Home

ଆସୁଛି ଆଉ ଏକ ଲଘୁଚାପ: ଏସବୁ ଜିଲା ପାଇଁ ରହିଛି ସତର୍କ ସୂଚନା

ଭୁବନେଶ୍ୱର,୨୩ା୯(ବ୍ୟୁରୋ): ଘୂର୍ଣ୍ଣିବଳୟ ମିଆଁମାର ଉପକୂଳ ଓ ତତ୍‌ସଂଲଗ୍ନ ମାର୍ଟାବାନ ଉପକୂଳ ଅଞ୍ଚଳରେ ସକ୍ରିୟ ହେଉଥିବାରୁ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ…

ଭାରତରେ ଆଫଗାନୀ ଆତଙ୍କବାଦୀ, ସତର୍କ ସୂଚନା ଜାରି..

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର ଉରି ସେକ୍ଟର ଦେଇ ଆଫଗାନୀ ଆତଙ୍କବାଦୀ ଦେଶରେ ଅନୁପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ସେନା ଶିବିର, ବଡ଼ ସରକାରୀ କାର୍ଯ୍ୟାଳୟ ଉପରେ ଆତ୍ମଘାତୀ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର କରିଥିବା…

ଭାଲୁଛୁଆଙ୍କ ପୁଲ୍‌ ପାର୍ଟି; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସେହିଭଳି କ୍ରମରେ ଏବେ ଭାଇରାଲ ହେଉଛି ଭାଲୁଛୁଆଙ୍କ ପୁଲ୍‌ ପାର୍ଟିର ଭିଡିଓ। ଖୋଲାପଡ଼ିଆରେ ପାଣିରେ ଖେଳୁଛନ୍ତି ସେମାନେ। ଲୋକମାନେ ଉକ୍ତ ଭିଡିଓକୁ ବେଶ୍‌ ପସନ୍ଦ କରୁଛନ୍ତି। ଟୁଇଟରରେ ଉକ୍ତ ଭିଡିଓକୁ @hopkinsBRFC21…

ରୋହିଙ୍ଗ୍ୟାଙ୍କ ଉପରେ ଅତ୍ୟାଚାର, ତଥ୍ୟ ପାଇଁ ଫେସବୁକକୁ ନିର୍ଦ୍ଦେଶ…

ଓ୍ବାଶିଂଟନ,୨୩।୯: ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସହ ଜଡିତ ତଥ୍ୟ ପ୍ରକାଶ କରିବାକୁ ଆମେରିକା କୋର୍ଟ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ନିୟମକୁ ଦର୍ଶାଇ ଫେସବୁକ ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସମ୍ପର୍କରେ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଥିଲା। ତେବେ ଏବେ କୋର୍ଟ…

ପୂରା ପରିବାର ଚାଲିଗଲେ: କାଲି ମା-ଦୁଇ ଝିଅଙ୍କର ମିଳିଥିଲା ମୃତଦେହ, ଆଜି କୂଅରୁ ମିଳିଲା ବାପାଙ୍କ ମୃତଦେହ

ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାରେ ବୁଧବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ମା, ୨ ଝିଅଙ୍କୁ ହତ୍ୟା କରାଯାଇଥିଲା। ତଣ୍ଟିଚିପି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମୃତକଙ୍କ ମଧ୍ୟରେ…

ମୋଟୁ ଥାନା ଆଇଆଇସି ଗିରଫ

ମାଲକାନଗିରି,୨୩ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ ହୋଇଛନ୍ତି। ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ନିଜ ଟୁଇଟର ପେଜ୍‌ରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ସୁଶାନ୍ତଙ୍କ ଠାରୁ ୨…

ପେଗାସସ୍‌ ମାମଲାର ଯାଞ୍ଚ୍‌ ପାଇଁ ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୯: ପେଗାସସ୍‌ ମାମଲାର ଯାଞ୍ଚ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ବିଶେଷଜ୍ଞ କମିଟି ଗଠନ କରାଯିବ। ଏନେଇ ଶୀର୍ଷ କୋର୍ଟଙ୍କ ପକ୍ଷରୁ ସଙ୍କେତ ଦିଆଯାଇଛି। କମିଟିର ଗଠନ ସମ୍ପର୍କିତ ଆଦେଶ ଆସନ୍ତା ସପ୍ତାହରେ ଆସିବାର ସମ୍ଭାବନା ରହିଛି। କେତେକ ବିଶେଷଜ୍ଞ ବ୍ୟକ୍ତିଗତ କାରଣରୁ…

ମୁହଁ ଖୋଲିଲେ ଶ୍ରେୟାସ: ଅଧିନାୟକ ପଦକୁ ନେଇ କହିଲେ…

ୟୁଏଇ,୨୩।୯: ଦିଲ୍ଲୀ କ୍ୟାପିଟାଲ୍ସର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଅଧିନାୟକ ପଦକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି। ଆୟର୍‌ କହିଛନ୍ତି ଯେ, ସେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ରେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତଙ୍କୁ ଭଲ ପାଆନ୍ତି…

ସୁରକ୍ଷା ଆଳରେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଗଲେ ପୋଲିସକର୍ମୀ, ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ…

କରାଚି,୨୩।୯: ପାକିସ୍ତାନ ବିପକ୍ଷରେ ୩ ଦିନିକିଆ ସହ ୫ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥାନ୍ତା ନ୍ୟୁଜିଲ୍ୟାଣ୍ଡ। ହେଲେ ପ୍ରଥମ ଦିନିକିଆ ଟସ୍‌ର କିଛି ମିନିଟ୍‌ ପୂର୍ବରୁ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଥିଲା। ଏହି ସିରିଜ ପାଇଁ ପାକିସ୍ତାନ କ୍ରିକେଟ…

ଭାରତୀୟ ଆଇଟି କମ୍ପାନୀର ବଦଳିଲା ଭାଗ୍ୟ, କ୍ଷଣିକ ମଧ୍ୟରେ ୫୦୦ ପାଲଟିଲେ କୋଟିପତି…

ଓ୍ବାଶିଂଟନ,୨୩।୯: ଭାରତୀୟ ଆଇଟି କମ୍ପାନୀ ଫ୍ରେଶ୍‌ଓ୍ବାର୍କ ଆମେରିକାର ନାସଡାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ ହୋଇଛି। ଏହାଦ୍ୱାରା କ୍ଷଣିକ ମଧ୍ୟରେ ୫୦୦ ଲୋକ କୋଟିପତି ପାଲଟି ଯାଇଛନ୍ତି। ଫ୍ରେଶ୍‌ଓ୍ବାର୍କ ଆମେରିକା ବଜାରରେ ସୂଚୀବଦ୍ଧ ହୋଇଥିବା ପ୍ରଥମ ସଫ୍ଟଓ୍ବେର ଏଜ୍‌ ଏ ସର୍ଭିସ୍‌ (ଏସ୍‌ଏଏଏସ୍‌)କମ୍ପାନୀର…

ପିପିଲି ଉପନିର୍ବାଚନ: ପୋଷ୍ଟାଲ ମତଦାନ ଆରମ୍ଭ

ଭୁବନେଶ୍ୱର,୨୩ା୯(ବ୍ୟୁରୋ): ପିପିଲି ଉପନିର୍ବାଚନ ନେଇ ଗୁରୁବାରଠାରୁ ପୋଷ୍ଟାଲ ମତଦାନ ଆରମ୍ଭ ହୋଇଛି। ଏହି ପୋଷ୍ଟାଲ ବାଲାଟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ ଏବଂ କୋଭିଡ୍‌ ଆକ୍ରାନ୍ତଙ୍କ ମତ ଗ୍ରହଣ କରାଯାଉଛି। ଏହି ପ୍ରକିୟାରେ ମାଇକ୍ରୋ ଅବ୍‌ଜର୍ଭର, ପ୍ରିଜାଇଡିଂ ଅଫିସର,…

ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର ଅଫିସ,୨୩ା୯: ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି ୬୨୯.୭୫ ଫୁଟ । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୬୭ ହଜାର ୮୫୬ କ୍ୟୁସେକ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri