ଅଫିସ୍‌ ସମୟ ପରେ ବସ୍‌ ଆଉ କରି ପାରିବେନି ଫୋନ୍‌…

ଲିସବନ୍‌,୧୦।୧୧: ବହୁ ସମୟରେ କର୍ମଚାରୀଙ୍କ ପାଖକୁ ଅଫିସ ସମୟ ପରେ ମଧ୍ୟ ବସ୍‌ଙ୍କ ଫୋନ୍‌ ଅବା ମେସେଜ୍‌ ଆସିଥାଏ। ତେବେ ଏବେ ବସ୍‌ ଏପରି କରିବା ବେଆଇନ ହେବ। ପର୍ତ୍ତୁଗାଲରେ ଏହାକୁ ରୋକିବା ପାଇଁ ନୂଆ ଆଇନ ଅଣାଯାଇଛି। ଅଫିସରୁ ଘରକୁ ଆସିବା ପରେ ବସ୍‌ ଏଭଳି କରିପାରିବେନି ବୋଲି ନୂଆ ଆଇନରେ କୁହାଯାଇଛି। ଏପରି କଲେ ଆଇନ ଅନୁଯାୟୀ ବସ୍‌ଙ୍କୁ ଦଣ୍ଡାଦେଶ କରାଯିବ।

ଗଣମାଧ୍ୟମ ସଂସ୍ଥା ଡେଲି ମେଲର ରିପୋର୍ଟ ଅନୁଯାୟୀ, ପର୍ତ୍ତୁଗାଲର ସଂସଦରେ ପାରିତ ହୋଇଥିବା ଏହି ନୂତନ ନିୟମ ଅନୁଯାୟୀ ଯଦି କମ୍ପାନୀମାନେ ଅବା ବସ୍‌ କର୍ମଚାରୀମାନଙ୍କୁ ଅଫିସ ସମୟ ପରେ ଏବଂ ଛୁଟିଦିନରେ ଫୋନ୍‌ କରିନ୍ତତ କିମ୍ବା ମେସେଜ୍‌ କରନ୍ତି, ତେବେ ସେମାନଙ୍କ ଉପରେ କଠୋର ଦଣ୍ଡବିଧାନ କରାଯିବ। କୋଭିଡ -୧୯ ମହାମାରୀ ସମୟରେ କର୍ମଚାରୀମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ଶାସକ ଦଳ ଏହି ନୂତନ ଶ୍ରମ ଆଇନ ପ୍ରଣୟନ କରିଛନ୍ତି।

ପର୍ତ୍ତୁଗାଲରେ କରାଯାଇଥିବା ନିୟମ ଅନୁଯାୟୀ, ଯଦି କୌଣସି କମ୍ପାନୀ ନିଜ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ଦେଉଛନ୍ତି, ତେବେ କର୍ମଚାରୀଙ୍କ ପାଇଁ ସମ୍ପୃକ୍ତ କମ୍ପାନୀକୁ ବିଦ୍ୟୁତ୍‌ ଏବଂ ଇଣ୍ଟରନେଟ ବିଲ ଦେବାକୁ ପଡିବ। ଯଦି ଜଣେ କର୍ମଚାରୀଙ୍କର ଛୋଟ ପିଲା ଅଛନ୍ତି, ତେବେ ପିଲାଙ୍କୁ ୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀ ଘରୁ କାମ କରିପାରିବେ। ୧୦ରୁ ଅଧିକ କର୍ମଚାରୀ କାମ କରୁଥିବା କମ୍ପାନୀ କ୍ଷେତ୍ରରେ ଏହି ନିୟମ ପ୍ରଯୁର୍ଯ୍ୟ ହେବ। ପର୍ତ୍ତୁଗାଲର ଶ୍ରମ ଏବଂ ସାମାଜିକ ସୁରକ୍ଷା ମନ୍ତ୍ରୀ ଆନା ମେଣ୍ଡେସ ଗୋଡିନୋହ କହିଛନ୍ତି ଯେ ରିମୋଟ୍‌ ଓ୍ବାର୍କିଂକୁ ଅଧିକ ସହଜ କରିବା ପାଇଁ ଏହି ଆଇନ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ କୋଭାକ୍ସିନ ଝଡ଼

ରିଓ ଡି ଜେନିରୋ/ବ୍ରାସିଲିଆ,୩୦ା୬: ବ୍ରାଜିଲରେ କରୋନା ମହାମାରୀ ୫.୧୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିବାବେଳେ ସମସ୍ତଙ୍କୁ ଚକିତ କରିଦେବା ଭଳି ଦୁର୍ନୀତି ମାମଲା ସାମ୍ନାକୁ...

ପୁଟିନ୍‌ ସବୁଠାରୁ ‘ସେକ୍ସି’

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦେଶର ସବୁଠାରୁ ‘ସେକ୍ସି’ ଓ ‘ହ୍ୟାଣ୍ଡସମ୍‌’ ପୁରୁଷ ଘୋଷଣା କରାଯାଇଛି। ୨୨ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩...

ଖରାର ସାଥୀ ଅର୍କି

ହୀମାଚଳ ପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର ହେଉଛି ଅର୍କି। ପର୍ଯ୍ୟଟକ ଏଠାରେ ଅନେକ ଐତିହାସିକ ସ୍ମାରକୀ, ଧାର୍ମିକ ପୀଠ ତଥା ବହୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ଦେଖିପାରିବେ।...

ଯେଉଁ ମନ୍ଦିରରେ ପୂଜା ପାଏ କୁକୁର

ଉତ୍ତର ପ୍ରଦେଶ ବୁନ୍ଦେଲଖଣ୍ଡର ଝାନ୍ସୀ ରାଜପଥରେ ରଓ୍ବେନ ଓ କକଓ୍ବାରା ଗାଁ ମଝିରେ କୁକୁର ମହାରାଣୀଙ୍କର ଏକ ମନ୍ଦିର ରହିଛି। ଯେଉଁଠି କଳା ମାଈ କୁକୁରର...

ଶ୍ରୀଲଙ୍କାରେ ହାହାକାର, ୬୦ ଲକ୍ଷରୁ ଅଧିକ ଲୋକ ଉପାସ …

କଲମ୍ବୋ, ୧୬।୭ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କ ପାଇଁ ଦୁଇବେଳା ଦୁଇମୁଠା ଖାଦ୍ୟ...

ଉଇଗର ନିର୍ଯାତନା ବିରୋଧରେ ତୁର୍କୀରେ ସମ୍ମିଳନୀ …

ଇସ୍ତାନବୁଲ, ୧୫।୬ : ଚାଇନାରେ ଉଇଗର ମୁସଲମାନଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ସିଙ୍ଗାପୁର ପୋଷ୍ଟ ଅନୁଯାୟୀ, ଚାଇନା ଜିନଜିଆନରେ ଉଇଗର ମୁସଲମାନ ଏବଂ ତିବ୍ଦତରେ...

ତାଲିବାନ ସରକାରଙ୍କ ନୂଆ ନିର୍ଦ୍ଦେଶ, ଘରୋଇ ବିଶ୍ୱିଦ୍ୟାଳୟରେ ମହିଳାଙ୍କୁ ମିଳିବନି ପଞ୍ଜିକରଣ ଅନୁମତି

କାବୁଲ,୨୯ ।୧: ଆଫଗାନିସ୍ତାନର ତାଲିବାନ ସରକାର ଘରୋଇ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କୁ ବୟସ୍କ ହେବା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷାରେ ପଞ୍ଜିକରଣ ଅନୁମତି ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି...

୮ ବର୍ଷ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ମୃତ୍ୟୁ ହେବ ବୋଲି ଟୁଇଟ୍‌ କରିଥିଲେ ଏହି ବ୍ୟକ୍ତି

କାର୍ଲିଫର୍ଣ୍ଣିଆ,୨୭।୧: ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ହଠାତ୍‌ ତାଙ୍କ ମୃତ୍ୟୁ ଖବର ଆସିବା ପରେ ଆମେରିକାରେ ଶୋକର...

Advertisement
Archives

Model This Week