ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବେ ମୋଦି

ଟୋକିଓ,୨୭।୯: ସେପ୍ଟେମ୍ବର ୨୭ ଅର୍ଥାତ୍‌ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଟୋକିଓରେ ପହଞ୍ଚିଛନ୍ତି। ସେଣ୍ଟ୍ରାଲ ଟୋକିଓର ନିପ୍ପନ ବୁଡୋକାନରେ ଭାରତୀୟ ସମୟ ସକାଳ ୧୦.୩୦ରେ ଅନ୍ତ୍ୟେଷ୍ଟି କ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୦୦ଟି ଦେଶର ପ୍ରତିନିଧି ଏଠାରେ ଉପସ୍ଥିତ ରହିବେ। ଶିଞ୍ଜୋ ଆବେଙ୍କ ସ୍ତ୍ରୀ ଅକି ଆବେଙ୍କୁ ମଧ୍ୟ ସମବେଦନା ଜଣାଇବା ପାଇଁ ମୋଦି ଏକ ସୌଜନ୍ୟମୂଳକ ସାକ୍ଷାତ କରିବେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଆବେଙ୍କ ମଧ୍ୟରେ ବହୁତ ଘନିଷ୍ଠତା ଥିଲା। ଆବେଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ମୋଦି ତାଙ୍କୁ ଜଣେ ପ୍ରିୟ ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ।
ସର୍ବପ୍ରଥମେ, ଆଜି ମୋଦି ଟୋକିଓର ଆକାସାକା ପ୍ୟାଲେସ ପରିଦର୍ଶନ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ମଧ୍ୟରେ ଏକ ସଂକ୍ଷିପ୍ତ ଦ୍ୱିପାକ୍ଷିକ ବୈଠକ ହେବ।
ସିଞ୍ଜୋ ଆବେ ଜାପାନର ଦୀର୍ଘସମୟ ଧରି ପ୍ରଧାନମନ୍ତ୍ରୀ ଥିଲେ। ଜୁଲାଇ ୮ରେ ଏକ ନିର୍ବାଚନ ଇଭେଣ୍ଟରେ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେଗାସସ୍‌କୁ ବ୍ଲାକ୍‌ ଲିଷ୍ଟରେ ରଖିଲା ଆମେରିକା

ଓ୍ବାଶିଂଟନ୍‌,୩ା୧୧: ବିଶ୍ୱବ୍ୟାପୀ ଝଡ଼ ସୃଷ୍ଟି କରିଥିବା ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର ପ୍ରସ୍ତୁତକର୍ତ୍ତା ଏନ୍‌ଏସ୍‌ଓ ଗ୍ରୁପ୍‌କୁ ବୁଧବାର ଆମେରିକା କଳା ତାଲିକାଭୁକ୍ତ କରିଛି। ଗତ ଜୁଲାଇ ୧୮ରେ...

ଖୁସି ଖବର: ଆମେରିକାରେ କମିଲା କରୋନା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୧୯।୬: କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ, ଆମେରିକା ଓ ଭାରତର ସ୍ଥିତି ଉଦ୍‌ବେଗଜନକ ରହିଛି। ପ୍ରତିଦିନ ସଂକ୍ରମିତଙ୍କ ତାଲିକାରେ ଭାରତ ୩ ନମ୍ବରରେ ଥିବା ବେଳେ...

ଗଣତନ୍ତ୍ର ସପକ୍ଷରେ ମ୍ୟାନ୍‌ମାର ସୈନ୍ୟ

ନାପିତାଉ, ୧୩ା୬(ଆଇଏଏନ୍‌ଏସ୍‌): ମ୍ୟାନ୍‌ମାରରେ ଗଣତନ୍ତ୍ର ଫେରାଇ ଆଣିବାକୁ ସେନା ଶାସନ ବିରୋଧରେ ଫେବୃୟାରୀ ୧ରୁ ଲୋକେ ଆନ୍ଦୋଳନ ଜାରି ରଖିଥିବାବେଳେ ଏବେ ଧୀରେ ଧୀରେ ଏଥିରେ...

ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍‌ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ

ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି।...

ରୁଷିଆ କଥା ବିଶ୍ୱାସଯୋଗ୍ୟ ନୁହେଁ: ବ୍ଲିଙ୍କେନ୍‌

ଓ୍ବାଶିଂଟନ, ୩୦ା୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଶାନ୍ତି ଆଲୋଚନା ଶେଷ ହେବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ବ୍ରିଟେନ୍‌...

ବାଇଡେନ୍‌ଙ୍କ ନୂଆ କ୍ୟାବିନେଟ ଘୋଷଣା

ୱାଶିଂଟନ,୨୪ ।୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି । ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ୍ କାର୍ଯ୍ୟଭାର ଗ୍ରହଣ...

ଭାରତକୁ ଚେତାବନୀ ଦେଲା ପାକିସ୍ତାନ

ଇସଲାମାବାଦ,୧୧।୩: ଭାରତରେ ନିର୍ମିତ ସୁପରସୋନିକ୍‌ ବସ୍ତୁ ପାକିସ୍ତାନର ଭୂଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥି ଲାଗି ଅପ୍ରୀତିକର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ନୂଆଦିଲ୍ଲୀକୁ ଚେତାବନୀ ଦେଇଛି...

ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ନିର୍ବାଚନ ଫଳାଫଳ ଫିକ୍ସିଂ କରି ସାରିଛନ୍ତି ଇମ୍ରାନ୍‌ ସରକାର

ଖାଇବରପସ୍ତୁନଖ୍ବା,୧୪।୧୧: ଗିଲ୍‌ଗିଟ୍‌-ବଲ୍ଟିସ୍ତାନରେ ହେବାକୁ ଥିବା ନିର୍ବାଚନ ଫଳାଫଳକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଫିକ୍ସିଂ କରି ସାରିଛନ୍ତି। ଏଠାରେ କେବଳ ନିର୍ବାଚନ ହେବ। କିନ୍ତୁ ଫଳାଫଳ...

Advertisement
Archives

Model This Week