ରାଜ୍ୟରେ ଖସୁଛି କରୋନା ଗ୍ରାଫ୍
ଭୁବନେଶ୍ବର,୨୨।୨: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କେବଳ ଖୋର୍ଦ୍ଧା ଜିଲାକୁ ବାଦ ଦେଲେ…
ଭୋଟ କେନ୍ଦ୍ରରେ ଟଳିପଡିଲେ ବୃଦ୍ଧା
ସଜନାଗଡ,୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନ ମଣ୍ଡଳୀ ବରହମପୁର ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନବେଳେ ଏକ ଅଘଟଣ ଘଟିଛି। ଜଣେ ବୃଦ୍ଧା ମଙ୍ଗଳବାର ସକାଳୁ ଭୋଟ କେନ୍ଦ୍ରକୁ ଆସି ଲାଇନ ଛିଡାହୋଇ ଥିବା ବେଳେ ଟଳିପଡିଛନ୍ତି । ମହିଳା…
ପ୍ରେମରେ ପଡିଛନ୍ତି ‘ପୁଷ୍ପା’ ଫେମ୍ ରଶ୍ମିକା
ସାଉଥ ସିନେମା ସୁପରଷ୍ଟାର୍ ରଶ୍ମିକା ମନ୍ଦାନା ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହସ ହସ ଚେହେରା ଦର୍ଶକଙ୍କୁ ପସନ୍ଦ ଆସିଥାଏ। ‘ପୁଷ୍ପା’ ଫିଲ୍ମରେ ଚମତ୍କାର ଅଭିୟନ କରି ନ୍ୟାଶନାଲ୍ କ୍ରଶ୍ ପାଲଟିଥିଲେ ସେ। ଏବେ ସେ ପ୍ରେମରେ ପଡିଛନ୍ତି। ରଶ୍ମିକା ତେଲୁଗୁ…
କମୁଛି ସଂକ୍ରମଣ
ନୂଆଦିଲ୍ଲୀ,୨୨।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୪୦୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୦୬ ଜଣଙ୍କ ମୃତ୍ୟୁ ଘଟିଛି।…
ୟୁକ୍ରେନର ବିଭାଜିତ ଅଞ୍ଚଳରେ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
ୱାଶିଂଟନ,୨୨ ।୨: ରୁଷିଆ ଦ୍ୱାରା ପୂର୍ବ ୟୁକ୍ରେନର ୨ଟି ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦିଆଯିବା ପରେ ଆମେରିକା କଠୋର ପଦକ୍ଷେପ ନେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଏକ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରିଛନ୍ତି ଯାହା ଫଳରେ…
ୟୁକ୍ରେନ ସଙ୍କଟ: ସଂଯମତା ପାଇଁ ଭାରତର ନିବେଦନ
ନୂଆଦିଲ୍ଲୀ,୨୨ ।୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ମଙ୍ଗଳବାର ଭାରତୀୟ ସମୟ ସକାଳ ପ୍ରାୟ ୭ଟା ୩୦ରେ ଆୟୋଜିତ ହୋଇଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ଏଥିରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି…
ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା, ଗଲା ୪ ଜୀବନ
କେସିଙ୍ଗା,୨୨।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁର୍ଳାଖମନ ଧାନ ମଣ୍ଡି ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ୮ଜଣ ଗୁରୁତର ଆହତ ହୋଇଛନ୍ତି।…
ଯୁଦ୍ଧ ଆଶଙ୍କା: ଜରୁରୀକାଳୀନ ବୈଠକ ଡକାଇଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦ
ନ୍ୟୁୟର୍କ,୨୨।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ବାଧୀନତା ପ୍ରଦାନ କରିଛନ୍ତି। ଏହାପରେ ପୁଟିନ ସର୍ବସମ୍ମୁଖରେ ୟୁକ୍ରେନର ବିଦ୍ରୋହୀ…
ବାପା ଦୋଷୀ ସାବ୍ୟସ୍ତ ହେବାପରେ ପ୍ରବଳ ରାଗିଗଲେ ତେଜସ୍ବୀ
ନୂଆଦିଲ୍ଲୀ,୨୨।୨: ଗୋ-ଖାଦ୍ୟ ଦୁର୍ନୀତିର ୫ମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଛି। ଏଥିସହ ଲାଲୁଙ୍କ ଉପରେ ୬୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ। ଫେବୃଆରୀ ୧୫ରେ କୋର୍ଟ…
ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ଦାବି ତେଜିଲା
ଯାଜପୁର ଟାଉନ/ଚଣ୍ଡିଖୋଲ/ବରୀ/ ସିଂହପୁର/ଜେନାପୁର,୨୨ା୨ (ଡି.ଏନ୍.ଏ.):ରବିବାର ଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ହେଲେ ପ୍ରଥମ, ଦ୍ୱିତୀୟ ପରି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ବୁଥ୍ ଜବରଦଖଲ, ପୋଲିସକୁ ମାଡ଼ ଭଳି…
ଏସ୍ଟିଏଫ୍ ହାତରେ ଧରାପଡ଼ିଲେ ୱାଣ୍ଟେଡ୍ ଶିବୁ
ଭୁବନେଶ୍ୱର, ୨୨/୨(ବ୍ୟୁରୋ):ନୟାଗଡ଼ ଜିଲା ଟାଉନ୍ ଥାନା ଅନ୍ତର୍ଗତ ଉଦୟପଥ ଲେନ୍ର ଏକ ଭଡାଘରୁ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ୍ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ପାଇଁ ସେ ଓ୍ବାଣ୍ଟେଡ୍…
ଲୋକଙ୍କ ଜୀବନ ସହ ଖେଳୁଥିଲେ ରମେଶ
ଭୁବନେଶ୍ୱର, ୨୨।୨(ବ୍ୟୁରୋ):ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ବିରୋଧରେ ଦିନକୁ ଦିନ ଠକେଇର ନୂଆ ଫର୍ଦ୍ଦ ଯୋଡ଼ିହେବାରେ ଲାଗିଛି। କମିଶନରେଟ ପୋଲିସ ତାଙ୍କୁ…
Archives


