କମିଶନରେଟ ପୋଲିସରେ ଅଦଳବଦଳ
ଭୁବନେଶ୍ୱର,୭।୫(ବ୍ୟୁରୋ): କମିଶନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ଅଧିକାରୀସ୍ତରରେ ଗୁରୁବାର ଏକ ଛୋଟଧରଣର ଅଦଳବଦଳ ହୋଇଛି। ଜୋନ୍-୩ ଏସିପିଭାବେ ଦାୟିତ୍ୱରେ ଥିବା ପ୍ରାଣକୃଷ୍ଣ ରାଉତଙ୍କୁ ଭୁବନେଶ୍ୱର ଅତିରିକ୍ତ ଡିସିପିଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଲକ୍ଷ୍ମୀସାଗର ଥାନା ଅଧିକାରୀଭାବେ କାର୍ଯ୍ୟରତ ତଥା…
୧୪ ଦିନରେ ଗଲାଣି ୬୩୫୪.୭୪୨ ଟନ୍ ଅକ୍ସିଜେନ୍
କଟକ ଅଫିସ,୭।୫: କରୋନା ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ସାରା ଦେଶକୁ ମେଡିକାଲ ଅକ୍ସିଜେନ୍ ଯୋଗାଇଛି ଓଡ଼ିଶା। ୧୪ ଦିନ ମଧ୍ୟରେ ଅନୁଗୋଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ୩୪୫ଟି ଟ୍ୟାଙ୍କରରେ…
ଶନି,ରବିବାର ଟ୍ରେନ୍ ବାତିଲ
ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସନ୍ତା ୮ରୁ ୧୬ତାରିଖ ମଧ୍ୟରେ ଶନିବାର ଓ ରବିବାର ଚାଲିବାକୁ ଥିବା ୧୧ଯୋଡି ସ୍ବତନ୍ତ୍ର ଟ୍ରେନ୍ ସେବା ବାତିଲ କରାଯାଇଛି। ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର ବିଶେଷ ଟ୍ରେନ୍, ୦୮୪୨୮/୦୮୪୨୭ ପୁରୀ-ଅନୁଗୋଳ-ପୁରୀ, ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର,…
କୋଟି କୋଟି ଲୁଟୁଛନ୍ତି ସାଇବର ଠକ
ଭୁବନେଶ୍ୱର,୭।୫(ବ୍ୟୁରୋ): ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକେ ଚେତୁ ନାହାନ୍ତି। ପୋଲିସ କେବଳ ମାମଲା ରୁଜୁ କରି ଚୁପ୍ ବସୁଥିବାରୁ ରାଜ୍ୟରେ ସାଇବର ଠକ ମାତୁଛନ୍ତି। ଲୋକଙ୍କୁ ବୋକା ବନେଇ କୋଟି କୋଟି ଲୁଟୁଛନ୍ତି। ବୈଷୟିକ ଜ୍ଞାନ କୌଶଳ ଅଭାବରୁ ଅଭିଯୁକ୍ତଙ୍କୁ…
ଓଡ଼ିଶା ସ୍ବାସ୍ଥ୍ୟସେବାର ବିକାଶ ପାଇଁ ସହଯୋଗ ଆବଶ୍ୟକ: ଧର୍ମେନ୍ଦ୍ର
ଭୁବନେଶ୍ୱର,୭ା୫(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍ୟୁ)ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ବାସ୍ଥ୍ୟ ସଙ୍ଗଠନ, ବ୍ୟାଙ୍କିଙ୍ଗ୍ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଓଡ଼ିଶାରେ କୋଭିଡ୍…
ଆଜି ରାଜ୍ୟରୁ ସର୍ବାଧିକ ୧୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୧୪୦କୁ ବୃଦ୍ଧି
ଭୁବନେଶ୍ୱର,୭ା୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଶୁକ୍ରବାର ୧୯ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ଆଉ ଏକ ସଙ୍କଟ ସୃଷ୍ଟି କଲା ଚାଇନା: ଚିନ୍ତାରେ ବିଶ୍ୱବାସୀ
ୱାଶିଂଟନ,୭।୫: ବିଶ୍ୱକୁ କରୋନା ମହାମାରୀ ଭିତରକୁ ଠେଲି ଦେଇଥିବା ଚାଇନା ମହାକାଶର ରାଜା ହେବା ଚକ୍କରରେ ଆଉ ଏକ ସଙ୍କଟ ସୃଷ୍ଟି କରିଛି। ଚାଇନା ଦ୍ୱାରା ଛଡା ଯାଇଥିବା ଏକ ରକେଟ ମହାକାଶରେ ନିୟନ୍ତ୍ରଣ ହରାଇଛି ଏବଂ ଶୀଘ୍ର ପୃଥିବୀ ଆଡକୁ…
ମାଡି ଚାଲିଛି କରୋନା: ରାଜ୍ୟରେ ଆଜି ୧୨,୨୩୮ ସଂକ୍ରମିତ ଚିହ୍ନଟ: ସୁନ୍ଦରଗଡରୁ ସର୍ବାଧିକ
ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬,୯୧୪ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୫୩୨୪ଟି ହେଉଛି ଲୋକାଲ କେସ। ଅପରପକ୍ଷେ, ସୁନ୍ଦରଗଡ ଜିଲାରୁ ସର୍ବାଧିକ…
ବିବାହ ଉତ୍ସବରେ କୋଭିଡ୍ ନିୟମ ଉଲ୍ଲଂଘନ: ୩୦ ହଜାର ଜରିମାନା
ଭଣ୍ଡାରିପୋଖରୀ,୭।୫(ଡି.ଏନ.ଏ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରହଣିଆ ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଗ୍ରାମର ବିଦ୍ୟାଧର ସାମଲଙ୍କ ଝିଅ ବାହାଘର ଭୋଜି…
କରୋନା ସମୟରେ ସଜନା ଶାଗର ଉପକାରିତା, ଏଥିରେ ରହିଛି…
ସଜନା ଶାଗ ଆମ ଦେହ ପାଇଁ ବହୁ ଉପକାରୀ। କ୍ଷୀରଠାରୁ ଏଥିରେ ୪ ଗୁଣ ଅଧିକ କ୍ୟାଲସିୟମ ଓ ଅଧିକ ଦୁଇଗୁଣ ପ୍ରୋଟିନ୍ ରହିଛି। ଗାଜରଠାରୁ ୪ ଗୁଣ ଅଧିକ ଭିଟାମିନ ‘ଏ’ ରହିଛି। କଦଳୀଠାରୁ ୫୦ ଗୁଣ ଅଧିକ ଭିଟାମିନ…
ଟିକା କ୍ରୟ ଉପରୁ ଜିଏସ୍ଟି ଛାଡ଼ କର
ଭୁବନେଶ୍ୱର,୭ା୫(ବ୍ୟୁରୋ):କୋଭିଡ୍-୧୯ ଦ୍ୱିତୀୟ ଲହର ସମଗ୍ର ଦେଶ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହି ମହାମାରୀ ପାଇଁ କ୍ରୟ କରାଯାଉଥିବା ଟିକା ଉପରୁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍ଟି) ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।…
ଘରୋଇ ହସ୍ପିଟାଲକୁ ମାଗଣାରେ ଟିକା
ଭୁବନେଶ୍ୱର,୭ା୫(ବ୍ୟୁରୋ):ସମଗ୍ର ଦେଶ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଟିକା ନେବା ପାଇଁ ଲୋକମାନେ ବ୍ୟାକୁଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
Archives


