ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା

ବ୍ରଜରାଜନଗର,୪ା୫ (ଡି.ଏନ.ଏ.): ବ୍ରଜରାଜନଗର ନିିର୍ବାଚନ ମଣ୍ଡଳୀ ପାଇଁ ନିିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଏଠାକାର ଦଳୀୟ ରାଜନୀତି ସରଗରମ ହୋଇଉଠିିଛି। ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। ମୁଖ୍ୟତଃ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର୍‌ ହେବାକୁ ଥିବାବେଳେ ଉଭୟ ଦଳ କାହାକୁ ପ୍ରାର୍ଥୀ କରିବେ ସେ ନେଇ ମୁହଁ ଖୋଲୁନାହାନ୍ତି।
ବିଜୁ ଜନତା ଦଳ ନଗର ସଭାପତି ରାଧାକାନ୍ତ ପ୍ରଧାନ କହନ୍ତି, ଦଳର ନେତୃତ୍ୱ ଠିକ୍‌ ସମୟରେ ନିଷ୍ପତ୍ତି ନେବେ। ନିିର୍ବାଚନମଣ୍ଡଳୀର ଭୋଟରମାନେ ଚାହୁଁଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେବ। ଦଳ ଯାହାକୁ ପ୍ରାର୍ଥୀ କରିବ ତାକୁ ଆମେ ସମସ୍ତେ ସମର୍ଥନ କରିବୁ ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ଭାଜପା ମଣ୍ଡଳ ସଭାପତି ରୁକ୍ମଣ ଧୁରୁଆ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କଲେ ବିଜୟ ସମ୍ଭାବନା ଅଧିକ ରହିବ ବୋଲି ପ୍ରକାଶ କରିଛନ୍ତି। ପୂର୍ବତନ ବିଧାୟିକା ପଣ୍ଡା କହନ୍ତି, ବ୍ରଜରାଜନଗରରେ ଅନେକ କାମ ବାକି ରହିଯାଇଛି। ଦଳୀୟ ପଦାଧିକାରୀ ଯଦି ମୋ ଉପରେ ଭରସା କରି ଟିକେଟ ଦେବେ ତା’ହେଲେ ନିର୍ବାଚନ ମଣ୍ଡଳୀର ଉନ୍ନତି ସହିତ ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦେଇ କାମ କରିବି। ଅନ୍ୟପକ୍ଷରେ କଂଗ୍ରେସର ଯୁବ ସଭାପତି ଦେବେଶ ପଣ୍ଡା କହନ୍ତି, ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଆଲୋଚନା ଚାଲିଛି। ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ନେଇ ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୦୧୯ ନିିର୍ବାଚନରେ ବିଜୁ ଜନତା ଦଳର ସ୍ବର୍ଗତ କିଶୋର ମହାନ୍ତି ୮୦୧୫୨ଖଣ୍ଡ, ରାଧାରାଣୀ ପଣ୍ଡା ୬୮୫୧୮ଖଣ୍ଡ ଭୋଟ ପାଇଥିବାସ୍ଥଳେ କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ୯୩୫୦ଖଣ୍ଡ ଭୋଟ ପାଇଥିଲେ। ସେହିପରି ନିକଟରେ ସରିଥିବା ପୌର ନିିର୍ବାଚନରେ ବ୍ରଜରାଜନଗର ପୌରାଞ୍ଚଳରୁ ବିଜୁ ଜନତା ଦଳ ମୋଟ ୨୨୦୮୫, ଭାଜପା ୧୩୧୦୩ ଓ ଅନ୍ୟ ଦଳ ମିଶି ୩୮୪୭ଖଣ୍ଡ ଭୋଟ ପାଇଥିଲେ। ଦୀର୍ଘବର୍ଷ ଧରି ଏହି ଆସନଟି ସରକାରଙ୍କ ବିରୋଧରେ ଯାଇଥିଲା। ଏହି ଧାରାରେ ପରିବର୍ତ୍ତନ ଆଣିଥିଲେ ସ୍ବର୍ଗତ କିଶୋର ମହାନ୍ତି। ବିଗତ ଦିନରେ ଶେଷ ହୋଇଥିବା ନିର୍ବାଚନରେ ବିଜୁ ଜନତା ଦଳ ଜିତିବାରେ ସକ୍ଷମ ହୋଇଛି ସତ ହେଲେ ବିଜୟ ବ୍ୟବଧାନ ବହୁ କମ୍‌ ଥିବା ଜଣାପଡ଼ିଛି। ଚଳିତ ଉପନିିର୍ବାଚନରେ ମୁଖ୍ୟତଃ ଭାଜପା ଓ ବିଜୁ ଜନତା ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅଞ୍ଚଳର ପୁରୁଖା ରାଜନେତା ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

କମାଲ କଲେ ସନ୍ନି-ପ୍ରୀତି ଯୋଡ଼ି: ଦର୍ଶକଙ୍କୁ ଲୁହରେ ଭିଜାଇଲା ବିଭାଜନର ଯନ୍ତ୍ରଣା

ସ୍ବାଧୀନତା ଦିବସର ବିଶେଷ ଅବସରରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri