ଅନ୍ତର୍ଜାତୀୟ

ଆମେରିକାରେ ବମ୍ବ ସାଇକ୍ଲୋନ୍‌: ରେକର୍ଡ ଭାଙ୍ଗିଲା ତାପମାତ୍ରା

ଓ୍ବାଶିଂଟନ,୨୬ା୧୨: ଆମେରିକାରେ ବମ୍ବ ସାଇକ୍ଲୋନ୍‌ ଯୋଗୁ ଦେଶରେ ଶୀତ ରେକର୍ଡ ଭାଙ୍ଗିଛି। ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀକୁ ଖସିବା ଫଳରେ ଲକ୍ଷାଧିକ ଆମେରିକୀୟଙ୍କ ଖ୍ରୀଷ୍ଟମାସ ପାଳନକୁ ଫିକା କରିଦେଇଛି। ଏପରିକି ବିମାନ ବାତିଲ ଯୋଗୁ ହଜାର ହଜାର ଯାତ୍ରୀ ଅଟକି ରହିଛନ୍ତି।…

ଟୁଇଟର ଉପରେ ବଡ଼ ଧରଣର ହ୍ୟାକିଂ: ୪୦ କୋଟି ଟୁଇଟର ୟୁଜରଙ୍କ ଡାଟା ଚୋରି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୬।୧୨ : ଟୁଇଟର ୟୁଜରଙ୍କ ଉପରେ ଏକ ବଡ ହ୍ୟାକିଂ ଆକ୍ରମଣ ହୋଇଛି। ଖବର ଅନୁଯାୟୀ, ଏହି ହ୍ୟାକିଂ ଆକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୪୦ କୋଟି ୟୁଜରଙ୍କ ତଥ୍ୟ ଚୋରି ହୋଇଛି। ହ୍ୟାକରମାନେ ଏହି ତଥ୍ୟକୁ ଡାର୍କ ୱେବରେ ବିକ୍ରୟ…

ଗ୍ରୀସ୍‌-ସାଇପ୍ରସ୍‌କୁ ଏର୍ଦୋଗନଙ୍କ ଚେତାବନୀ…

ଆଙ୍କରା,୨୬।୧୨ : ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ଏବଂ ତାଙ୍କ ମନ୍ତ୍ରୀମାନେ ନାଟୋ ସହଯୋଗୀ ଗ୍ରୀସ ଏବଂ ସାଇପ୍ରସ ରିପବ୍ଲିକ ବିରୋଧରେ ଆକ୍ରମଣାତ୍ମକ ବିବୃତ୍ତି ଦେଇଛନ୍ତି। ଏକ ଅଭିଭାଷଣରେ ତୁର୍କୀରେ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍ପାଦନ ସମ୍ପର୍କରେ ରାଷ୍ଟ୍ରପତି…

ବନ୍ଦ ହେଉ ୟୁକ୍ରେନ୍‌ ଯୁଦ୍ଧ: ପୋପଙ୍କ ବାର୍ତ୍ତା…

ଭଟିକାନ ସିଟି,୨୬।୧୨ : ଖ୍ରୀଷ୍ଟମାସ ଅବସରରେ ବରିଷ୍ଠ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନ୍ସିସ ନିବେଦନ କରିଛନ୍ତି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ବନ୍ଦ କରାଯାଉ। ଖ୍ରୀଷ୍ଟମାସ ଅବସରରେ ପ୍ରକାଶିତ ବାର୍ତ୍ତାରେ ସେ କହିଛନ୍ତି ଯେ ୟୁକ୍ରେନରେ ନିରୀହ ଲୋକଙ୍କ ଜୀବନ…

ରୁଷିଆ ଉପରେ ୟୁକ୍ରେନ୍‌ ଆକ୍ରମଣ ନେଇ ଚର୍ଚ୍ଚା, ଏଞ୍ଜେଲ୍ସ ଏୟାରବେସ ଉପରେ ବୋମା ମାଡ଼…

ମସ୍କୋ/କିଭ୍‌,୨୬।୧୨ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ଏବେ ନୂଆ ମୋଡ଼ ଆସିଛି। ଆକ୍ରମଣର ସମ୍ମୁଖୀନ ହୋଇଥିବା ୟୁକ୍ରେନ ବର୍ତ୍ତମାନ ଯୁଦ୍ଧର ଗତି ବଦଳାଇ ରୁଷିଆର କେତେକ ଅଞ୍ଚଳରେ ଆକ୍ରମଣ ଆରମ୍ଭ କରିଛି। ସଦ୍ୟତମ ମାମଲା ରୁଷିଆର ଏଞ୍ଜେଲ୍ସ ଏୟାରବେସ ଉପରେସୋମବାର ସକାଳେ…

କରୋନା ସଙ୍କଟ ମଧ୍ୟରେ ନୂଆ ଯୁଦ୍ଧର ପଦଧ୍ୱନୀ…

ବେଜିଂ/ତାଇପେ,୨୬।୧୨ : ପୃଥିବୀର ବିଭିନ୍ନ ଦେଶରେ କରୋନା ସଙ୍କଟ ଜାରି ରହିଥିବାବେଳେ ପୁଣି ଏକ ନୂଆ ଯୁଦ୍ଧର ପଦଧ୍ୱନୀ ଶୁଣାଯିବା ଆରମ୍ଭ ହୋଇଛି। ଚାଇନାର ଆକ୍ରୋଶ ମୂଳକ ମନୋଭାବ ଯୋଗୁ ତାଇଓ୍ବାନ ସହିତ ବିବାଦ ବଢ଼ିବାରେ ଲାଗିଛି। ରବିବାର ଚାଇନା ତାଇୱାନର…

ଚାଇନାରେ ରକ୍ତ ପାଇଁ ହାହାକାର…

ବେଜିଂ,୨୬।୧୨ : ଚାଇନାରେ କରୋନା ଏକ ଭୟଙ୍କର ରୂପ ନେଇଛି । କୋଭିଡ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ମଧ୍ୟରେ ଦେଶର ଅନେକ ଅଞ୍ଚଳରେ ରକ୍ତର ଅଭାବ ଦେଖାଦେଇଛି। ଦେଶରେ ରକ୍ତ ପାଇଁ ହାହାକାର ସୃଷ୍ଟି ହୋଇଛି। ଏଭଳି…

ତୱାଂଗ ହିଂସା ପରେ ବି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ବୟାନ, ଭାରତ ସହ ମଜଭୁତ ସମ୍ପର୍କ ରଖିବାକୁ ପ୍ରସ୍ତୁତ

ବେଜିଂ,୨୬ ।୧୨: ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର ଓ ମଜଭୁତ ବିକାଶ ପାଇଁ ଭାରତ ସହ କାମ କରିବାକୁ ଚାଇନା ପ୍ରସ୍ତୁତ ରହିଛି । ଦୁଇ ଦେଶ ସେହି ସୀମାବର୍ତ୍ତି ଅଞ୍ଚଳରେ ସ୍ଥିରତା…

ଆମେରିକାରେ ତୁଷାର ଝଡ଼: ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି

ଓ୍ବାଶିଂଟନ,୨୬ା୧୨: ଆମେରିକାର ବିଭିନ୍ନ ଅଞ୍ଚଳରେ ତୁଷାର ଝଡ଼ ହେବାରୁ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ପ୍ରବଳ ଥଣ୍ଡାରେ ମୃତ୍ୟୁ ହେବା ସହ ତୁଷାରପାତ ଯୋଗୁ ସଡ଼କ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଇଛି। ଏପରିକି ବୁଫାଲୋ ବିମାନବନ୍ଦରରେ ୪୩ ଇଞ୍ଚର…

ତାଇଓ୍ବାନ ସୀମାରେ ଚାଇନାର ୭୧ ଯୁଦ୍ଧ ବିମାନ

ତାଇପେ,୨୬ା୧୨: ଚାଇନା ତା’ର ବିରୋଧୀ ମନୋଭାବରୁ ଓହରିବାର ନାଁ ନେଉନି। ଭାରତ ପରେ ଏବେ ସେ ତାଇଓ୍ବାନ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ୭୧ଟି ଚାଇନାର ଯୁଦ୍ଧ ବିମାନ…

ଚାଇନାରେ ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ବି ନୁହେଁ ସୁରକ୍ଷିତ, ଶୀଘ୍ର ନିଅନ୍ତୁ ଦ୍ୱିତୀୟ ବୁଷ୍ଟର ଡୋଜ

ବେଜିଂ,୨୬ ।୧୨: ଚାଇନାରେ ବେଳକୁ ବେଳ ବେକାବୁ ହେଲାଣି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କିପରି ମୁକ୍ତି ମିଳିବ ତାହାକୁ ନେଇ ସାଧାରଣ ଜନତାଙ୍କଠାରୁ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢି ଗଲାଣି । ଏଥିରୁ କିପରି ମୁକ୍ତି ମିଳିବ…

ଚାଇନାରେ କରୋନା ତାଣ୍ଡବ: ଦିନକୁ କୋଟିଏରୁ ଅଧିକ ଆକ୍ରାନ୍ତ ଚିହ୍ନଟ-ଦୈନିକ ମୃତ୍ୟୁ ସଂଖ୍ୟା ୩୦ ହଜାର ପାର…

ବେଜିଂ,୨୬।୧୨ : ଚାଇନାରେ ପ୍ରତିଦିନ ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା ୯୦ ଦିନ ମଧ୍ୟରେ ଚାଇନାରେ ପ୍ରାୟ ୯୦୦ ନିୟୁତ ଲୋକ ସଂକ୍ରମଣର ଶିକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri