ଅଫିସ୍‌ ସମୟ ପରେ ବସ୍‌ ଆଉ କରି ପାରିବେନି ଫୋନ୍‌…

ଲିସବନ୍‌,୧୦।୧୧: ବହୁ ସମୟରେ କର୍ମଚାରୀଙ୍କ ପାଖକୁ ଅଫିସ ସମୟ ପରେ ମଧ୍ୟ ବସ୍‌ଙ୍କ ଫୋନ୍‌ ଅବା ମେସେଜ୍‌ ଆସିଥାଏ। ତେବେ ଏବେ ବସ୍‌ ଏପରି କରିବା ବେଆଇନ ହେବ। ପର୍ତ୍ତୁଗାଲରେ ଏହାକୁ ରୋକିବା ପାଇଁ ନୂଆ ଆଇନ ଅଣାଯାଇଛି। ଅଫିସରୁ ଘରକୁ ଆସିବା ପରେ ବସ୍‌ ଏଭଳି କରିପାରିବେନି ବୋଲି ନୂଆ ଆଇନରେ କୁହାଯାଇଛି। ଏପରି କଲେ ଆଇନ ଅନୁଯାୟୀ ବସ୍‌ଙ୍କୁ ଦଣ୍ଡାଦେଶ କରାଯିବ।

ଗଣମାଧ୍ୟମ ସଂସ୍ଥା ଡେଲି ମେଲର ରିପୋର୍ଟ ଅନୁଯାୟୀ, ପର୍ତ୍ତୁଗାଲର ସଂସଦରେ ପାରିତ ହୋଇଥିବା ଏହି ନୂତନ ନିୟମ ଅନୁଯାୟୀ ଯଦି କମ୍ପାନୀମାନେ ଅବା ବସ୍‌ କର୍ମଚାରୀମାନଙ୍କୁ ଅଫିସ ସମୟ ପରେ ଏବଂ ଛୁଟିଦିନରେ ଫୋନ୍‌ କରିନ୍ତତ କିମ୍ବା ମେସେଜ୍‌ କରନ୍ତି, ତେବେ ସେମାନଙ୍କ ଉପରେ କଠୋର ଦଣ୍ଡବିଧାନ କରାଯିବ। କୋଭିଡ -୧୯ ମହାମାରୀ ସମୟରେ କର୍ମଚାରୀମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶର ଶାସକ ଦଳ ଏହି ନୂତନ ଶ୍ରମ ଆଇନ ପ୍ରଣୟନ କରିଛନ୍ତି।

ପର୍ତ୍ତୁଗାଲରେ କରାଯାଇଥିବା ନିୟମ ଅନୁଯାୟୀ, ଯଦି କୌଣସି କମ୍ପାନୀ ନିଜ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ଦେଉଛନ୍ତି, ତେବେ କର୍ମଚାରୀଙ୍କ ପାଇଁ ସମ୍ପୃକ୍ତ କମ୍ପାନୀକୁ ବିଦ୍ୟୁତ୍‌ ଏବଂ ଇଣ୍ଟରନେଟ ବିଲ ଦେବାକୁ ପଡିବ। ଯଦି ଜଣେ କର୍ମଚାରୀଙ୍କର ଛୋଟ ପିଲା ଅଛନ୍ତି, ତେବେ ପିଲାଙ୍କୁ ୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀ ଘରୁ କାମ କରିପାରିବେ। ୧୦ରୁ ଅଧିକ କର୍ମଚାରୀ କାମ କରୁଥିବା କମ୍ପାନୀ କ୍ଷେତ୍ରରେ ଏହି ନିୟମ ପ୍ରଯୁର୍ଯ୍ୟ ହେବ। ପର୍ତ୍ତୁଗାଲର ଶ୍ରମ ଏବଂ ସାମାଜିକ ସୁରକ୍ଷା ମନ୍ତ୍ରୀ ଆନା ମେଣ୍ଡେସ ଗୋଡିନୋହ କହିଛନ୍ତି ଯେ ରିମୋଟ୍‌ ଓ୍ବାର୍କିଂକୁ ଅଧିକ ସହଜ କରିବା ପାଇଁ ଏହି ଆଇନ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?