ଅନ୍ତର୍ଜାତୀୟ

୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ଓ୍ବାଶିଂଟନ୍‌,୫।୧: ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଆମାଜନ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି। ଖର୍ଚ୍ଚ ହ୍ରାସ କରିବାକୁ କମ୍ପାନୀ ଏହି ପଦକ୍ଷେପ ନେଉଛି। କମ୍ପାନୀର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ଆଣ୍ଡି ଜାସି କର୍ମଚାରୀଙ୍କୁ ପଠାଯାଇଥିବା ଏକ ନୋଟରେ କହିଛନ୍ତି,…

୨୨ ଲକ୍ଷ ଡଲାର ଜରିମାନା ଦେବେ ଏଲନ ମସ୍କ…

ଓ୍ବାଶିଂଟନ,୫।୧ : ଦକ୍ଷିଣ କୋରିଆ ଦ୍ୱାରା ଏଲୋନ ମସ୍କଙ୍କ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସଲାକୁ ୨୨ ଲକ୍ଷ ଡଲାର ଜରିମାନା କରାଯାଇଛି। ଦକ୍ଷିଣ କୋରିଆର ଆଣ୍ଟିଟ୍ରଷ୍ଟ ନିୟାମକ କୋରିଆ ମେଳା ବାଣିଜ୍ୟ ଆୟୋଗ (କେଏଫଟିସିସି) କହିଛି ଯେ ଟେସଲା ଏହାର ଗାଡିର…

ଭାରତରେ ୮୩ ଶହ କୋଟି ଟିକସ ଦେବ ଓ୍ବାଲମାର୍ଟ…

ସିଙ୍ଗାପୁର,୫।୧ : ଫୋନ ପେ ମୁଖ୍ୟାଳୟ ସିଙ୍ଗାପୁରରୁ ଭାରତକୁ ସ୍ଥାନାନ୍ତରିତ କରିବା ଯୋଗୁ ୱାଲମାର୍ଟ ଏବଂ ଡିଜିଟାଲ ପେମେଣ୍ଟ କମ୍ପାନୀର ସମସ୍ତ ଅଂଶୀଦାରଙ୍କୁ ପ୍ରାୟ ଏକ ବିଲିୟନ ଡଲାର (୮୩ ଶହ କୋଟି ଟଙ୍କା) ଟିକସ ଦେବାକୁ ପଡିବ। ସୂଚନାନୁସାରେ, ଫୋନପେ…

ପ୍ରତି ନାଗରିକଙ୍କୁ ୨୦୦ ଡଲାର ଦେବ ତାଇଓ୍ବାନ…

ତାଇପେ,୫।୧ : ତାଇୱାନ ନୂଆ ବର୍ଷରେ ଏହାର ପ୍ରତ୍ୟେକ ନାଗରିକଙ୍କୁ ପ୍ରାୟ ୨୦୦ ଡଲାର (ପ୍ରାୟ ୧୬,୦୦୦ ଟଙ୍କା) ଦେବାକୁ ଯୋଜନା କରିଛି। ଏହା ଘୋଷଣା କରି ରାଷ୍ଟ୍ରପତି ସୁ ସେଙ୍ଗ-ଚାଙ୍ଗ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସୂଚନା ଦେଶବାସୀଙ୍କୁ ଦେଇଛନ୍ତି। ଆର୍ଥିକ…

ଚାଇନାର କରୋନା ନିୟନ୍ତ୍ରଣ ରଣନୀତି ନେଇ ଚିନ୍ତାବ୍ୟକ୍ତ କଲା ଆମେରିକା…

ଓ୍ବାଶିଂଟନ,୫।୧ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ଅନେକ ଦେଶଚାଇନାର କରୋନା ନିୟନ୍ତ୍ରଣ ରଣନୀତି ନେଇ ଚିନ୍ତିତ ଅଛନ୍ତି। ଚାଇନା ଯେପରି କରୋନା ତଥ୍ୟ ଲୁଚାଉଛି, ସେନେଇ ପଡୋଶୀ ଦେଶମାନେ ସଜାଗ ହୋଇସାରିଛନ୍ତି। ଆମେରିକା ଏକ୍ଷେତ୍ରାୀ ଅଧିକ ସତର୍କ ଦେଖାଯାଉଛି।…

ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନଲାଇନରେ ଧମକାଉଛି ଚାଇନା…

ବେଜିଂ,୫।୧ : ଚାଇନାରେ ଅଭିବ୍ୟକ୍ତିର ସ୍ବାଧୀନତା ଲୋକେ ହରାଉଛନ୍ତି। ଏହା ସହିତ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି। ଅଷ୍ଟ୍ରେଲିଆର ଥିଙ୍କ ଟ୍ୟାଙ୍କ ଷ୍ଟ୍ରାଟେଜିକ ପଲିସି ଇନଷ୍ଟିଚ୍ୟୁଟ ଦାବି କରିଛି ଯେ ଅନଲାଇନରେ ମହିଳା ଗଣମାଧ୍ୟମ ପ୍ରତିନିଧି ତଥା ଅନୁସନ୍ଧାନକାରୀଙ୍କୁ ଚାଇନା ଧମକ ଦେଉଛି।…

ଭାରତୀୟ ଶିକ୍ଷାର୍ଥୀଙ୍କ ପାଇଁ ରେକର୍ଡ ସଂଖ୍ୟକ ୧.୨୫ ଲକ୍ଷ ଭିଜା ଜାରି କଲା ଆମେରିକା…

ଓ୍ବାଶିଂଟନ,୫।୧ : ଆମେରିକା ଭାରତର ନିକଟତର ହେବାକୁ ଚାହୁଁଛି। କାରଣ ଆମେରିକାର ଦୂତାବାସ ଏଥର ୧.୨୫ ଲକ୍ଷ ଭାରତୀୟ ଶିକ୍ଷାର୍ଥୀଙ୍କୁ ଭିଜା ପ୍ରଦାନ କରି ଏହାର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି। ଆମେରିକା ବିଭାଗ ମୁଖପାତ୍ର ନେଡ ପ୍ରାଇସ ଏହି ସୂଚନା…

୬ ଭାରତୀୟ ବଂଶୋଦ୍ଭବଙ୍କୁ ପୁନଃ ମନୋନୀତ କଲେ ବାଇଡେନ୍‌

ଓ୍ବାଶିଂଟନ,୫।୧: ଆମେରିକା ପ୍ରଶାସନର କେତେକ ଶୀର୍ଷ ପଦବୀକୁ ଅନୂ୍ୟନ ୬ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁନଃ ମନୋନୀତ କରିଛନ୍ତି। ସେଗୁଡ଼ିକୁ ସିନେଟ ଅନୁମୋଦନ ନିମନ୍ତେ ପଠାଯାଇଛି। ରିଚାର୍ଡ ବର୍ମା (୫୪)ଙ୍କୁ ପରରାଷ୍ଟ୍ର ବିଭାଗର ପରିଚାଳନା ଓ ସମ୍ବଳ…

ହାଇପରସୋନିକ୍‌ ମିଶାଇଲ ପ୍ରସ୍ତୁତ

ମସ୍କୋ,୫ା୧: ୟୁକ୍ରେନ୍‌ ଆକ୍ରମଣର ୩୧୫ ଦିନ ପରେ ମଧ୍ୟ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧଖୋର ମନୋଭାବ ଯାଇନାହିଁ। ସେ ହାଇପରସୋନିକ୍‌ କ୍ରୁଜ୍‌ ମିଶାଇଲ ବୋଝେଇ ଯୁଦ୍ଧଜାହାଜ ଆଡ୍‌ମିରାଲ ଗୋର୍ଶକୋଭ୍‌କୁ ଆଟ୍‌ଲାଣ୍ଟିକ୍‌ ଏବଂ ଭାରତ ମହାସାଗରରେ ମୁତୟନ କରିଛନ୍ତି। ରୁଷୀୟ ସୈନ୍ୟଙ୍କୁ…

ଗର୍ଭାଶୟ କର୍କଟ ଚିହ୍ନଟ କରିବ ସର୍ଜିକାଲ ନାଇଫ୍‌

ଲଣ୍ଡନ,୫।୧: ଏଣିକି ଗର୍ଭାଶୟ କର୍କଟ ଚିହ୍ନଟ କରିବା ହେବ ଆହୁରି ସହଜ। ଲଣ୍ଡନର ଇମ୍ପେରିଆଲ କଲେଜର ବିଶେଷଜ୍ଞମାନେ ଏକ ବିଶେଷ ପ୍ରକାର ସର୍ଜିକାଲ ନାଇଫ୍‌ (ଛୁରି) ତିଆରି କରିଛନ୍ତି, ଯାହା ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗର୍ଭାଶୟ କର୍କଟ ବା ଟ୍ୟୁମର…

କାବୁଲରେ ଏକାଧିକ ବିସ୍ଫୋରଣ: ବହୁ ଦୂରକୁ ଶୁଭିଥିଲା ଶବ୍ଦ

କାବୁଲ,୪ା୧: ବୁଧବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକାଧିକ ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋର୍‌ରେ ଥିଲା ଯେ ଏହା ବହୁ ଦୂରକୁ ଶୁଣା ଯାଇଥିଲା। ତେବେ ବିସ୍ଫୋରଣ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏଥିସହ ଏଥିରେ ଆହତଙ୍କ ସମ୍ପର୍କରେ ମଧ୍ୟ…

‘ଭାରତ-ରୁଷିଆ ସମ୍ପର୍କ ଖରାପ ହେବ ନାହିଁ’

ଭିଏନା,୪ା୧: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି। ନୂତନ ବିଶ୍ୱ ଶୃଙ୍ଖଳା, ୟୁକ୍ରେନ ଯୁଦ୍ଧ ଏବଂ ଚାଇନା ଚ୍ୟାଲେଞ୍ଜ ଉପରେ ୟୁରୋପୀୟ ଦେଶମାନଙ୍କୁ ସେ ପରାମର୍ଶ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?