର୍ଟରେ ସ୍ବସ୍ତିକା ଚିହ୍ନ ଥିବାରୁ ଆତତାୟୀଙ୍କ ନାଜି ଲିଙ୍କ୍‌ ଥିବା ପୋଲିସ ସନ୍ଦେହ କରୁଛି। ସୂଚନାଯୋଗ୍ୟ, ସ୍କୁଲ ନମ୍ବର-୮୮ରେ ପ୍ରାୟ ୧ ହଜାର ଛାତ୍ରୀଛାତ୍ର ଥିଲେ। ଆର୍ତେନ ୨ଟି ବନ୍ଧୁକ ଧରି ସ୍କୁଲ ଭିତରେ ପଶି ସେଠାରେ ଥିବା ପିଲା ଏବଂ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଗୁଳି କରିଥିଲେ। ଆର୍ତେନକୁ ରୋକିବାକୁ ଉଦ୍ୟମ ବେଳେ ୨ ସିକ୍ୟୁରିଟି ଗାର୍ଡ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୨ ଶିକ୍ଷକ ମଧ୍ୟ ଅଛନ୍ତି। ଘଟଣା ପରବର୍ତ୍ତୀ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ହୋଇଛି। ସ୍କୁଲ ଚଟାଣ ସାରା ରକ୍ତ ଛିଟା ପଡ଼ିଥିବା ଏଥିରେ ଦେଖିବାକୁ ମିଳିଛି। ପୋଲିସ ହତ୍ୟାକାରୀଙ୍କ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରୁଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାକୁ ଆତଙ୍କବାଦୀ କାର୍ଯ୍ୟ କହିବା ସହ ଏଥିରେ ଫାସୀବାଦୀ ସଙ୍ଗଠନର ହାତ ଥିବା ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ସୂର୍ଯ୍ୟକୁ ଅତିକ୍ରମ କରିବ ବୁଧ: ଭାରତରେ ହେବ ନାହିଁ ଦୃଶ୍ୟମାନ

ଓ୍ବାଶିଂଟନ,୧୦।୧୧: ସୋମବାର ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ। ଫଳରେ...

ଗିରଫ ହୋଇପାରନ୍ତି ଇମ୍ରାନ

ଇସ୍‌ଲାମାବାଦ,୨୧।୮(ପି.ଟି.): ନିଷିଦ୍ଧ ପାଣ୍ଠି ମାମଲାର ତଦନ୍ତ କରୁଥିବା ସଂଘୀୟ ତଦନ୍ତକାରୀ ସଂସ୍ଥା (ଏଫ୍‌ଆଇଏ) ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗିରଫ କରିପାରେ। ସମନ ଜାରି...

୧୩,୦୦୦ ସେନାଙ୍କର ମୃତ୍ୟୁ ସ୍ୱୀକାର କରି ଟୁଇଟ୍ ହଟାଇଲା ରୁଷିଆ

ମସ୍କୋ,୨୩ ।୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ୫୮ ଦିନ ହୋଇଥିବା ବେଳେ ଏବେ ରୁଷିଆ ଗୋଟିଏ ପରେ ଗୋଟିଏ ସତ ସ୍ୱୀକାର କରୁଛି । ମିଳିଥିବା ସୂଚନା...

ବାଂଲାଦେଶ ଶହୀଦ ସ୍ମାରକରେ ପହଞ୍ଚିଲେ ମୋଦି: କଲେ ଚାରା ରୋପଣ

ଢାକା,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି। କରୋନା ଆରମ୍ଭ ହେବା ପରଠାରୁ ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା। ସେ...

ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ଇନ୍ଧନ

ଲଣ୍ଡନ, ୨୫।୧: ବିଶ୍ୱରେ ସବୁଜଗୃହ ବାଷ୍ପ ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଉଭୟ ବାୟୁମଣ୍ଡଳ ଓ ପରିବେଶ ଦୂଷିତ...

ଚେତାବନୀ ଦେଲା ଆମେରିକା

ନ୍ୟୁୟର୍କ,୯।୧: ଆମେରିକା ରୁଷିଆକୁ ଚେତାବନୀ ଦେଇଛି। ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ତାକୁ ଆର୍ଥିକ ଭାବେ ଦୁର୍ବଳ କରିଦେବୁ ବୋଲି ଆମେରିକା...

ସାଉଦିରେ ନିର୍ମାଣ ହେବ ବିଶ୍ୱର ବୃହତ୍ତମ କୋଠା

ରିୟାଧ୍‌, ୨ା୬: ସାଉଦି ଆରବ ବିଶ୍ୱର ବୃହତ୍ତମ କୋଠା ନିର୍ମାଣ ପାଇଁ ଯୋଜନା କରିଛି। ଏହାର ନାମ ‘ନିଓମ’ ରଖାଯିବ। କମ୍‌ ଜନବହୁଳ ଅଞ୍ଚଳରେ ବିଲ୍ଡିଂ...

ଆମେରିକାର ଚେତାବନୀ, ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ଯେ କୌଣସି ସମୟରେ...

Advertisement
Archives

Model This Week