Home

୬ ବର୍ଷରେ ପିଲା ସଂଖ୍ୟା ୧୦ହଜାର କମିଛି

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ରାଜ୍ୟରେ ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଉଛନ୍ତି ପିଲା। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରୋଇ ସ୍କଲକୁ ନେଇଯାଉଥିବାରୁ ପ୍ରତିବର୍ଷ ନାମଲେଖା ହାର କମୁଛି। ଫଳରେ ବିଗତ କିଛିବର୍ଷ ହେବ ପିଲାଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ଘରୋଇ ସ୍କୁଲରେ…

ଉଚ୍ଚଜାତିର ସାଂଜ୍ଞା ରଖିବାରୁ ମାଡ଼

ଅହମଦାବାଦ, ୫।୧୨: ଅନୁସୂଚିତ ଜାତିର ଜଣେ ଯୁବକ ଉଚ୍ଚଜାତିର ସାଂଜ୍ଞା ରଖିଥିବାରୁ ତାଙ୍କୁ ନିସ୍ତୁକ ମାଡ଼ ହୋଇଛି। ଏନେଇ ଗୁଜରାଟ ସାନନ୍ଦ ଜିଆଇଡିସି ଥାନାରେ ଏତଲା ହୋଇଛି। ଅଟୋମୋବାଇଲ ପାଟର୍‌ସ କାରଖାନାରେ କାମ କରୁଥିବା ଭରତ ଯାଦବ କ୍ଷତ୍ରିୟ ବା ଦର୍‌ବାର…

ଗ୍ଲୋବାଲ ଟାଇମ୍ସ ଏଡିଟରଙ୍କ ନଁ।ରେ ଗମ୍ଭୀର ଅଭିଯୋଗ

ବେଜିଂ, ୫।୧୨: ଚାଇନା ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଏଡିଟର ହୁ ଜିଜିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଚାଇନା ସପକ୍ଷରେ ବାରମ୍ବାର ପ୍ରଚାର ପ୍ରସାର କରି ବିବାଦୀୟ ହୋଇପଡ଼ିଥିବା ୬୦ ବର୍ଷୀୟ ହୁ’ଙ୍କର ଦୁଇଜଣ ମହିଳା ସହକର୍ମୀଙ୍କ ସହ ପରକୀୟା ପ୍ରୀତି…

‘ହାପି ଡେଜ୍‌’ର ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କ ପରଲୋକ

ଓ୍ବାଶିଂଟନ, ୫।୧୨: ‘ହାପି ଡେଜ୍‌’ ଏବଂ ‘ଦି କାନନବଲ୍‌ ରନ୍‌’ରେ ଅଭିନୟ ପାଇଁ ଜଣାଶୁଣା ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଜଣେ ବ୍ୟସ୍ତବହୁଳ ଚରିତ୍ର ଅଭିନେତା ଭାବେ ସେ ଅନେକ ଶୋ’ରେ ଅଭିନୟ କରିଛନ୍ତି,…

ଭାରତକୁ ୯୦ ନିୟୁତ ଡଲାର ସାମଗ୍ରୀ ବିକିବ ଆମେରିକା

ଓ୍ବାଶିଂଟନ,୫ା୧୨(ପି.ଟି.): ଭାରତକୁ ୯୦ ନିୟୁତ ଡଲାର ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଓ ସେବା ବିକ୍ରିକୁ ଶୁକ୍ରବାର ଆମେରିକା ମଞ୍ଜୁରୀ ଦେଇଛି। ଏହା ମଧ୍ୟରେ ରହିଛି ମିଲିଟାରି ହାର୍ଡଓ୍ବେର ଏବଂ ସି-୧୩୦ଜେ ସୁପର ହକ୍ୟୁଲେସ୍‌ ପରିବହନ ବିମାନ ପାଇଁ ସେବା। ଏହି ପ୍ରସ୍ତାବିତ…

ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ

ସୁନ୍ଦରଗଡ଼/ ରାଉରକେଲା ଅଫିସ୍‌, ୫।୧୨: ‘ସ୍ବଚ୍ଛତା ବିଷୟ ଉଠିଲେ ପ୍ରଥମେ ଗାନ୍ଧିଜୀଙ୍କ କଥା ମନକୁ ଆସିଥାଏ। ଗାନ୍ଧିଜୀ ସବୁବେଳେ ପରିମଳକୁ ଗୁରୁତ୍ୱ ଦେଉଥିଲେ। ବାସ୍ତବରେ ସୁସ୍ଥ ପରିବେଶ ହିଁ ଉନ୍ନତି ଏବଂ ଉନ୍ନତ ଜୀବନର ଆଧାର। ଶୁକ୍ରବାର ସୁନ୍ଦରଗଡ଼ ଜିଲା ପାଇଁ…

ଅଭୟକାନ୍ତଙ୍କ ହଜାରେ କୋଟିର ଜାଲିଆତି ଗନ୍ଧ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ପାଠକ ବାପପୁଅଙ୍କୁ ଶୁକ୍ରବାର ଭିଜିଲାନ୍ସ ମାରାଥନ ଜେରା କରିଛି। ଜେରାବେଳେ ଆଇଏଫ୍‌ଏସ୍‌ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ହଜାରେ କୋଟିର ଦୁର୍ନୀତି…

ବୈଜ୍ଞାନିକଙ୍କ ମଞ୍ଜୁରୀ ପରେ ଟିକାକରଣ

ନୂଆଦିଲ୍ଲୀ, ୫।୧୨(ପି.ଟି.): ଦେଶର କରୋନା ସ୍ଥିତିକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। କିଛି ସପ୍ତାହ ମଧ୍ୟରେ କୋଭିଡ୍‌ ଟିକା ପ୍ରସ୍ତୁତ ହେବ। ତେବେ ବୈଜ୍ଞାନିକମାନଙ୍କ ଅନୁମୋଦନ ପରେ ଦେଶରେ ଟିକାକରଣ ଆରମ୍ଭ ହେବ…

ଅଯୋଧ୍ୟା ମସ୍‌ଜିଦ ଟ୍ରଷ୍ଟରେ ସରକାରୀ ପ୍ରତିନିଧି ନିଯୁକ୍ତ ହେବେ ନାହିଁ

ନୂଆଦିଲ୍ଲୀ, ୫।୧୨(ପି.ଟି.): ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସ୍‌ଜିଦ ଲାଗି ଗଠିତ ଟ୍ରଷ୍ଟରେ ସରକାରୀ ପ୍ରତିନିଧି ନିଯୁକ୍ତି ଦେବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ମସ୍‌ଜିଦ ନିର୍ମାଣ ଲାଗି ‘ଇଣ୍ଡୋ ଇସ୍‌ଲାମିକ କଲଚରାଲ ଫାଉଣ୍ଡେଶନ’ଗଠନ କରାଯାଇଛି। ଏଥିରେ କେନ୍ଦ୍ର…

ରାସ୍ତାରେ ଝାଡ଼ୁ ମାରିବା ପୂର୍ବରୁ ପାଣି ଛିଞ୍ଚ

ନୂଆଦିଲ୍ଲୀ, ୫।୧୨(ପି.ଟି.): ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥିବା ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ର ସମସ୍ତ ମ୍ୟୁନିସିପାଲ କର୍ପୋରେଶନ ସମେତ ଅନ୍ୟ ସହରଗୁଡ଼ିକରେ ରାସ୍ତା ଝାଡ଼ୁ କରିବା ପୂର୍ବରୁ ପାଣି ଛିଞ୍ଚତ୍ବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ…

ବିବାଦୀୟ ଦ୍ୱୀପକୁ ରୋହିଙ୍ଗ୍ୟା ସ୍ଥାନାନ୍ତର

କକ୍ସ ବଜାର, ୫।୧୨: ବାଂଲାଦେଶ ସରକାର ଶହ ଶହ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏକ ବିବାଦୀୟ ଦ୍ୱୀପକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ବାତ୍ୟା ଓ ବନ୍ୟାପ୍ରବଣ ନିମ୍ନ ଭୂମି ଦ୍ୱୀପକୁ ରୋହିଙ୍ଗ୍ୟାମାନଙ୍କୁ ସ୍ଥାନାନ୍ତର କରାଯାଉଥିବାରୁ ଏହାକୁ ନେଇ ଜାତିସଂଘ ଓ ଅଧିକାର…

ଟିଆର୍‌ଏସ୍‌ ହାତକୁ ପୁଣି ଯାଇପାରେ ହାଇଦ୍ରାବାଦ

ହାଇଦ୍ରାବାଦ, ୫।୧୨(ପି.ଟି.): ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ପୁଣିଥରେ ହାଇଦ୍ରାବାଦ ପୌର ନିଗମ ଅକ୍ତିଆର କରିପାରେ। ୧୫୦ ଆସନ ବିଶିଷ୍ଟ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ (ଜିଏଚ୍‌ଏମ୍‌ସି) ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ଟିଆର୍‌ଏସ୍‌ ୫୭ ଆସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri