ଲକ୍ଡାଉନ୍: ଟ୍ରକ୍ରେ ଚାଲାଣ ହେଉଥିଲା ଗୁଟ୍ଖା, ଅଟକ ରଖି ଯାଞ୍ଚ କରୁଛି ପୋଲିସ
କେନ୍ଦୁଝର,୬।୫(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଲକ୍ଡାଉନ୍ ସମୟରେ ଯାଉଥିବା ଏକ ଗୁଟ୍ଖା ବୋଝେଇ ଟ୍ରକକୁ ଏସ୍ଆଇ ବିଶ୍ୱଜିତ୍ ବେହେରାଙ୍କ ନେତୃତ୍ୱରେ ଅଟକ ରଖି ଯାଞ୍ଚ କରାଯାଉଛି। ନକଲି, ଏକ୍ସପାଏରି ଗୁଟ୍ଖା ବେଆଇନ ଚାଲାଣ ହେଉଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ପରେ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ
ବାଲିଶଙ୍କରା,୬।୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ କରୁଆାହାଲ ଗ୍ରାମରେ ବୁଧବାର ରାତିରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଯୁବକ ଶିବଶଙ୍କର…
ଆଇସିୟୁରେ ଭର୍ତ୍ତି ହେଲେ ଆଶାରାମ ବାପୁ
ଯୋଧପୁର,୬।୫: ରାଜସ୍ଥାନର ଯୋଧପୁର ଜେଲରେ ଆଶାରାମଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ନାବାଳିକା ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାରାମଙ୍କୁ କିଛିଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ପରେ ସେ ଜେଲରେ ଚିକିତ୍ସିତ…
୨୦୨୪ ପର୍ଯ୍ୟନ୍ତ ରହିବ କରୋନା, ବଢ଼ାଇବାକୁ ପଡ଼ିବ ଭାକ୍ସିନ୍ ଉତ୍ପାଦନ: ଫ୍ରାନ୍ସ୍…
ପ୍ୟାରିସ୍,୬।୫: କରୋନା ମହାମାରୀ ସଂକ୍ରମଣ ନେଇ ଜି-୭ ସମ୍ମିଳନୀରେ ଫ୍ରାନ୍ସ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍ ଉତ୍ପାଦନ ନ ବଢ଼ାଇଲେ କରୋନା ସଂକ୍ରମଣ ୨୦୨୪ ପର୍ଯ୍ୟନ୍ତ ରହିବ ବୋଲି ଫ୍ରାନ୍ସ୍ ପକ୍ଷରୁ ବହିର୍ବ୍ୟାପାର ମନ୍ତ୍ରୀ ଜିନ୍ ୟବେସ୍ ଲି ଡ୍ରିଆନ୍ ସୂଚନା…
ପଶ୍ଚିମବଙ୍ଗ ଗଲେ ଆର୍ଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
ଭୁବନେଶ୍ୱର,୬।୫(ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ ଆର୍ପିସିଆର ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି। ଏହାକୁ ନେଇ ଭୁବନେଶ୍ବର ରେଳ ଷ୍ଟେଶନରେ କଟକଣା ଲାଗୁ କରାଯାଇଛି। ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର…
୩.୫ କୋଟି ରେଜିଷ୍ଟ୍ରେଶନ୍: ୨ ପ୍ରତିଶତରୁ କମ୍ ନେଇଛନ୍ତି ପ୍ରଥର ଡୋଜ୍ ଟିକା
ନୂଆଦିଲ୍ଲୀ,୩୦।୪:ସାରା ଦେଶରେ ୧୮ରୁ ୪୪ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟିକାକରଣ କାର୍ଯ୍ୟକ୍ରମ ମେ ୧ରୁ ଆରମ୍ଭ କରାଯାଇଛି। ଗତ ଏପ୍ରିଲ ୨୮ରୁ ଟିକା ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କୋଓ୍ବିନ୍ ଏବଂ ଆରୋଗ୍ୟ ସେତୁ ଆପ୍ ଜରିଆରେ କରୋନା ଟିକାର ରେଜିଷ୍ଟ୍ରେସନ…
ପ୍ରଥମେ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର, ଶେଷରେ ମାରିଦେବାକୁ ଉଦ୍ୟମ
ବନ୍ତ,୬।୫(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର କରାଯାଇ ଶେଷରେ ନଦୀକୁ ଠେଲି ମାରିଦେବାକୁ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ…
୧୫ ଦିନରେ ୫୦ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ
ନୂଆଦିଲ୍ଲୀ,୬।୫: ଦେଶରେ କରୋନା ମାମଲା ଦୁଇ କୋଟି ମାର୍କ ଅତିକ୍ରମ କରିଛି। ମାତ୍ର ୧୫ଦିନ ମଧ୍ୟରେ ୫୦ ଲକ୍ଷରୁ ଅଧିକ ସଂକ୍ରମଣ ଘଟିଛି। ଦେଶରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ଚତୁର୍ଥ ନମୁନା କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ଗୋଟିଏ…
ତୃତୀୟ ଲହରରେ ଶିଶୁ-କିଶୋରଙ୍କୁ କିଭଳି ମିଳିବ ସୁରକ୍ଷା: ଜବାବ୍ ତଲବ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍ ଅଭାବ ମାମଲାର ବିଚାର ସମୟରେ ସୁପ୍ରିମ୍କୋର୍ଟ ଦିଲ୍ଲୀ ସରକାରଙ୍କୁ ଜବାବ୍ ତଲବ କରିଛନ୍ତି। ଆଗକୁ ଆସିବାକୁ ଥିବା କରୋନାରେ ତୃତୀୟ ଲହରରେ ଶିଶୁ ଏବଂ କିଶୋର ଅଧିକ…
ଗଛମୂଳରେ ଆଶ୍ରୟ ନେଇଥିବା ସମୟରେ ହେଲା ବଜ୍ରପାତ: ଚାଲିଗଲା ଯୁବକଙ୍କ ଜୀବନ
ଠାକୁରମୁଣ୍ଡା,୬।୫(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରଡ଼ିଆ ଡ୍ୟାମ ନିକଟରେ ବଜ୍ରପାତରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ ଭୋଗପୁର ଗ୍ରାମର ଅନିଲ କୁମାର ନାଏକ(୨୭) ବୋଲି ଜଣାପଡ଼ିଛି। ଖବରପାଇ ମହୁଲଡିହା…
ଦିଲ୍ଲୀକୁ ଯୋଗାଇ ଦିଆଯାଇଛି ୭୩୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍: କେନ୍ଦ୍ର
ନୂଆଦିଲ୍ଲୀ,୬।୫: କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍ ଅଭାବ ମାମଲାରେ କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ନିଜର ଉତ୍ତର ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ, ଆବଶ୍ୟକତାଠାରୁ ଅଧିକ ପରିମାଣର ଅକ୍ସିଜେନ୍ ଦିଲ୍ଲୀକୁ ଯୋଗାଇ ଦିଆଯାଇଛି।…
ଦେଶ ପାଇଁ ଆଗେଇ ଆସିଲେ ବିରାଟ କୋହଲି: କରୁଛନ୍ତି ଏହି କାମ
ମୁମ୍ବାଇ,୬।୫: ଆଇପିଏଲ ୨୦୨୧ର ୧୪ତମ ସିଜନ ସ୍ଥଗିତ ହେବା ମାତ୍ରେ ଭାରତୀୟ କ୍ରିକେଟ ଦଳ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ମୁମ୍ବାଇରେ ପହଞ୍ଚି କରୋନା ରିଲିଫ୍ କାମ ଆରମ୍ଭ କରିଛନ୍ତି। ସମୟକ୍ରମେ ବିରାଟ କୋହଲି କରୋନା ମହାମାରୀ…
Archives


