Home

୨.୨୭ ଲକ୍ଷରୁ ଅଧିକ ଗର୍ଭବତୀଙ୍କୁ ଦିଆଯାଇଛି ଟିକା…

ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ୪୬ କୋଟି ୧୫ ଲକ୍ଷ ୧୮ ହଜାର ୪୭୯ ଜଣ ଲୋକଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ଶୁକ୍ରବାର ସନ୍ଧ୍ୟା…

ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୩୧।୭(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୦୫.୧୦ ଫୁଟ୍‌ ରହିଛି। ବାମ ପାର୍ଶ୍ୱର ୫ ଓ ଡାହାଣ ପାର୍ଶ୍ୱର ୩ ଗେଟ୍‌ ଖୋଲା…

ପୁରୀ ବିଚ୍‌ ସ୍ୟାକ୍ସ ପ୍ରସ୍ତାବ ରଦ୍ଦ

ପୁରୀ ଅଫିସ,୩୧।୭: ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କାର୍ଯ୍ୟକାରୀ କରିବାକୁ ଥିବା ପ୍ରସ୍ତାବିତ ବିଚ୍‌ ସ୍ୟାକ୍ସ ଯୋଜନାକୁ ରଦ୍ଦ କରାଯାଇଛି। ପୁରୀ ସହରର ସମସ୍ତ ପ୍ରମୁଖ ଅନୁଷ୍ଠାନ ଓ ରାଜନୈତିକ ଦଳର ବିରୋଧ ପରେ ରାଜ୍ୟ ସରକାର ଏହି…

ଚାଷୀ ଆନ୍ଦୋଳନ ଭାଜପାର କ୍ଷତି କରିପାରିବ ନାହିଁ

୨୧ ବର୍ଷର ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରିଥିବା ମୁକେଶ ମହାଲିଙ୍ଗ ଏବେ ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ। ସ୍କୁଲ ଜୀବନରୁ ସ୍ବୟଂସେବକ ଭାବେ କାର୍ଯ୍ୟ କରୁଥିବା ମହାଲିଙ୍ଗ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ରାଷ୍ଟ୍ରୀୟବାଦ୍‌, ଆଧ୍ୟାତ୍ମିକ ଚିନ୍ତାଧାରାରେ ବେଶ୍‌ ଅନୁପ୍ରାଣିତ। ପୂର୍ବତନ…

ଓଏସ୍‌ଏସ୍‌ସି ସଦସ୍ୟଙ୍କ ପିଏସ୍‌ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ବିରଞ୍ଚତ୍ ନରାୟଣ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବଡ଼ଧରଣର ଚଢାଉ କରିଛି। ଭୁବନେଶ୍ୱର ନୀଳାଦ୍ରିବିହାରରେ ଥିବା ତାଙ୍କ ବାସଗୃହ, କଟକସ୍ଥିତ ଶ୍ୱଶୁରଘର…

କରୋନା ମୃତ୍ୟୁ ହାର ୧.୩୪ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୩୧।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧ ହଜାର ୬୪୯ ରେ…

ଦାରିଙ୍ଗବାଡ଼ି ବ୍ଲକ ପୂର୍ବତନ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୩୧।୭: ୨୦୧୮ ମସିହାର ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା…

ସ୍କୁଲ ‘ଇ-ଉପସ୍ଥାନ’ ଆପ୍‌ ଶୁଭାରମ୍ଭ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟର ସମସ୍ତ ସ୍କୁଲରେ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପାଇଁ ଆରମ୍ଭ ହୋଇଛି ‘ଇ-ଉପସ୍ଥାନ’ ଆପ୍‌। ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉନ୍ମୋଚନ କରିଛନ୍ତି। ଏଣିକି ସମସ୍ତ ସ୍କୁଲରେ ଶିକ୍ଷକ ଓ…

ପୁଲଓ୍ବାମା ଏନ୍‌କାଉଣ୍ଟର, ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲଓ୍ବାମାେରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ନାଗବେରାନ୍‌-ତାରସାର ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଜମ୍ମୁ-କଶ୍ମୀର ପୋଲିସ, ସିଆରପିଏଫ୍‌ ଏବଂ ସେନା…

ଝାଡ଼ଖଣ୍ଡ ମୁଖ୍ୟ ସଚିବ, ଡିଜିପିଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ, ୩୧।୭: ଝାଡ଼ଖଣ୍ଡ ଧାନବାଦ ଜିଲାର ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଉତ୍ତମ ଆନନ୍ଦଙ୍କୁ ଅଟୋ ମଡ଼ାଇ ହତ୍ୟା ଘଟଣାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ…

ବୁଦ୍ଧିମତ୍ତା କମାଉଛି କୋଭିଡ୍‌

ଲଣ୍ଡନ, ୩॥୭: କୋଭିଡ୍‌ ସଂକ୍ରମଣ ସହ ବୁଦ୍ଧିମତ୍ତାର ସମ୍ପର୍କ ରହିଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଏହି ଅଧ୍ୟୟନ ଅନୁଯାୟୀ ଗୁରୁତର ସଂକ୍ରମିତ କୋଭିଡ୍‌ ରୋଗୀଙ୍କର ବୁଦ୍ଧିମତ୍ତା ହ୍ରାସ ପାଉଛି। କୋଭିଡ୍‌-୧୯ରୁ ଆରୋଗ୍ୟ ହୋଇଥିବା ଲୋକେ ଯୋଜନା ପ୍ରସ୍ତୁତ କରିବା, ସମସ୍ୟା…

ପଦୋନ୍ନତି ପାଇବେ ୬୩,୩୦୩ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇବେ। ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିୟଡକୁ କମ୍‌ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉଚ୍ଚପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri