Home

ଭାରତୀୟ ସୀମା ନିକଟବର୍ତ୍ତୀ ତିବ୍ବତରେ ଚାଇନା ଆରମ୍ଭ କଲା ପ୍ରଥମ ବୁଲେଟ ଟ୍ରେନ୍‌

ବେଜିଂ,୨୫।୬: ଚାଇନାର ରଣନୈତିକ ଭାବେ ମହତ୍ୱପୂର୍ଣ୍ଣ ଥିବା ହିମାଳୟର ତିବ୍ବତ ଅଞ୍ଚଳରେ ଚାଇନା ପ୍ରଥମ ଇଲେକ୍ଟ୍ରୋନିକ୍‌ ବୁଲେଟ ଟ୍ରେନ୍‌ ଆରମ୍ଭ କରିଛି। ଶୁକ୍ରବାର ଏହି ଟ୍ରେନ୍‌ ଆରମ୍ଭ ହୋଇଥିବା ବେଳେ ଏହା ତିବ୍ବତର ପ୍ରାଦେଶିକ ରାଜଧାନୀ ଲହସା ଓ ଅରୁଣାଞ୍ଚଳ ପ୍ରଦେଶ…

ଗୋଟିଏ ଦିନରେ ୩୦୯ ରନ୍‌ କରି ଚକିତ କରିଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୨୫।୬: ଅଷ୍ଟ୍ରେଲିୟ କ୍ରିକେଟ ଟିମ୍‌ ଘରୋଇ ମାଟିରେ ସଂଘର୍ଷ କରିବା ଭଳି ଘଟଣା ବିରଳ। କାରଣ ଅନେକ କ୍ରିକେଟର ଏଠାରେ ବ୍ୟାଟିଂ କରି ଇତିହାସ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ଜଣେ। ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ୧୦୦%…

ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର

ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା କଥା। ଏଥିସହ ବରଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। କିଛି ଏଭଳି…

୧୬ ବର୍ଷର ଛାତ୍ରଙ୍କ ପ୍ରେମରେ ପାଗଳ ଶିକ୍ଷୟିତ୍ରୀ, ମାମଲା ପହଞ୍ଚିଲା କୋର୍ଟରେ, ଜାଣିଲେ…

ଓ୍ବାଶିଂଟନ,୨୫ା୬: ଆମେରିକାର ଟେକ୍ସାସରେ ଜଣେ ୧୬ ବର୍ଷୀୟ ଛାତ୍ରଙ୍କ ପ୍ରେମରେ ପାଗଳ ହୋଇ ଶ୍ରେଣୀ ଶିକ୍ଷୟିତ୍ରୀ ହରଡ଼ଘଣାରେ ପଡ଼ିଛନ୍ତି। ଯେତେବେଳେ ଛାତ୍ର ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଶ୍ରେଣୀରେ ବସିଥିଲେ ଏହା ଦେଖି ଶିକ୍ଷୟିତ୍ରୀ ଜଣକ ଈର୍ଷାରେ ଜଳିଗଲେ। ସେ ଛାତ୍ରଙ୍କ ମୁଣ୍ଡକୁ…

ସ୍ବାମୀଙ୍କଠାରୁ ଏତିକି ଲମ୍ବା ସ୍ତ୍ରୀ, ସୃଷ୍ଟି କଲେ ଓ୍ବାଲର୍‌ଡ ରେକର୍ଡ

କୁହାଯାଏ, ଉପରବାଲା ଯୋଡ଼ି ବନେଇଥାନ୍ତି। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ବ୍ରିଟେନରେ । ଜେମ୍ସ ଏବଂ କ୍ଲୋଇଙ୍କ ଯୋଡ଼ି ଭଗବାନ ତିଆରି କରିଛନ୍ତି। ଯାହକି ସ୍ବତନ୍ତ୍ର ଅଟେ। ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ ଉଚ୍ଚତା ମଧ୍ୟରେ ଅନେକ ପ୍ରଭେଦ। ତଥାପି…

ପଞ୍ଜାବରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟର ପ୍ରଥମ ମାମଲା: ମହାରାଷ୍ଟ୍ର-ମଧ୍ୟପ୍ରଦେଶର ଅନେକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ଚଣ୍ଡିଗଡ଼/ମୁମ୍ବାଇ/ଭୋପାଳ,୨୫।୬: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଧୀରେ ଧୀରେ ଏବେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। ଅନ୍ୟପଟେ ସମ୍ଭାବ୍ୟ ତୃତୀୟ ଲହର ଖୁବ୍‌ଶୀଘ୍ର ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଇତିମଧ୍ୟରେ କରୋନାର ଡେଲ୍ଟା…

ଗାଁରେ ପଶିଲା ହାତୀ, ଗ୍ରାମବାସୀ ଭୟଭୀତ

ରୂପ୍‌ସା,୨୫ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଜହତା ଗ୍ରାମରେ ଶୁକ୍ରବାର ସକାଳେ ଏକ ଦନ୍ତାହାତୀ ପଶି ଆସିଥିବା ଦେଖିବାକୁ ମିଳିଛି। ଜଣେ ଚାଷୀଙ୍କ ଆଖୁ ଫସଲ ନଷ୍ଟ କରିବା ଦେଖି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନବିଭାଗକୁ…

ଆଜି ଦେଶରେ ୫୧,୬୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୨୯ ମୃତ

ନୂଆଦିଲ୍ଲୀ,୨୫ା୬: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩…

ଘରୋଇ ହସ୍ପିଟାଲକୁ ଟିକା ଯୋଗାଣ ବନ୍ଦ

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଘରୋଇ ହସ୍ପିଟାଲକୁ ମାଗଣାରେ କୋଭିଡ୍‌-୧୯ ଟିକା ଯୋଗାଣ ବନ୍ଦ ହେବ। ଯଦି କୌଣସି ଘରୋଇ ହସ୍ପିଟାଲରେ ଟିକା ଗଚ୍ଛିତ ଥିବ ତେବେ ସେଗୁଡ଼ିକୁ ତୁରନ୍ତ ଫେରାଇ ଆଣିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ଓ…

ଉହାନ ଲାବ୍‌ ପ୍ରଘଟ ସୂତ୍ର ବିଶ୍ୱସନୀୟ ହେଲା କିପରି

ଓ୍ବାଶିଂଟନ,୨୫।୬: କରୋନା ମହାମାରୀ ସାରା ବିଶ୍ୱରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ତେବେ ଏହି ଭୂତାଣୁର ମୂଳ ଉତ୍ସ ଏବେ ବି ରହସ୍ୟାବୃତ ହୋଇ ରହିଛି। ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଡବ୍ଲ୍ୟୁଆଇଭି)ରୁ ଏହି ଭୂତାଣୁର ଉତ୍ପତ୍ତି ହୋଇଥିବା…

ଇସ୍ରୋ ଗୁପ୍ତଚର କେସ୍‌: ପୂର୍ବତନ ପୋଲିସ ଅଧିକାରୀଙ୍କ ନାଁରେ ମାମଲା

ଥିରୁଭାନନ୍ତପୁରମ,୨୫ା୬: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁପ୍ତଚର ମାମଲାରେ ସିବିଆଇ ଗୁରୁବାର ୧୮ ଜଣଙ୍କ ନାଁରେ ଥିରୁଭାନନ୍ତପୁରମ୍‌ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ କୋର୍ଟରେ ଏଫ୍‌ଆଇଆର ରୁଜୁ କରିଛି। ସେମାନଙ୍କ ମଧ୍ୟରେ କେରଳର ୨ ପୂର୍ବତନ ପୋଲିସ ଅଧିକାରୀ ରହିଛନ୍ତି।…

ଆଜି ଆଉ ୪୦ ଜୀବନ ନେଲା କରୋନା, ୩୮୦୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୦ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୮୦୧କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri