ଫୁଡ୍‌ ପଏଜନିଂ

ବର୍ତ୍ତମାନ ବର୍ଷାଦିନ। ଏହି ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସତର୍କ ରହିବା ନିହାତି ଜରୁରୀ। କାରଣ ଉକ୍ତ ଋତୁରେ ଖାଇବାରେ ଏପଟସେପଟ ହେଲେ ପେଟଜନିତ ରୋଗ ହେବାର ଆଶଙ୍କା ରହିଛି। ଅନେକେ ନିଜର ମନୋଲୋଭା ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। ବିଶେଷ ଭାବରେ ଯୁବପିଢ଼ି ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଖାଇବାକୁ ମନ ବଳାଇଥାଆନ୍ତି। ହେଲେ ଏପରି ଖାଦ୍ୟ ଅଭ୍ୟାସରେ ପରିଣତ ହେଲେ ତାହା କେତେକ ରୋଗର କାରଣ ହୋଇଥାଏ। ବର୍ଷାଦିନେ ଏଣୁତେଣୁ ଖାଦ୍ୟ ଖାଇଲେ ଏବଂ ଦୂଷିତ ପାଣି ପିଇଲେ ତାହା ଫୁଡ୍‌ ପଏଜନିଂ ପରି ସମସ୍ୟା ସୃଷ୍ଟି କରିଥାଏ। ପୁଣି ଏହି ସମସ୍ୟା ଯଦି ଗୁରୁତର ହେଲା ତେବେ ହସ୍‌ପିଟାଲରେ ଆଡ୍‌ମିଶନ ହୋଇ ଚିକିତ୍ସିତ ହେବାକୁ ପଡ଼େ। ତେବେ ଏପରି ସ୍ବାସ୍ଥ୍ୟ ସମସ୍ୟାଠାରୁ କିପରି ନିଜକୁ ଦୂରେଇ ରଖିବେ ସେଥିପାଇଁ କେତୋଟି ବିଷୟ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ପ୍ରଥମତଃ ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବରେ ସାବୁନ୍‌ରେ ହାତ ଧୁଅନ୍ତୁ। କାରଣ ହାତ ଉପରକୁ ଯେତେ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସେଥିରେ ଜୀବାଣୁ ଲୁଚି ରହିଥାଆନ୍ତି। ଏହି ଋତୁରେ ଯଦି ଫଳମୂଳ ଖାଉଛନ୍ତି ତେବେ ସେଗୁଡ଼ିକୁ ପ୍ରଥମେ ପରିଷ୍କାର ପାଣିରେ ଭଲ ଭାବରେ ଧୁଅନ୍ତୁ। ତା’ପରେ ଖାଆନ୍ତୁ। ସବୁବେଳେ ତଟକା ଖାଦ୍ୟ ଖାଆନ୍ତୁ। ରୋଷେଇ ହୋଇଥିବା ଖାଦ୍ୟ ପଦାର୍ଥକୁ ଭଲ ଭାବରେ ପରିଷ୍କାର ବାସନକୁସନରେ ଘୋଡ଼ାଇ ରଖନ୍ତୁ। ବର୍ଷା ହେଉ ଅବା ଅନ୍ୟ କୌଣସି ଋତୁ-ଏହି ସମୟରେ ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। କାରଣ ଏହା ପେଟଜନିତ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ଖାଦ୍ୟ ପଦାର୍ଥଗୁଡ଼ିକୁ ପରିଷ୍କାର ସ୍ଥାନରେ ରଖନ୍ତୁ। ଏହି ଋତୁରେ ଯେତେ ଫାଷ୍ଟଫୁଡ୍‌ ଏବଂ ମସଲାଜାତୀୟ ଖାଦ୍ୟ କମ୍‌ ଖାଇବେ ସେତେ ଭଲ। ବାହାର ଖାଦ୍ୟ ଖାଉଥିଲେ ତାହାର ଗୁଣବତ୍ତା ସମ୍ପର୍କରେ ପ୍ରଥମେ ଜାଣିନିଅନ୍ତୁ। ଯଦି କୌଣସି ଖାଦ୍ୟ ଖାଇବା ଉପଯୋଗୀ ନୁହେଁ କିମ୍ବା ଅଳ୍ପ ସମୟ ରହିବା ପରେ ଖରାପ ହୋଇଯିବ ବୋଲି ଭାବୁଛନ୍ତି ତେବେ ସେପରି ଖାଦ୍ୟକୁ ସାଇତି ରଖିବା ପରିବର୍ତ୍ତେ ଫୋପାଡି ଦିଅନ୍ତୁ। ଯଦି ଆପଣ ଫୁଡ୍‌ ପଏଜନିଂର ଲକ୍ଷଣ ଜାଣିବାକୁ ପାଉଛନ୍ତି ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?