ଡେନ୍‌ମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ଓଡ଼ିଶା ପଟଚିତ୍ର

କୋପେନହେଗେନ୍‌,୪ା୫: ଡେନ୍‌ମାର୍କ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କ ଡାନିସ୍‌ ପ୍ରତିପକ୍ଷ ମେଟେ ଫ୍ରେଡେରିକ୍ସନ୍‌ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଫ୍ରେଡେରିକ୍ସନ୍‌ ତାଙ୍କ ବାସଭବନରେ ଲାଗିଥିବା ଓଡ଼ିଶାର ପଟଚିତ୍ରକୁ ମୋଦିଙ୍କୁ ଦେଖାଇଥିଲେ। ପୂର୍ବରୁ ସେ ଭାରତ ଗସ୍ତରେ ଆସିଥିବାବେଳେ ମୋଦି ତାଙ୍କୁ ଏହି ପଟଚିତ୍ର ଉପହାର ଦେଇଥିଲେ। ଅଯୋଧ୍ୟାର ରାମ ଦରବାରକୁ ନେଇ ଏହି ସୂକ୍ଷ୍ମ କାରୁକାର୍ଯ୍ୟ ତଥା ଓଡ଼ିଶାର ସମ୍ପଦ ଏହି ପଟଚିତ୍ର ଡେନ୍‌ମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ସଜ୍ଜାହୋଇଛି। ଏଥିପାଇଁ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି। ଓଡ଼ିଶାର ପଟଚିତ୍ର କେବଳ ଜାତୀୟ ସ୍ତରରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ୍‌ ପ୍ରସିଦ୍ଧ। ରାଜ୍ୟର ଅନନ୍ୟ କଳା, ସଂସ୍କୃତି, ପଟଚିତ୍ର, ଭାସ୍କର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ଓଡ଼ିଶା ତରଫରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିମବାହ ତରଳାଇବ ଆମାଜନ ନିଆଁ

ରିଓ ଡି ଜେନିରୋ: ଚିରହରିତ୍‌ ଅରଣ୍ୟ ଆମାଜନରେ ଲାଗିଥିବା ନିଆଁ ଯୋଗୁ ହିମବାହ ତରଳିବା ବୃଦ୍ଧିପାଇବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ଦକ୍ଷିଣପଶ୍ଚିମ ଆମାଜନିଆ (ବ୍ରାଜିଲ,...

କରୋନା ମୁକାବିଲା ପାଇଁ ଡବ୍ଲୁଏଚ୍‌ଓକୁ ୨୦ ନିୟୁତ ଡଲାର ସହାୟତା ଦେବ ଚାଇନା

ଜେନେଭା,୮।୩: ପୃଥିବୀର ୯୪ଟି ଦେଶରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ମୁକାବିଲା ପାଇଁ ଚାଇନା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)କୁ ୨୦ ନିୟୁତ ଡଲାର...

ଆଫଗାନିସ୍ତାନ: କୁନ୍ଦୁଜ ସହରରେ ହିଂସା ୧୧ ମୃତ, ୩୯ ଆହତ

କାବୁଲ,୭ ।୮: ଆଫଗାନିସ୍ତାନର କୁନ୍ଦୁଜ ସହରରେ ହୋଇଥିବା ହିଂସାରେ ଅତିକମରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୩୯ ଜଣ ଆହତ ହୋଇଥିବା ସୂଚନା ମିଳିଛି...

ରୁଷିଆ-ୟୁକ୍ରେନ ଯୁଦ୍ଧ: ପ୍ରଥମଥର ପାଇଁ ରୁଷିଆ କହିଲା ହେଲାଣି ବହୁତ କ୍ଷତି

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନରୁ ଅଧିକ ହୋଇଗଲାଣି । ଏହାରି ଭିତରେ ରୁଷିଆ ପ୍ରଥମଥର ଲାଗି ଯୁଦ୍ଧରେ ନିଜର ବହୁ ସେନାଙ୍କୁ ହରାଇଥିବା...

ଆମେରିକାରେ ଭାରତୀୟଙ୍କ ଦେବଦୂତ ସାଜିଛନ୍ତି ପ୍ରମିତ

ଓ୍ବାଶିଂଟନ,୨୪।୩: ଆମେରିକାର ଇଣ୍ଡୋୟୁଏସ୍‌ ହେଲ୍‌ଥ ଇନିସିଏଟିଭର କୋ-ଫାଉଣ୍ଡର ଭାରତୀୟ ମୂଳ ବାସିନ୍ଦା ପ୍ରମିତ ମାକୋଡେ ଆମେରିକାର କରୋନା ସହ ଲଢୁଥିବା ଭାରତୀୟଙ୍କ ପାଇଁ ଦେବଦୂତ ସାଜିଛନ୍ତି।...

ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସାମୁହିକ ଭାବେ ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ

କଲମ୍ବୋ,୪ ।୪: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାଙ୍କୁ ଲାଗିଛି ଆଉ ଏକ ଝଟ୍‌କା । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ଶ୍ରୀଲଙ୍କାର...

କରୋନାରୁ ସୁସ୍ଥ ହୋଇଥିବା ୯୦ ପ୍ରତିଶତ ରୋଗୀଙ୍କ ଫୁସଫୁସର ହେଉଛି ଏପରି ଅବସ୍ଥା!

ବେଜିଂ,୬।୮: ଚାଇନାର ଉହାନ ସହରରେ କରୋନା ଭାଇରସରୁ ଆରୋଗ୍ୟ ହୋଇଥିବା ଅଧିକାଂଶ ରୋଗୀଙ୍କ ଫୁସଫୁସ ଖରାପ ହୋଇଯାଇଛି। କେବଳ ଏତିକି ନୁହେଁ, କରୋନାରୁ ସୁସ୍ଥ ହୋଇଥିବା...

ଟ୍ରମ୍ପ୍‌ଙ୍କ ୧୮ ନିର୍ବାଚନ ରାଲି: ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ, ୭ ଶହ ମୃତ

ଓ୍ବାଶିଂଟନ,୧।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୩ରେ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ୧୮ଟି ନିର୍ବାଚନ ରାଲି କରାଯାଇଛି। ଏହାଯୋଗୁ ୩୦ ହଜାରରୁ...

Advertisement
Archives

Model This Week