ପିଲାଟିର କେଶ କଟା ଷ୍ଟାଇଲ୍ ଦେଖିଲେ ହସି ହସି ଗଡ଼ିବେ
ଆଜିକାଲି ବିଭିନ୍ନ ପ୍ରକାରର ଫ୍ୟାଶନ ଟ୍ରେଣ୍ଡ୍ କରୁଛି। ବେଳେବେଳେ ଏମିତି ଫ୍ୟାଶନ ଟ୍ରେଣ୍ଡ୍ ଦେଖିବାକୁ ମିଳେ ଯେ, ଲୋକେ ହସ ରୋକିପାରିବେ ନାହିଁ। ଖାଲି ଯେ ଝିଅମାନେ ଫ୍ୟାଶନ ପ୍ରିୟ ତାହା ନୁହେଁ, ଆଜି କାଲି ପୁଅମାନଙ୍କ ଷ୍ଟାଇଲ୍ ଦେଖିଲେ ଆଖି…
ରାମନବମୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ
ଭୁବନେଶ୍ୱର,୧୦।୪(ବ୍ୟୁରୋ): ଆଜି ପବିତ୍ର ରାମନବମୀ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳୁଛି ଦେଶ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ରାମନବମୀ ଅବସରରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା। ପ୍ରଭୁ ଶ୍ରୀରାମଙ୍କ…
ଚାର୍ ଧାମ୍ ଯାତ୍ରାରେ ୫୫୦୦ ଯବାନଙ୍କ ହାତରେ ସୁରକ୍ଷା…
ଡେରାଡୁନ୍, ୧୦।୪ : ମେ ମାସରୁ ଚାର୍ ଧାମ୍ ଯାତ୍ରା ପାଇଁ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିିଥର ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ଚାର୍ ଧାମ୍ ଯାତ୍ରାରେ ପହଞ୍ଚିବାର ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଉତ୍ତରାଖଣ୍ଡର ସମସ୍ତ…
ଜାତୀୟ ରାଜପଥରେ ଦୁର୍ଘଟଣା: ଷ୍ଟିଅରିଂରେ ଫସିଗଲା ଡ୍ରାଇଭରଙ୍କ ଗୋଡ଼
ଖୋର୍ଦ୍ଧା ଅଫିସ,୧୦ା୪: ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ଭୁବନେଶ୍ବର ପଟୁ ଆସୁଥିବା ୪୦୭ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଅଜଣା ଗାଡ଼ିକୁ ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ…
ଅର୍ଥନୈତିକ ସଙ୍କଟ ଲୋକଙ୍କ ମନରୁ ପୋଛି ଦେଲା ସାମ୍ପ୍ରଦାୟିକତା ଭାବନା…
କଲମ୍ବୋ, ୧୦।୪ : ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଜନଅସନ୍ତୋଷ ଦେଖାଦେଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବୃଦ୍ଧି ପାଉଛି। ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଭାରତ ନିରନ୍ତର ସାହାଯ୍ୟ କରୁଛି। ଏହି…
ଜିରୋ କୋଭିଡ୍ ନୀତିର ପ୍ରଭାବ, ମୃତ୍ୟୁ ସଂଖ୍ୟା ବେକାବୁ…
ବେଜିଂ, ୧୦।୪ : ଚାଇନାର ଶୂନ-କୋଭିଡ (ଜିରୋ କୋଭିଡ୍) ନୀତିର ପ୍ରଭାବରେ ସାଂଘାଇରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବାରୁ ହସ୍ପିଟାଲରେ ବରିଷ୍ଠ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବେକାବୁ ହେବାରେ ଲାଗିଛି। ୨୫ ନିୟୁତ…
ଧରା ପଡ଼ିଲେ ୬ ବାଂଲାଦେଶୀ ଅନୁପ୍ରବେଶକାରୀ…
ନୂଆଦିଲ୍ଲୀ, ୧୦।୪ : ସୀମା ସୁରକ୍ଷା ବଳ (ବିଏସଏଫ) ହାତରେ ୬ ଜଣ ବାଂଲାଦେଶୀ ନାଗରିକ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।…
ପୌରାଧ୍ୟକ୍ଷାଙ୍କ ଘର ଆଗରେ ବୋମାମାଡ଼
ଢେଙ୍କାନାଳ ଅଫିସ,୧୦ା୪: ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ଆଗରେ ବୋମାମାଡ଼ ହୋଇଛି। ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସିମିଳିଆସ୍ଥିତ ବାସଭବନ ଉପରେ ଦୁର୍ବୃତ୍ତମାନେ ଶନିବାର ବିଳମ୍ବିତ ରାତିରେ ବୋମାମାଡ଼ ଫେରାର ହୋଇଯାଇଛନ୍ତି। ଏଥିରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି।…
ୟୁକ୍ରେନ୍ ପରେ ଏବେ ଫିନଲାଣ୍ଡ୍ ଉପରେ ପୁଟିନ୍ଙ୍କ ନଜର…
ମସ୍କୋ, ୧୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍ ପରେ ଏବେ ଫିନଲାଣ୍ଡ୍ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ଙ୍କ ନଜର ରହିଛି। ଏହାର ପ୍ରଭାବ ମଧ୍ୟ ପଡ଼ିବା ଆରମ୍ଭ ହୋଇଗଲାଣି।…
ଜେଲେନସ୍କି-ଜନସନ୍ ସାଙ୍ଗ ହୋଇ ରାସ୍ତାରେ ବୁଲିଲେ…
କ୍ୱିଭ୍, ୧୦।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ହଠାତ୍ ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କ୍ୱିଭ୍ର ରାସ୍ତାରେ ଜନସନ୍ ବୁଲୁଥିବାର ଦେଖିବାକୁ ମିଳିଥିଲା। ୟୁକ୍ରେନ ସରକାର ଶେୟାର କରିଥିବା ଦୁଇ ମିନିଟରୁ ଅଧିକ ସମୟର ଭିଡିଓରେ…
୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୧୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୧ ହଜାର ୫୪ ରେ ପହଞ୍ଚିଛି। ସେହିପରି ଗତ…
ଫ୍ଲୋର ଟେଷ୍ଟରେ ପରାଜିତ ହୋଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଇମ୍ରାନ
ଇସଲାମାବାଦ,୧୦ ।୪: ପାକିସ୍ତାନର ନ୍ୟାଶନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଶନିବାର ମଧ୍ୟ ରାତ୍ରରେ ହୋଇଥିବା ମତଦାନରେ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ଇମ୍ରାନଙ୍କୁ । ଏହାପରେ ଦେଶର ଇତିହାସରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ପାଲଟି…
Archives


