ଆକ୍ରମଣକାରୀଙ୍କୁ ଧରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ
ଇସ୍ଲାମାବାଦ,୫ା୧୧(ପି.ଟି.): ଇମ୍ରାନ୍ ଖାନ୍ଙ୍କ ପୂର୍ବତନ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍ ଆକ୍ରମଣକାରୀଙ୍କୁ ଧରିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇମ୍ରାନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିବା ପରେ ଜେମିମା ଏ ନେଇ ଟୁଇଟରରେ ଏକ ପୋଷ୍ଟ ଶେୟାର କରିଥିଲେ। ଇମ୍ରାନ୍ଙ୍କ ସହଯୋଗୀଙ୍କ ମୃତ୍ୟୁ…
ଟୁଇଟର ଛଟେଇକୁ ନେଇ ପ୍ରଥମ ଥର ସଫେଇ ଦେଲେ ମସ୍କ, କହିଲେ ପ୍ରତିଦିନ ହେଉଛି କମ୍ପାନୀର କ୍ଷତି, ନ ଥିଲା ଆଉ କୌଣସି ରାସ୍ତା
ୱାଶିଂଟନ,୫ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଲଗାତାର ଭାବେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି । ଭାରତରେ ଥିବା ପ୍ରାୟ ସମସ୍ତ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା କୁହାଯାଉଛି । ଏହାରି ଭିତରେ ସେ ଏକ ଟୁଇଟ କରିଛନ୍ତି…
ଟୁଇଟରରେ ଛଟେଇ ଆରମ୍ଭ
ନୂଆଦିଲ୍ଲୀ/ଓ୍ବାଶିଂଟନ,୫ା୧୧: କାଲିଫର୍ନିଆସ୍ଥିତ ସାନ୍ଫ୍ରାନ୍ସିସ୍କୋରେ ମୁଖ୍ୟାଳୟ ଥିବା ଆମେରିକୀୟ ଟେଲିକମ୍ୟୁନିକେଶନ କମ୍ପାନୀ ଟୁଇଟରକୁ ବିଶ୍ୱର ସବୁଠୁ ଧନୀ ତଥା ଇଲେକ୍ଟ୍ରୋନିକ୍ କାର୍ ଟେସ୍ଲା ନିର୍ମାତା ଏଲନ୍ ମସ୍କ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଗତ ଅକ୍ଟୋବର ୨୭ରେ ମସ୍କ ମାଲିକାନା ସ୍ବତ୍ୱ ହାତକୁ…
ଭାରତକୁ ପୁଣି ପ୍ରଶଂସା କଲେ ପୁଟିନ କହିଲେ ଭାରତୀୟ ପ୍ରତିଭାଶାଳୀ, ପ୍ରେରଣାଦାୟୀ
ମସ୍କୋ,୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି । ସେ ଭାରତୀୟଙ୍କୁ ‘ପ୍ରତିଭାଶାଳୀ’ ଓ ‘ପ୍ରେରିତ’ କରୁଥିବା ଲୋକ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଭାରତରେ ବହୁତ ସମ୍ଭାବନା ରହିଛି,…
ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ପାକିସ୍ତାନ! କାହାକୁ ସର୍ବସମ୍ମୁଖରେ ହତ୍ୟା ତ କାହାକୁ ହୋଇଛି ଫାଶି…
ଇସଲାମାବାଦ,୪।୧୧: ପାକିସ୍ତାନରେ ପୁଣି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ହେବା ପରେ ରାଜନେତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସାଧାରଣ ଲୋକ ତ ଦୂରର କଥା ଏହି ଦେଶ ରାଜନେତା ଏବଂ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି…
ନମାଜ ପାଠ ପରେ ଇମ୍ରାନ୍ ସମର୍ଥକଙ୍କ ବିକ୍ଷୋଭ
ଇସ୍ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ହତ୍ୟା ଉଦ୍ୟମ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ସମର୍ଥକମାନେ ଶୁକ୍ରବାର ନମାଜ ପାଠ ପରେ ରାସ୍ତାକୁ ଓହ୍ଲାଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆକ୍ରମଣରେ ସମ୍ପୃକ୍ତ ଆଉ ୨ ଜଣ ସନ୍ଦିଗ୍ଧଙ୍କୁ ପାକିସ୍ତାନ ପଞ୍ଜାବ…
ଆକ୍ରମଣ ପରେ ପ୍ରଥମ ଥର ଜନତାଙ୍କ ସମ୍ମୁଖକୁ ଆସିଲେ ଇମ୍ରାନ୍: କହିଲେ, ଜଣାଥିଲା ଆକ୍ରମଣ ହେବ
ଇସ୍ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ପ୍ରଥମ ଥର ସେ ଜନତାଙ୍କ ସମ୍ମୁଖକୁ ଆସିଛନ୍ତି। ଶୁକ୍ରବାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଖବରଦାତା ସମ୍ମିଳନୀ କରି ଇମ୍ରାନ୍ ନିଜର ପ୍ରତିକ୍ରିୟା ରଖିଛନ୍ତି। ଇମ୍ରାନ୍ ଏକ…
ତୁରନ୍ତ ଖେରସନ୍ ଛାଡ଼ିବାକୁ ନାଗରିକଙ୍କୁ ନିର୍ଦ୍ଦେଶ
କିଭ୍,୪।୧୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ତୀବ୍ର ହେବାରେ ଲାଗିଛି। ଇତିମଧ୍ୟରେ ଖେରସନ୍ରେ ମୁତୟନ ହୋଇଥିବା ରୁଷିଆ ଅଧିକାରୀ ନାଗରିକଙ୍କୁ ତୁରନ୍ତ ସହର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମସ୍କୋ ପକ୍ଷରୁ ନିଯୁକ୍ତ ହୋଇଥିବା ଅଧିକାରୀ…
ମରଣାନ୍ତକ ଆକ୍ରମଣ ପରେ ଅପରାହ୍ନ ୪ଟାରେ ଖବରଦାତା ସମ୍ମିଳନୀ କରିବେ ଇମ୍ରାନ୍
ଇସ୍ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଉପରେ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଥିଲା। ଦେଶରେ ତୁରନ୍ତ ସାଧାରଣ ନିର୍ବାଚନ କରାଯିବା ଦାବିରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ବେଳେ ଆଲାଓ୍ବାଲା ଛକରେ ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ୍(ପିଟିଆଇ) ଅଧ୍ୟକ୍ଷ ଇମ୍ରାନଙ୍କୁ ଜଣେ ବ୍ୟକ୍ତି…
ଲକ୍ଡାଉନ୍ରେ ଫସିଛି ବିଶ୍ୱର ସବୁଠୁ ବଡ଼ ଆଇଫୋନ୍ ଫ୍ୟାକ୍ଟ୍ରି
ବେଜିଂ,୪ା୧୧: ଚାଇନାରେ କରୋନା ସଂକ୍ରମଣକୁ ନେଇ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପୁଣି ଆତଙ୍କ ଖେଳିଯାଇଛି। କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଅନେକ ସହରରେ ଲକ୍ଡାଉନ୍ ଲାଗୁ କରାଯାଇଛି। ଲକ୍ଷ ଲକ୍ଷ ଲୋକ ନିଜ ଘରେ ରହିବାକୁ…
ଦକ୍ଷିଣ କୋରିଆ ସୀମାରେ ଉତ୍ତର କୋରିଆର ୧୮୦ ଯୁଦ୍ଧ ବିମାନ
ସିଓଲ,୪ା୧୧: ଉତ୍ତର ସୀମାରେ ପ୍ରାୟ ୧୮୦ ଉତ୍ତର କୋରିଆ ଯୁଦ୍ଧ ବିମାନ ଦେଖିବା ବିଷୟରେ ସୂଚନା ପାଇବା ମାତ୍ରେ ଦକ୍ଷିଣ କୋରିଆ ସତର୍କ ହୋଇଯାଇଛି। ଏଠାରେ ଥିବା ସେନା ତୁରନ୍ତ ଏହାର ଜେଟ୍ ପଠାଇଥିଲେ। ଏହି ସୂଚନା ଦକ୍ଷିଣ କୋରିଆ ସେନା…
୩ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଇମ୍ରାନ
ଇସଲାମାବାଦ,୪ା୧୧: ପାକିସ୍ତାନର ତେହେରିକ-ଏ-ଇନ୍ସାଫର ବରିଷ୍ଠ ନେତା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଗୁରୁବାର ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ଙ୍କ ସମେତ ୩ ଜଣଙ୍କ ନିର୍ଦ୍ଦେଶରେ କରାଯାଇଥିବା ଇମ୍ରାନ ଅଭିଯୋଗ କରିଛନ୍ତି। ପାକିସ୍ତାନ ତେହେରିକ-ଏ-ଇନ୍ସାଫ…
Archives


