Posted inଜାତୀୟ

୮ ସ୍ଥାନ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୪ା୫: ଓ୍ବାଲର୍‌ଡ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସ ୨୦୨୨ରେ ଭାରତ ୮ ପାଦ ତଳକୁ ଖସିଛି। ଗତବର୍ଷ ଦେଶ ୧୪୨ତମ ସ୍ଥାନରେ ରହିଥିବାବେଳେ ଚଳିତ ବର୍ଷ ୧୫୦ତମ ସ୍ଥାନରେ ରହି ବିଶ୍ୱରେ ୪୧ ସ୍କୋର ରଖିଛି।
ମେ’ ୩ରେ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ୟାରିସ୍‌ସ୍ଥିତ ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ (ଆର୍‌ଏସ୍‌ଏଫ୍‌) ପକ୍ଷରୁ ବିଶ୍ୱର ୧୮୦ଟି ଦେଶ ଓ ଭୂଖଣ୍ଡରେ ଗଣମାଧ୍ୟମର ସ୍ବାଧୀନତାକୁ ନେଇ ସମୀକ୍ଷା କରାଯାଇଥିଲା। ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତର ପଡ଼ୋଶୀ ପାକିସ୍ତାନ ୩୭.୯୯ ସ୍କୋର ରଖି ୧୫୭ତମ ସ୍ଥାନରେ ଥିବାବେଳେ ୧୭୫ତମ ସ୍ଥାନରେ ଥିବା ଚାଇନାର ସ୍କୋର ହେଉଛି ୨୫.୧୭। ଏହି ଦୃଷ୍ଟିରୁ ୭୬.୪୬ ସ୍କୋର ସହ ୩୩ତମ ସ୍ଥାନରେ ଥିବା ଭୁଟାନର ପ୍ରଦର୍ଶନ ଅପେକ୍ଷାକୃତ ଉତ୍ତମ ବୋଲି କୁହାଯାଇଛି। ସେହିପରି ୪୨.୧୩ ସ୍କୋର ସହ ଶ୍ରୀଲଙ୍କା ୧୪୬ତମ ସ୍ଥାନରେ ଥିବାବେଳେ ଆଫଗାନିସ୍ତାନର ସ୍କୋର ୩୮.୨୭ ଏବଂ ସ୍ଥାନ ହେଉଛି ୧୫୬। ଏହି ତାଲିକାର ଶୀର୍ଷରେ ନରଓ୍ବେ ରହିଛି, ଯାହାର ବୈଶ୍ୱିକ ସ୍କୋର ୯୨.୬୫। ସବୁଠୁ ଖରାପ ପ୍ରଦର୍ଶନ କରିଥିବା ଉତ୍ତର କୋରିଆର ସ୍କୋର ହେଲା ୧୩.୯୨।
ଦେଶରେ କର୍ତ୍ତବ୍ୟରତ ସାମ୍ବାଦିକ ଓ ଅନ୍‌ଲାଇନ ସମାଲୋଚକମାନଙ୍କୁ ଟାର୍ଗେଟ ବନ୍ଦ କରିବା ପାଇଁ ଆରଏସ୍‌ଏଫ୍‌ ଏବଂ ୯ ଅନ୍ୟ ମାନବାଧିକାର ସଂଗଠନ ପକ୍ଷରୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଆର୍‌ଏସ୍‌ଏଫ୍‌ ଓ୍ବେବ୍‌ସାଇଟରେ ପ୍ରକାଶିତ ‘ଇଣ୍ଡିଆ: ମିଡିଆ ଫ୍ରିଡମ୍‌ ଅଣ୍ଡର ଥ୍ରେଟ୍‌’ ଶୀର୍ଷକ ରିପୋର୍ଟରେ ଖବରଦାତାମାନଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଓ ଦେଶଦ୍ରୋହ ମାମଲା ରୁଜୁ ନ କରିବାକୁ ମଧ୍ୟ କୁହାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଅଟକ ଥିବା ଖବରଦାତାମାନଙ୍କୁ ମୁକ୍ତ କରି ଅଭିବ୍ୟକ୍ତି ସ୍ବାଧୀନତା ଅଧିକାରକୁ ସମ୍ମାନ ଦେବା ପାଇଁ ଆର୍‌ଏସ୍‌ଏଫ୍‌ ପରାମର୍ଶ ଦେଇଛି।
ଦେଖିବାକୁ ଗଲେ ୫ ବର୍ଷରେ ଭାରତର ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ ୧୭ ସ୍ଥାନ ତଳକୁ ଖସିଛି। ୨୦୧୬ରେ ଏହି ର଼୍ୟାଙ୍କ ୧୩୩ ଥିବାବେଳେ ଚଳିତ ବର୍ଷ ୧୫୦ ରହିଛି। ୨୦୧୮ରେ ୧୩୮ ସ୍ଥାନରେ ଥିବାବେଳେ ଗତବର୍ଷ ତାହା ୧୪୨କୁ ହ୍ରାସ ପାଇଥିଲା। ଏଥିରେ ଆହୁରି କୁହାଯାଇଛି ଯେ, ଉପନିବେଶ ବିରୋଧୀ ଆନ୍ଦୋଳନରୁ ସୃଷ୍ଟ ଭାରତୀୟ ଗଣମାଧ୍ୟମ ପୂର୍ବରୁ ପ୍ରଗତିଶୀଳ ମନେହେଉଥିଲା। କିନ୍ତୁ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାଜପା ଏବଂ ଦେଶର ବିତ୍ତଶାଳୀ ପରିବାରଗୁଡ଼ିକ ଆଧିପତ୍ୟ ବଢ଼ାଇ ଚାଲିଛନ୍ତି। ହିନ୍ଦୁ ଜାତୀୟତାବାଦୀ ଅଧିକାର ପାଇଁ ଓକିଲାତି କରୁଥିବା ଗୈରିକ ଦଳ ନେତୃତ୍ୱାଧୀନ ସରକାର ଅମଳରେ ଖବରଦାତାମାନଙ୍କ ବିରୋଧରେ ହିଂସା, ରାଜନୈତିକ ପକ୍ଷବାଦୀ ଗଣମାଧ୍ୟମ ଏବଂ ମିଡିଆର ମାଲିକାନା ଉପରେ ଅଧିକ ଦୃଷ୍ଟି ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରରେ ପ୍ରେସ୍‌ ଫ୍ରିଡମ୍‌ର ସଙ୍କଟକୁ ଦର୍ଶାଉଛି। ଦେଶରେ ଲଗାତର ଭାବେ ଆଇନ ଶୃଙ୍ଖଳା ରକ୍ଷା ଆଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଉଥିବାରୁ ଆର୍‌ଏସ୍‌ଏଫ୍‌ ରିପୋର୍ଟରେ ନିନ୍ଦା କରାଯାଇଛି।
ସରକାରଙ୍କୁ ସମାଲୋଚନା କରୁଥିବା ଖବରଦାତାମାନଙ୍କ ବିରୋଧରେ କିଭଳି ମିଛ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ଜାନୁୟାରୀ ୧ରୁ ବର୍ତ୍ତମାନ ସୁଦ୍ଧା ଜଣେ ଖବରଦାତାଙ୍କୁ ହତ୍ୟା କରାଯାଇଥିବାବେଳେ ସରକାରଙ୍କୁ ସମାଲୋଚନା କରୁଥିବା ୧୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଦିଆଯାଇଛି। ପ୍ରକାଶ ଯେ, ଗତ ଫେବୃୟାରୀ ୫ରେ କଳାହାଣ୍ଡି ଜିଲା ମଦନପୁର ରାମପୁର ମୋହନଗିରିର ଧରିତ୍ରୀ ଖବରଦାତା ରୋହିତ କୁମାର ବିଶ୍ୱାଳ କର୍ଲାମୁଣ୍ଡା ବ୍ରିଜ୍‌ ନିକଟ ଏକ ଗଛରେ ମାଓବାଦୀ ଲଗାଇଥିବା ପୋଷ୍ଟର ପଢ଼ିବାକୁ ଯାଇଥିଲେ। ପଢ଼ିବା ବେଳେ ଆକସ୍ମିକ ଭାବେ ତାଙ୍କ ଗୋଡ଼ ଲ୍ୟାଣ୍ଡମାଇନ ଉପରେ ପଡ଼ିଯିବାରୁ ବିସ୍ଫୋରଣ ଘଟିଥିଲା। ଏଥିରେ ରୋହିତଙ୍କର ଜୀବନ ଚାଲିଯାଇଥିଲା। କେତେକ ଜାତୀୟ ଗଣମାଧ୍ୟମରେ ସୂଚକାଙ୍କ ସମ୍ପର୍କିତ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri