ଫୁଡ୍‌ ପଏଜନିଂ

ବର୍ତ୍ତମାନ ବର୍ଷାଦିନ। ଏହି ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସତର୍କ ରହିବା ନିହାତି ଜରୁରୀ। କାରଣ ଉକ୍ତ ଋତୁରେ ଖାଇବାରେ ଏପଟସେପଟ ହେଲେ ପେଟଜନିତ ରୋଗ ହେବାର ଆଶଙ୍କା ରହିଛି। ଅନେକେ ନିଜର ମନୋଲୋଭା ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। ବିଶେଷ ଭାବରେ ଯୁବପିଢ଼ି ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଖାଇବାକୁ ମନ ବଳାଇଥାଆନ୍ତି। ହେଲେ ଏପରି ଖାଦ୍ୟ ଅଭ୍ୟାସରେ ପରିଣତ ହେଲେ ତାହା କେତେକ ରୋଗର କାରଣ ହୋଇଥାଏ। ବର୍ଷାଦିନେ ଏଣୁତେଣୁ ଖାଦ୍ୟ ଖାଇଲେ ଏବଂ ଦୂଷିତ ପାଣି ପିଇଲେ ତାହା ଫୁଡ୍‌ ପଏଜନିଂ ପରି ସମସ୍ୟା ସୃଷ୍ଟି କରିଥାଏ। ପୁଣି ଏହି ସମସ୍ୟା ଯଦି ଗୁରୁତର ହେଲା ତେବେ ହସ୍‌ପିଟାଲରେ ଆଡ୍‌ମିଶନ ହୋଇ ଚିକିତ୍ସିତ ହେବାକୁ ପଡ଼େ। ତେବେ ଏପରି ସ୍ବାସ୍ଥ୍ୟ ସମସ୍ୟାଠାରୁ କିପରି ନିଜକୁ ଦୂରେଇ ରଖିବେ ସେଥିପାଇଁ କେତୋଟି ବିଷୟ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ପ୍ରଥମତଃ ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବରେ ସାବୁନ୍‌ରେ ହାତ ଧୁଅନ୍ତୁ। କାରଣ ହାତ ଉପରକୁ ଯେତେ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସେଥିରେ ଜୀବାଣୁ ଲୁଚି ରହିଥାଆନ୍ତି। ଏହି ଋତୁରେ ଯଦି ଫଳମୂଳ ଖାଉଛନ୍ତି ତେବେ ସେଗୁଡ଼ିକୁ ପ୍ରଥମେ ପରିଷ୍କାର ପାଣିରେ ଭଲ ଭାବରେ ଧୁଅନ୍ତୁ। ତା’ପରେ ଖାଆନ୍ତୁ। ସବୁବେଳେ ତଟକା ଖାଦ୍ୟ ଖାଆନ୍ତୁ। ରୋଷେଇ ହୋଇଥିବା ଖାଦ୍ୟ ପଦାର୍ଥକୁ ଭଲ ଭାବରେ ପରିଷ୍କାର ବାସନକୁସନରେ ଘୋଡ଼ାଇ ରଖନ୍ତୁ। ବର୍ଷା ହେଉ ଅବା ଅନ୍ୟ କୌଣସି ଋତୁ-ଏହି ସମୟରେ ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। କାରଣ ଏହା ପେଟଜନିତ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ଖାଦ୍ୟ ପଦାର୍ଥଗୁଡ଼ିକୁ ପରିଷ୍କାର ସ୍ଥାନରେ ରଖନ୍ତୁ। ଏହି ଋତୁରେ ଯେତେ ଫାଷ୍ଟଫୁଡ୍‌ ଏବଂ ମସଲାଜାତୀୟ ଖାଦ୍ୟ କମ୍‌ ଖାଇବେ ସେତେ ଭଲ। ବାହାର ଖାଦ୍ୟ ଖାଉଥିଲେ ତାହାର ଗୁଣବତ୍ତା ସମ୍ପର୍କରେ ପ୍ରଥମେ ଜାଣିନିଅନ୍ତୁ। ଯଦି କୌଣସି ଖାଦ୍ୟ ଖାଇବା ଉପଯୋଗୀ ନୁହେଁ କିମ୍ବା ଅଳ୍ପ ସମୟ ରହିବା ପରେ ଖରାପ ହୋଇଯିବ ବୋଲି ଭାବୁଛନ୍ତି ତେବେ ସେପରି ଖାଦ୍ୟକୁ ସାଇତି ରଖିବା ପରିବର୍ତ୍ତେ ଫୋପାଡି ଦିଅନ୍ତୁ। ଯଦି ଆପଣ ଫୁଡ୍‌ ପଏଜନିଂର ଲକ୍ଷଣ ଜାଣିବାକୁ ପାଉଛନ୍ତି ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri