ଇମ୍ରାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ
ଇସ୍ଲାମାବାଦ,୨୮।୩: ପାକିସ୍ତାନ ବିରୋଧୀ ଦଳ ନେତା ତଥା ପିଏମ୍ଏଲ୍-ଏନ୍ ଅଧ୍ୟକ୍ଷ ଶେହବାଜ ଶରିଫ୍ ସୋମବାର ନ୍ୟାଶନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ୨୦୧୮ରେ ଇମ୍ରାନ୍ କ୍ଷମତାକୁ ଆସିବା ପରେ ସବୁଠୁ କଠିନ ରାଜନୈତିକ ପରୀକ୍ଷାର…
ସରକାରୀ କର୍ମଚାରୀଙ୍କୁ ତାଲିବାନର କଡ଼ା ନିର୍ଦ୍ଦେଶ
କାବୁଲ,୨୮।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ଡ୍ରେସ୍ କୋଡ୍ ନିୟମ ପାଳନ ନ କଲେ ମଧ୍ୟ ସେମାନେ ଚାକିରିରୁ ବିଦା ହେବେ। ସରକାରୀ କର୍ମଚାରୀଙ୍କୁ କିଛି…
ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ସମ୍ମାନ
ନୂଆଦିଲ୍ଲୀ,୨୮।୩: ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଆନୁଷ୍ଠାନିକ ସମାରୋହରେ…
ବଢ଼ିଲା ଚିତ୍ରାଙ୍କ ଅଡୁଆ
ନୂଆଦିଲ୍ଲୀ,୨୮।୩: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) କୋ-ଲୋକେଶନ ମାମଲାରେ ସମ୍ପୃକ୍ତ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକ୍ରିଷ୍ଣାଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଏପ୍ରିଲ ୧୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।…
ବୁଲ୍ଡୋଜର ଭୟ: ୧୪ଦିନରେ ଆତ୍ମସମର୍ପଣ କଲେଣି ୫୦ରୁ ଊର୍ଦ୍ଧ୍ୱ ଅଭିଯକ୍ତ
ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ବହୁମତରେ ବିଜୟ ପରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଯୋଗୀ ସରକାର ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଯୋଗୀଙ୍କ ୨.୦ ସରକାରରେ ବୁଲ୍ଡୋଜର ଭୟରେ ୨ସପ୍ତାହରେ…
ବିଧାନସଭାରେ ମାରପିଟ ଘଟଣାରେ ୭ଭାଜପା ବିଧାୟକ ଆହତ
କୋଲକାତା,୨୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ଶେଷ ଦିନରେ ଗୃହରେ ଉତ୍ତେଜନା ଦେଖାଦେଇଛି। ଭାଜପା ବୀରଭୂଇଁ ହିଂସା ଉପରେ ଚର୍ଚ୍ଚା କରିବାକୁ ଚାହୁଁଥିବା ବେଳେ ଟିଏମ୍ସି ବିଧାୟକମାନେ ମାରପିଟ୍ ଓ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଭାଜପାର…
ମୃତ ଭାଜପା କର୍ମକର୍ତ୍ତାଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କଲେ ଯୋଗୀ ସରକାର
ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ କୁଶୀନଗରରେ ଭାଜପାର ବିଜୟ ଉତ୍ସବ ପାଳନ ସମୟରେ ଜଣେ ମୁସଲମାନ ଯୁବକ ବାବରଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାରବର୍ଗଙ୍କୁ ଯୋଗୀ ସରକାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ୨ଲକ୍ଷ…
ଲସ୍କର-ଇ-ତୋଏବାର ୨ଆତଙ୍କବାଦୀ ଗିରଫ
ବଡଗାମ,୨୮।୩: ମଧ୍ୟ କଶ୍ମୀରର ବଡଗାମରେ ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ବଡଗାମ ଜିଲାରୁ ୨ଜଣ ଲସ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି। ଗିରଫ ହୋଇଥିବା ଉଭୟ ଆତଙ୍କବାଦୀ ଦକ୍ଷିଣ…
ଦିନ ଦ୍ୱିପ୍ରହରରେ ରାସ୍ତା ମଝିରେ ବନ୍ଧୁକ ଦେଖାଇ ୨୫ଲକ୍ଷ ଲୁଟ୍
ଗାଜିଆବାଦ,୨୮।୩: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଡାସନା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦିନ ଦ୍ୱିପ୍ରହରରେ ରାସ୍ତା ମଝିରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୨୫ଲକ୍ଷ…
ଦିଲ୍ଲୀ ଡମ୍ପିଂ ୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ
ନୂଆଦିଲ୍ଲୀ,୨୮।୩: ରାଜଧାନୀ ଦିଲ୍ଲୀର ଗାଜିପୁରରେ ଡମ୍ପିଂ ୟାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ଅଗ୍ନିକାଣ୍ଡ ଯୋଗୁ ଚାରିଆଡ଼େ ଧୂଆଁମୟ ହୋଇଯାଇଛି। ଫଳରେ ଲୋକଙ୍କୁ ନିଶ୍ୱାସ…
କଂଗ୍ରେସର ଅବସ୍ଥା ଦେଖି କେନ୍ଦ୍ରମନ୍ତ୍ରୀଙ୍କ ତରଳିଲା ହୃଦୟ: କହିଲେ, ହୃଦୟରୁ ଚାହୁଁଛି କଂଗ୍ରେସ ମଜଭୁତ ହେଉ
ମୁମ୍ବାଇ,୨୮।୩: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ହୃଦୟ ତରଳିଛି। କଂଗ୍ରେସ ପ୍ରତି ସହାନୁଭୂତି ପ୍ରଦାନ କରି ଗଡକରୀ ହୃଦୟରୁ କଂଗ୍ରେସ ମଜଭୁତ ହେଉ…
‘ମୋଦିଙ୍କ ପାଖରେ ଯେଉଁ ଗୁଣ ଅଛି, ବିରୋଧୀ ଦଳର ନେତାଙ୍କଠାରେ ନାହିଁ’
ପୁଣେ,୨୮।୩: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମାଜିଦ ମେମନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଦିଙ୍କ ପାଖରେ ଯେଉଁ ଗୁଣ ଅଛି, ବିରୋଧୀ ଦଳର ନେତାଙ୍କଠାରେ ତାହା ନାହିଁ।…
Archives


