ଶ୍ରୀସାନ୍ତ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୧।୩: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ଏସ୍.ଶ୍ରୀସାନ୍ତ ନିକଟରେ କ୍ରିକେଟ ମଇଦାନକୁ ଓହ୍ଲାଇଛନ୍ତି। ରଣଜୀ ଟ୍ରଫିରେ ଖେଳିଥିବା ଶ୍ରୀସାନ୍ତଙ୍କ ପାଇଁ ଏହି ପ୍ରତ୍ୟାବର୍ତ୍ତନ ଭଲ ବୋଲି ପ୍ରମାଣିତ ହୋଇନାହିଁ। କାରଣ ନିକଟରେ ଶ୍ରୀସାନ୍ତ ଅଭ୍ୟାସ କରୁଥିବା ସମୟରେ ଗୁରୁତର ଆହତ ହୋଇଥିଲେ।…
ଘରୋଇ ହସ୍ପିଟାଲରେ ରୁଷିଆର ଏୟାର ଷ୍ଟାଇକ୍
କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୬ଷ୍ଠ ଦିନ। ୟୁକ୍ରେନ ଉପରେ ରୁଷିଆ ସୈନ୍ୟମାନେ ଲଗାତର ଭାବେ ଆକ୍ରମଣ ଜାରି ରଖିବା ସହ ବଡ଼ ବଡ଼ ବିଲ୍ଡିଂ ଉପରକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରୁଛନ୍ତି। ଇତିମଧ୍ୟରେ ମଙ୍ଗଳବାର ରାଜଧାନୀ…
ଫିଫା ୨୦୨୨ ବିଶ୍ୱକପରୁ ରୁଷିଆ ବାସନ୍ଦ
ମସ୍କୋ,୧।୩: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏବେ ରୁଷିଆକୁ ଆଉ ଏକ ଝଟ୍କା ଲାଗିଛି। ରୁଷିଆ ବିରୋଧରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଫିଫା ଏବଂ ୟୁଏଫ ମଧ୍ୟ ବଡ ପଦକ୍ଷେପ ନେଇଛି ।…
ମାତ୍ର ୨୬ ବର୍ଷରେ ଆଖିବୁଜିଲେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପୁଅ
ନ୍ୟୁୟର୍କ,୧।୩:ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ୨୬ ବର୍ଷର ପୁଅ ଜେନ ନାଡେଲାଙ୍କର ମୃତ୍ୟୁ ହୋଇଛି। ଜନ୍ମରୁ ଜେନଙ୍କର ସେରେବ୍ରାଲ୍ ପାଲସି ଥିଲା। ମାଇକ୍ରୋସଫ୍ଟ ଅନୁଯାୟୀ ଜେନ ସୋମବାର ସକାଳେ ମୃତ୍ୟୁ ବରଣ କରିଛନ୍ତି। କମ୍ପାନୀ ଏହି…
ଯେମିତି ହେଲେ ମଙ୍ଗଳବାର ସୁଦ୍ଧା କ୍ୱିଭ ଛାଡ଼
କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୬ଷ୍ଠ ଦିନରେ ବି ଆକ୍ରମଣ ଜାରି ରହିଛି। ରାଜଧାନୀ କ୍ୱିଭରେ ଏବେ ସ୍ଥିିତି ବିଗିଡ଼ିବାରେ ଲାଗିଛି। ଫଳରେ ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ କ୍ୱିଭ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ…
ୟୁକ୍ରେନ ସଙ୍କଟ: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧।୩: ୟୁକ୍ରେନରେ ଫଶିଥିବା ଛାତ୍ରୀଛାତ୍ର ଓ ସାଧାରଣ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତର ଉଦ୍ୟମ ଜାରି ରହିଛି। ଏହି ଅବସରରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିଥିଲେ। ସାମ୍ପ୍ରତିକ ପରିସ୍ଥିତି ଏବଂ ସରକାରଙ୍କ ଦ୍ୱାରା…
ସମିତି ସଭ୍ୟ ନିର୍ବାଚନରେ ହାରିଗଲେ ପୂର୍ବତନ ମନ୍ତ୍ରୀ
ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗିରିଧର ପ୍ରସାଦ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କାମିନି ନାଏକଙ୍କ ଠାରୁ ୭୨୪ ଖଣ୍ଡ ଭୋଟରେ ହାରିଯାଇଛନ୍ତି। କାମିନି ୨୩୪୭ ଖଣ୍ଡ ଭୋଟ…
ଜିଲା ପରିଷଦ ସଭ୍ୟ ହେଲେ ପରିବା ବିକାଳି
ରାୟଗଡ଼ା ଅଫିସ, ୧ା୩:ପରିବା ବିକାଳିରୁ ହେଲେ ଜିଲା ପରିଷଦ ସଭ୍ୟ। ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ‘କ’ ଜୋନ୍ରୁ କଂଗ୍ରେସ ପ୍ରାର୍ଥୀ ଟାଙ୍ଗୁଡୁ ଶ୍ରୀଧର ବିଜୟୀ ହୋଇଛନ୍ତି। ବିଜେଡି, ଭାଜପା ପ୍ରାର୍ଥୀଙ୍କୁ ପଛରେ ପକାଇ ସେ ବାଜି ମାରି ନେଇଛନ୍ତି। ରାମନାଗୁଡ଼ା…
୪ଦିନ ହେଲା ବଙ୍କରରେ ଲୁଚି ରହିଛନ୍ତି ସାଧାରଣ ନାଗରିକ: ସାମ୍ନାକୁ ଆସିଲା ୟୁକ୍ରେନବାସୀଙ୍କ ଦାରୁଣ ଦୁଃଖ
କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ନିରୀହ ସାଧାରଣ ନାଗରିକ ଟାର୍ଗେଟ ହେଉଛନ୍ତି। ୟୁକ୍ରେନର କ୍ୱିଭ ଓ ଖାର୍କ୍ୱିଭ ସହରରେ ରୁଷିଆ ସୈନ୍ୟଙ୍କ ପକ୍ଷରୁ ଆକ୍ରମଣ ଜାରି ରହିଥିବା ବେଳେ ଅନେକ ୟୁକ୍ରେନବାସୀ ନିଜର ପ୍ରାଣ ହରାଇଥିବା…
ଆସନ୍ତା ବର୍ଷ ରିଲିଜ ହେବ ‘ଆଦିପୁରୁଷ’
ମୁମ୍ବାଇ: ପ୍ରଭାସ, ଶୈଫ ଅଲି ଖାଁ, କ୍ରିତି ସାନନ ଓ ସନି ସିଂଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଶିବରାତ୍ରୀରେ ଏହା ଘୋଷଣା କରାଯିବାକୁ ସ୍ଥିର କରାଯାଇଥିବା ବେଳେ ମଙ୍ଗଳବାର ଏହା ଘୋଷଣା କରାଯାଇଛି ।…
ଥମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୧।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬ ହଜାର ୯୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୮୦ଙ୍କ ମୃତ୍ୟୁ ଘଟିଛି।…
କ୍ୱିଭ ମୁହାଁ ରୁଷିଆ ସେନା, ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ
କ୍ୱିଭ,୧ ।୩: ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ୟୁକ୍ରେନ୍ । ଖୁବଶୀଘ୍ର ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ ଦଖଲକୁ ଆଣିବାକୁ ଚେଷ୍ଟା ଚଳାଇଛି । ଏଥିପାଇଁ ଏବେ କ୍ୱିଭ ମୁହାଁ ହୋଇଛନ୍ତି ରୁଷିଆ ସେନା । ସଦ୍ୟ…

