ଇଦ୍‌ ପାଳି ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ୨ ଯୁବକଙ୍କ ଜୀବନ

ଚାନ୍ଦବାଲି, ୩।୫ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଥାନା କେନ୍ଦ୍ରାପଡ଼ା-ଚାନ୍ଦବାଲି ରାସ୍ତାର ତାରିଣୀ ଛକ ନିକଟରେ ମଙ୍ଗଳବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସ୍ଥାନୀୟ ମତୋ ମୁସ୍‌ଲିମ ସାହିର ସେକ୍‌ ଆସଲାମ ଓ ସେକ୍‌ ସକିଲ। ସୂଚନା ଅନୁଯାୟୀ, ସେମାନେ ଇଦ୍‌ ପାଳନ କରି କେନ୍ଦ୍ରାପଡ଼ାରୁ ରାତି ପ୍ରାୟ ୮ଟା ବେଳେ ଏକ ବାଇକ୍‌ରେ ମତୋକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ସନ୍ଦେହରେ ସ୍ଥାନୀୟ ଲୋକେ ଦୁଇଟି ହାଇଓ୍ବାକୁ ଅଟକ ରଖିଥିଲେ। ଚାନ୍ଦବାଲି ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଡାକୋଟା’କୁ ବିମାନ ବନ୍ଦରରେ ସ୍ବାଗତ କଲେ ନବୀନ

ଭୁବନେଶ୍ୱର,୧୮ା୧(ଭୁବନେଶ୍ୱର): ଭୁବନେଶ୍ୱର ବିମାନ ବନ୍ଦରରେ ବୁଧବାର ବିଜୁ ବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବାଗତ କରିବା ପାଇଁ...

ଟଙ୍କା ଫେରାଇ ହିତାଧିକାରୀ ହତାଶ

ନିଶ୍ଚିନ୍ତକୋଇଲି, ୨୪।୧(ସ୍ବ.ପ୍ର.):ସରକାର ଆବାସ ଯୋଜନାରେ ଦିନକୁ ଦିନ ନୂଆ ନୂଆ ନିୟମ ପ୍ରଣୟନ କରୁଛନ୍ତି। ଏଥିସହ ହିତାଧିକାରୀ ଚୟନରେ ମାନଦଣ୍ଡ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ଫଳରେ...

ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଘରେ ଘରେ ପହଞ୍ଚାଅ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ୨୦୨୪ ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ୨ସୂତ୍ରୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଏବଂ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଓ ସାମାଜିକ...

ନୟାପଲ୍ଲୀ ଥାନା ଅଞ୍ଚଳରେ ଯୁବକଙ୍କ ମୃତଦେହ ମିଳିବା ଘଟଣା: ପାହାଳରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨।୬(ବ୍ୟୁରୋ): ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀ ନିକଟସ୍ଥ ହର୍ଟିକଲ୍‌ଚର କ୍ୟାମ୍ପସ ଭିତରେ ଜଣେ ଯୁବକଙ୍କ ହତ୍ୟା କରି ଫିଙ୍ଗିଦେବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପାହାଳରୁ ରବିବାର...

ନ୍ୟାୟ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ ଦମ୍ପତି

ଖୋର୍ଦ୍ଧା ଅଫିସ,୨୯।୧୨: ଖୋର୍ଦ୍ଧା ଜିଲାରେ ସରକାରୀ ଓ ମହାପ୍ରଭୁଙ୍କ ଜମି, କାଜୁ ଜଙ୍ଗଲ ଉପରେ ପଥର ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଏପରିକି ସ୍ଥିତିବାନ...

ବାଳାଶ୍ରମରୁ ୧୩ ଅନ୍ତେବାସୀ ନିଖୋଜ: ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଚର୍ଚ୍ଚା

ବ୍ରହ୍ମପୁର ଅଫିସ,୭।୧: ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଶାଣିନୂଆଗାଁଠାରେ ଥିବା ଉତ୍କଳ ବାଳାଶ୍ରମରୁ ସୋମବାର ବିଳମ୍ବିତ ରାତିରେ ୧୩ ଜଣ ଅନ୍ତେବାସୀ ନିଖୋଜ ହୋଇଯାଇଛନ୍ତି । ଏନେଇ...

ଭିନ୍ନ ଏକ ଧାମ, ଅନ୍ୟ ଏକ ପୀଠ ଅଲାରନାଥ: ଅଷ୍ଟମ ଦିନରେ ଅଣସର ଦର୍ଶନ

ବ୍ରହ୍ମଗିରି, ୨୫।୬(ଡି.ଏନ୍‌.ଏ.)-ଭିନ୍ନ ଏକ ଧାମ, ଅନ୍ୟ ଏକ ପୀଠ। ଯାହାର ନାମ ବ୍ରହ୍ମଗିରି ଧାମ ଆଉ ଅଲାରନାଥ ପୀଠ। ଏହି ଧାମ ତୀର୍ଥ କ୍ଷେତ୍ରର ମାନ୍ୟତା...

ଆସୁଛି ‘ୟାସ’: ବେଶି ପ୍ରଭାବିତ ହେବ ଜଗତସିଂହପୁର-କେନ୍ଦ୍ରାପଡ଼ା-ଭଦ୍ରକ-ବାଲେଶ୍ୱର-ମୟୂରଭଞ୍ଜ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ‘ୟାସ’ରେ ପରିଣତ ହେବାକୁ ଯାଉଛି। ଏହା ରବିବାର ଅବପାତରେ ପରିଣତ ହୋଇସାରିଛି। ସୋମବାର ସକାଳ ସୁଦ୍ଧା...

Advertisement
Archives

Model This Week