ଟୁଇଟରରେ ଛଟେଇ ଆରମ୍ଭ

ନୂଆଦିଲ୍ଲୀ/ଓ୍ବାଶିଂଟନ,୫ା୧୧: କାଲିଫର୍ନିଆସ୍ଥିତ ସାନ୍‌ଫ୍ରାନ୍ସିସ୍କୋରେ ମୁଖ୍ୟାଳୟ ଥିବା ଆମେରିକୀୟ ଟେଲିକମ୍ୟୁନିକେଶନ କମ୍ପାନୀ ଟୁଇଟରକୁ ବିଶ୍ୱର ସବୁଠୁ ଧନୀ ତଥା ଇଲେକ୍ଟ୍ରୋନିକ୍‌ କାର୍‌ ଟେସ୍‌ଲା ନିର୍ମାତା ଏଲନ୍‌ ମସ୍କ ୪୪ ବିଲିୟନ ଡଲାରରେ କିଣିଛନ୍ତି। ଗତ ଅକ୍ଟୋବର ୨୭ରେ ମସ୍କ ମାଲିକାନା ସ୍ବତ୍ୱ ହାତକୁ ନେବା ପରେ ଏହା ପବ୍ଲିକ୍‌ ଲିମିଟେଡ୍‌ କମ୍ପାନୀରୁ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀରେ ପରିଣତ ହୋଇଛି। ଏଥିଯୋଗୁ ଟୁଇଟରକୁ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜରୁ ଆସନ୍ତା ୮ରେ ବାଦ୍‌ ଦିଆଯିବ। ଏହି ପରିପ୍ରେକ୍ଷୀରେ ମସ୍କ ଟୁଇଟରକୁ ନିଜ ଢଙ୍ଗରେ ଚଳାଇବା ଆରମ୍ଭ କରିଛନ୍ତି। ଶୁକ୍ରବାରଠାରୁ ଟୁଇଟରର ଅନେକ ଅଫିସକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଏଥିସହ ବହୁସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରାଯାଉଛି। ଏନେଇ ଟୁଇଟର ପକ୍ଷରୁ କର୍ମଚାରୀମାନଙ୍କୁ ଇ-ମେଲ୍‌ କରାଯାଇଛି। ଅଫିସ୍‌ରେ ଥାଆନ୍ତୁ କି ଅଫିସକୁ ଆସିବା ପାଇଁ ବାଟରେ ଥାଆନ୍ତୁ ଦୟାକରି ଘରକୁ ଫେରିଯାଆନ୍ତୁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଟୁଇଟରକୁ ଏକ ସୁସ୍ଥ ପଥରେ ଆଗେଇ ନେବା କ୍ଷେତ୍ରରେ ଆମେ ଅନେକ କଠିନ ପ୍ରକ୍ରିୟା ଦେଇ ଗତି କରିବୁ। ଏଥି ସକାଶେ ସାରା ବିଶ୍ୱରେ ଆମେ ଛଟେଇ କରୁଛୁ। ଯେଉଁ କର୍ମଚାରୀମାନେ ଛଟେଇ ହେବେ ନାହିଁ ସେମାନଙ୍କୁ ଇ-ମେଲ୍‌ରେ ଜଣାଇଦିଆଯିବ ବୋଲି କୁହାଯାଇଛି।
ଯେ, ଗତ ଏପ୍ରିଲରେ ମସ୍କ ଟୁଇଟର କିଣିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଫେକ୍‌ ଆକାଉଣ୍ଟ ସଂଖ୍ୟାର ଆଳ ଦେଖାଇ ଡିଲ୍‌ରୁ ବାହାରିଯିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଟୁଇଟର ଅଦାଲତଙ୍କ ଆଶ୍ରୟ ନେଇଥିଲା। ଶେଷରେ କୋର୍ଟ ନିର୍ଦ୍ଧାରିତ ଡେଡ୍‌ଲାଇନ୍‌ର ଦିନକ ପୂର୍ବରୁ ମସ୍କ ଏହି ସୋସିଆଲ ମିଡିଆ ସାଇଟ୍‌କୁ କିଣିବାକୁ ବାଧ୍ୟ ହୋଇଥିଲେ। ଟୁଇଟରକୁ ଅଧିଗ୍ରହଣ କରିବା ମାତ୍ରେ ୫୧ ବର୍ଷୀୟ ମସ୍କ ଏହାର ସିଇଓ ପରାଗ ଅଗ୍ରଓ୍ବାଲ ଓ ଲିଗାଲ୍‌ ଏକ୍‌ଜିକ୍ୟୁଟିଭ୍‌ ବିଜୟା ଗାଡ୍ଡେଙ୍କୁ ବିଦା କରିଥିଲେ। ଶୁକ୍ରବାର କେତେଜଣ ଭାରତୀୟ କର୍ମଚାରୀ ଚାକିରି ହରାଇଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ମାର୍କେଟିଂ, ଇଞ୍ଜିନିୟରିଂ ଓ କମ୍ୟୁନିକେଶନ ବିଭାଗର କର୍ମଚାରୀମାନେ ସର୍ବାଧିକ ପ୍ରଭାବିତ ହୋଇଥିବା କୁହାଯାଉଛି। ଯେଉଁମାନେ ଏବେ ବି ଟୁଇଟର ଇଣ୍ଡିଆରେ ଅଛନ୍ତି, ସେମାନେ ନିଯୁକ୍ତି ହରାଇବା ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏହା ଆମକୁ ବାହାର କରିବା ପାଇଁ ଅତି ଅମାନବୀୟ ଉପାୟ। ଟୁଇଟର ଇଣ୍ଡିଆରେ ଅନେକ ବର୍ଷ କାର୍ଯ୍ୟ କରିଛୁ। ମସ୍କ ଏହାର ମାଲିକ ହେବା ପରଠୁ ଆମ ସହ କମ୍ପାନୀ ଆଦୌ ଯୋଗାଯୋଗ କରୁନାହିଁ ବୋଲି ପ୍ରଭାବିତ କର୍ମଚାରୀମାନେ କହିଛନ୍ତି। ଟୁଇଟରରେ କାର୍ଯ୍ୟରତ ୭,୬୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ଅଧା ଅର୍ଥାତ୍‌ ୩,୮୦୦ ଜଣଙ୍କୁ ନୂଆ ସିଇଓ ମସ୍କ ବିଦା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେରିକାର ଆଇନ ଅନୁସାରେ ଛଟେଇ ପାଇଁ ୬୦ ଦିନ ପୂର୍ବରୁ ନୋଟିସ ଦିଆଯିବା କଥା। ଏପରି ନ କରି ସିଧାସଳଖ କାର୍ଯ୍ୟରୁ ଅବ୍ୟାହତି ଦିଆଯାଉଥିବାରୁ ଗୁରୁବାର କେତେଜଣ କର୍ମଚାରୀ ଟୁଇଟର ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ଟାରେ ଆସିବ ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ,୩।୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ)ର ଦଶମ ପରୀକ୍ଷାର୍ଥୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ସିବିଏସ୍‌ଇ ଦଶମ ପରୀକ୍ଷା ଫଳାଫଳ ପ୍ରକାଶିତ ହେବ।...

୫୦୦ ଆମେରିକୀୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କଲା ରୁଷିଆ…

ମସ୍କୋ,୨୦।୫ : ରୁଷିଆ ୫୦୦ ଆମେରିକୀୟ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ...

କଂଗ୍ରେସକୁ ଘାରିଛି ଘର କଳି ଚିନ୍ତା, ପଞ୍ଜାବ-ଉତ୍ତରାଖଣ୍ଡରେ ଅବୁଝାଙ୍କୁ ବୁଝାଇବା ଜାରି…

ନୂଆଦିଲ୍ଲୀ, ୨୭।୧ : ଆଗକୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ। ତେବେ ଏହି ଦୁଇରାଜ୍ୟରେ ଘର କଳି ଯୋଗୁ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି।...

ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ,୮।୩: ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କୁକୁରର ଶେଷକୃତ୍ୟ

ବେଙ୍ଗାଲୁରୁ, ୫ା୯: କର୍ନାଟକର ମାଙ୍ଗାଲୁରୁରେ ରବିବାର ପୋଲିସ କୁକୁର ଗୀତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ୧୧ ବର୍ଷ ବୟସରେ ଶନିବାର ଲାବ୍ରେଡର ପ୍ରଜାତିର ଏହି କୁକୁର...

ଡବ୍ଲ୍ୟୁଏଚ୍‌ଓର ରିପୋର୍ଟରେ ଯୋଡାଯାଇଛି ମନଇଚ୍ଛା ଶଦ୍ଦ

ନୂଆଦିଲ୍ଲୀ, ୧୨।୫: କରୋନା ଭୂତାଣୁର ବି.୧.୬୧୭ ମ୍ୟୁଟାଣ୍ଟକୁ ଭାରତୀୟ ଭାରିଆଣ୍ଟ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାର...

ଆମକୁ ଦରକାର ମୋଦି ସରକାର: ପାକିସ୍ତାନୀ ଯୁବକ…

ଇସଲାମାବାଦ,୨୩।୨ : ପାକିସ୍ତାନୀ ୟୁଟ୍ୟୁବର୍‌ ସାନା ଅମଜାଦ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ, ୭୦ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୩୧।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

Advertisement
Archives

Model This Week