Posted inଜାତୀୟ

୮ ସ୍ଥାନ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୪ା୫: ଓ୍ବାଲର୍‌ଡ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସ ୨୦୨୨ରେ ଭାରତ ୮ ପାଦ ତଳକୁ ଖସିଛି। ଗତବର୍ଷ ଦେଶ ୧୪୨ତମ ସ୍ଥାନରେ ରହିଥିବାବେଳେ ଚଳିତ ବର୍ଷ ୧୫୦ତମ ସ୍ଥାନରେ ରହି ବିଶ୍ୱରେ ୪୧ ସ୍କୋର ରଖିଛି।
ମେ’ ୩ରେ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ୟାରିସ୍‌ସ୍ଥିତ ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ (ଆର୍‌ଏସ୍‌ଏଫ୍‌) ପକ୍ଷରୁ ବିଶ୍ୱର ୧୮୦ଟି ଦେଶ ଓ ଭୂଖଣ୍ଡରେ ଗଣମାଧ୍ୟମର ସ୍ବାଧୀନତାକୁ ନେଇ ସମୀକ୍ଷା କରାଯାଇଥିଲା। ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତର ପଡ଼ୋଶୀ ପାକିସ୍ତାନ ୩୭.୯୯ ସ୍କୋର ରଖି ୧୫୭ତମ ସ୍ଥାନରେ ଥିବାବେଳେ ୧୭୫ତମ ସ୍ଥାନରେ ଥିବା ଚାଇନାର ସ୍କୋର ହେଉଛି ୨୫.୧୭। ଏହି ଦୃଷ୍ଟିରୁ ୭୬.୪୬ ସ୍କୋର ସହ ୩୩ତମ ସ୍ଥାନରେ ଥିବା ଭୁଟାନର ପ୍ରଦର୍ଶନ ଅପେକ୍ଷାକୃତ ଉତ୍ତମ ବୋଲି କୁହାଯାଇଛି। ସେହିପରି ୪୨.୧୩ ସ୍କୋର ସହ ଶ୍ରୀଲଙ୍କା ୧୪୬ତମ ସ୍ଥାନରେ ଥିବାବେଳେ ଆଫଗାନିସ୍ତାନର ସ୍କୋର ୩୮.୨୭ ଏବଂ ସ୍ଥାନ ହେଉଛି ୧୫୬। ଏହି ତାଲିକାର ଶୀର୍ଷରେ ନରଓ୍ବେ ରହିଛି, ଯାହାର ବୈଶ୍ୱିକ ସ୍କୋର ୯୨.୬୫। ସବୁଠୁ ଖରାପ ପ୍ରଦର୍ଶନ କରିଥିବା ଉତ୍ତର କୋରିଆର ସ୍କୋର ହେଲା ୧୩.୯୨।
ଦେଶରେ କର୍ତ୍ତବ୍ୟରତ ସାମ୍ବାଦିକ ଓ ଅନ୍‌ଲାଇନ ସମାଲୋଚକମାନଙ୍କୁ ଟାର୍ଗେଟ ବନ୍ଦ କରିବା ପାଇଁ ଆରଏସ୍‌ଏଫ୍‌ ଏବଂ ୯ ଅନ୍ୟ ମାନବାଧିକାର ସଂଗଠନ ପକ୍ଷରୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଆର୍‌ଏସ୍‌ଏଫ୍‌ ଓ୍ବେବ୍‌ସାଇଟରେ ପ୍ରକାଶିତ ‘ଇଣ୍ଡିଆ: ମିଡିଆ ଫ୍ରିଡମ୍‌ ଅଣ୍ଡର ଥ୍ରେଟ୍‌’ ଶୀର୍ଷକ ରିପୋର୍ଟରେ ଖବରଦାତାମାନଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଓ ଦେଶଦ୍ରୋହ ମାମଲା ରୁଜୁ ନ କରିବାକୁ ମଧ୍ୟ କୁହାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଅଟକ ଥିବା ଖବରଦାତାମାନଙ୍କୁ ମୁକ୍ତ କରି ଅଭିବ୍ୟକ୍ତି ସ୍ବାଧୀନତା ଅଧିକାରକୁ ସମ୍ମାନ ଦେବା ପାଇଁ ଆର୍‌ଏସ୍‌ଏଫ୍‌ ପରାମର୍ଶ ଦେଇଛି।
ଦେଖିବାକୁ ଗଲେ ୫ ବର୍ଷରେ ଭାରତର ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ ୧୭ ସ୍ଥାନ ତଳକୁ ଖସିଛି। ୨୦୧୬ରେ ଏହି ର଼୍ୟାଙ୍କ ୧୩୩ ଥିବାବେଳେ ଚଳିତ ବର୍ଷ ୧୫୦ ରହିଛି। ୨୦୧୮ରେ ୧୩୮ ସ୍ଥାନରେ ଥିବାବେଳେ ଗତବର୍ଷ ତାହା ୧୪୨କୁ ହ୍ରାସ ପାଇଥିଲା। ଏଥିରେ ଆହୁରି କୁହାଯାଇଛି ଯେ, ଉପନିବେଶ ବିରୋଧୀ ଆନ୍ଦୋଳନରୁ ସୃଷ୍ଟ ଭାରତୀୟ ଗଣମାଧ୍ୟମ ପୂର୍ବରୁ ପ୍ରଗତିଶୀଳ ମନେହେଉଥିଲା। କିନ୍ତୁ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାଜପା ଏବଂ ଦେଶର ବିତ୍ତଶାଳୀ ପରିବାରଗୁଡ଼ିକ ଆଧିପତ୍ୟ ବଢ଼ାଇ ଚାଲିଛନ୍ତି। ହିନ୍ଦୁ ଜାତୀୟତାବାଦୀ ଅଧିକାର ପାଇଁ ଓକିଲାତି କରୁଥିବା ଗୈରିକ ଦଳ ନେତୃତ୍ୱାଧୀନ ସରକାର ଅମଳରେ ଖବରଦାତାମାନଙ୍କ ବିରୋଧରେ ହିଂସା, ରାଜନୈତିକ ପକ୍ଷବାଦୀ ଗଣମାଧ୍ୟମ ଏବଂ ମିଡିଆର ମାଲିକାନା ଉପରେ ଅଧିକ ଦୃଷ୍ଟି ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରରେ ପ୍ରେସ୍‌ ଫ୍ରିଡମ୍‌ର ସଙ୍କଟକୁ ଦର୍ଶାଉଛି। ଦେଶରେ ଲଗାତର ଭାବେ ଆଇନ ଶୃଙ୍ଖଳା ରକ୍ଷା ଆଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଉଥିବାରୁ ଆର୍‌ଏସ୍‌ଏଫ୍‌ ରିପୋର୍ଟରେ ନିନ୍ଦା କରାଯାଇଛି।
ସରକାରଙ୍କୁ ସମାଲୋଚନା କରୁଥିବା ଖବରଦାତାମାନଙ୍କ ବିରୋଧରେ କିଭଳି ମିଛ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ଜାନୁୟାରୀ ୧ରୁ ବର୍ତ୍ତମାନ ସୁଦ୍ଧା ଜଣେ ଖବରଦାତାଙ୍କୁ ହତ୍ୟା କରାଯାଇଥିବାବେଳେ ସରକାରଙ୍କୁ ସମାଲୋଚନା କରୁଥିବା ୧୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଦିଆଯାଇଛି। ପ୍ରକାଶ ଯେ, ଗତ ଫେବୃୟାରୀ ୫ରେ କଳାହାଣ୍ଡି ଜିଲା ମଦନପୁର ରାମପୁର ମୋହନଗିରିର ଧରିତ୍ରୀ ଖବରଦାତା ରୋହିତ କୁମାର ବିଶ୍ୱାଳ କର୍ଲାମୁଣ୍ଡା ବ୍ରିଜ୍‌ ନିକଟ ଏକ ଗଛରେ ମାଓବାଦୀ ଲଗାଇଥିବା ପୋଷ୍ଟର ପଢ଼ିବାକୁ ଯାଇଥିଲେ। ପଢ଼ିବା ବେଳେ ଆକସ୍ମିକ ଭାବେ ତାଙ୍କ ଗୋଡ଼ ଲ୍ୟାଣ୍ଡମାଇନ ଉପରେ ପଡ଼ିଯିବାରୁ ବିସ୍ଫୋରଣ ଘଟିଥିଲା। ଏଥିରେ ରୋହିତଙ୍କର ଜୀବନ ଚାଲିଯାଇଥିଲା। କେତେକ ଜାତୀୟ ଗଣମାଧ୍ୟମରେ ସୂଚକାଙ୍କ ସମ୍ପର୍କିତ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?