ଦୁଇ ବଡ଼ ନେତା ଦୋଷୀ ସାବ୍ୟସ୍ତ, ଜଣଙ୍କୁ ୯୦ ଅନ୍ୟଙ୍କୁ ୭୫ ବର୍ଷ କାରାଦଣ୍ଡାଦେଶ…

ନାପିଦ୍ୱ,୧୦।୧୧: ଦୁର୍ନୀତି ଅଭିଯୋଗରେ ଜଣେ ବଡ଼ ନେତାଙ୍କୁ ୯୦ ବର୍ଷ ଏବଂ ଅନ୍ୟ ଜଣଙ୍କୁ ୭୫ ବର୍ଷର କାରାଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଘଟଣା ମ୍ୟାନମାରରେ ଘଟିଛି। କୋର୍ଟ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ବହିଷ୍କୃତ ନେତା ଅଙ୍ଗ ସାନ ସୁ କିଙ୍କ ରାଜନୈତିକ ଦଳର ଦୁଇଜଣ ବରିଷ୍ଠ ନେତାଙ୍କୁ ଏଭଳି ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଚଳିତ ବର୍ଷ ଫେବୃଆରୀରେ ସୁ କିଙ୍କ ନ୍ୟାଶନାଲ ଲିଗ ଫର ଡେମୋକ୍ରାସି ଦଳ କ୍ଷମତାରୁ ବହିଷ୍କୃତ ହେବା ପରେ ଦେଶରେ ସାମରିକ ଶାସନ ଜାରି ରହିଛି।

ଆଇନଜୀବୀ ଜାଓ ମିନ ହଲିଙ୍ଗ କହିଛନ୍ତି ଯେ କାୟିନ ରାଜ୍ୟର ପୂର୍ବତନ ଯୋଜନା ମନ୍ତ୍ରୀ ଥାନ ନୈଙ୍ଗଙ୍କୁ ୬ଟି ଦୁର୍ନୀତି ଅଭିଯୋଗରେ କୋର୍ଟ ଦୋଷୀ ସାବ୍ୟସ୍ତ କରି ୯୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି କାୟିନ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସୁ କିଙ୍କ ରାଜନୈତିକ ଦଳର ଜଣେ ବରିଷ୍ଠ ସଦସ୍ୟ ନୈନ ଖିନ ହେତୱେ ମିନ୍ତଙ୍କୁ ପାଞ୍ଚଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ପ୍ରତି ମାମଲାରେ ତାଙ୍କୁୁ ୧୫-୧୫ ବର୍ଷ ଅର୍ଥାତ୍‌ ମୋଟ ୭୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଦୁର୍ନୀତି ଏବଂ ଅନ୍ୟାନ୍ୟ ଅପରାଧିକ ମାମଲାରେ ସୁ କିଙ୍କ ବିରୋଧରେ ମଧ୍ୟ ବିଚାର କରାଯାଉଛି। ତାଙ୍କ ସମର୍ଥକମାନେ କହିଛନ୍ତି ଯେ ତାଙ୍କୁ ବଦନାମ କରିବା ଏବଂ ସାମରିକ କ୍ଷମତା ଦଖଲକୁ ଆଇନଗତ ଉଚିତ ଥିବା ଦର୍ଶାଇ ଏଭଳି କରାଯାଉଛି। ଏହା ସମ୍ପୂର୍ଣ୍ଣ ମନଗଢ଼ା ଏବଂ ମିଥ୍ୟା ଅଭିଯୋଗ ବୋଲି ସୁ କିଙ୍କ ସମର୍ଥକ କହିଛନ୍ତି।
ଯଦି କୌଣସି ମାମଲାରେ ସୁ କି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଦେଶରେ ସରକାର ଗଠନ ପାଇଁ ୨୦୨୩ ରେ ନିର୍ବାଚନ କରାଯିବ ବୋଲି ସାମରିକ ଶାସକ ପ୍ରତିଶୃତି ଦେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?