ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ରୁଷିଆ
ମସ୍କୋ,୨୨ ।୨: ୟୁକ୍ରେନ ମାମଲାରେ ଏକ ବଡ ପଦକ୍ଷେପ ସ୍ୱରୂପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡେନେତ୍ସକ ଓ ଲୁହାସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ସହ ସୁରକ୍ଷା ଚୁକ୍ତିନାମା ମଧ୍ୟ କରିଛନ୍ତି ।…
ଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆମେରିକା ଆଇନ ସଂସ୍ଥା
ଲଣ୍ଡନ,୨୨।୨:ଉତ୍ତରପ୍ରଦେଶ ପୋଲିସ ୨୦୧୭ରୁ ୨୦୨୧ ମଧ୍ୟରେ ବେଆଇନ ଭାବେ ଏନ୍କାଉଣ୍ଟରରେ କେତେଜଣ ଅପରାଧୀଙ୍କୁ ହତ୍ୟା କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ରହିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅନ୍ତର୍ଜାତୀୟ ଅପରାଧ ଓ ମାନବାଧିକାର ଆଇନଜୀବୀମାନଙ୍କର ସ୍ବତନ୍ତ୍ର ସଂଗଠନ ଗୁଏର୍ନିକା…
ପୁଣି ଆସୁଛି ପଶ୍ଚିମା ଝଡ଼, ୨୪ରୁ ବର୍ଷା
ଭୁବନେଶ୍ୱର, ୨୨।୨(ବ୍ୟୁରୋ):ଓଡ଼ିଶା ଆଡ଼କୁ ଆସୁଛି ପଶ୍ଚିମା ଝଡ଼। ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ସମ୍ଭାବନା ରହିଛି। ୨୪ ଓ ୨୫ରେ ବର୍ଷା ହେବାକୁ ଥିବାବେଳେ ୨୫ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି…
ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ଏଲନ୍ ମସ୍କ
ଓ୍ବାଶିଂଟନ,୨୨ା୨: ବୈଜ୍ଞାନିକ ପରୀକ୍ଷଣ ଏବଂ ଭବିଷ୍ୟବାଣୀ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ୧ନଂ. ଧନୀ ଏଲନ୍ ମସ୍କ। ଏବେ ଏହି ୫୦ ବର୍ଷୀୟ ଅରବପତି ଜଣେ ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ ଜଣକ…
କଠୋର ଦଣ୍ଡ ବ୍ୟବସ୍ଥା ଲୋଡ଼ା
ଭୁବନେଶ୍ୱର, ୨୨ା୨(ବ୍ୟୁରୋ):ରାଜ୍ୟରେ ଅନ୍ଧବିଶ୍ୱାସ ଜନିତ ହତ୍ୟା ଏବଂ ନିର୍ଯାତନା ଘଟଣା ବୃଦ୍ଧି ପାଉଛି। ବିଶେଷ କରି ମହିଳାଙ୍କ ବିରୋଧରେ ଏହି ଅପରାଧ ଅଧିକ। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ମାଲକାନଗିରି, ଗଜପତି, ଗଞ୍ଜାମ ଭଳି ଜିଲାରେ ଏଭଳି ଘଟଣା ଅଧିକାଂଶ ଘଟୁଥିବା ଓଡ଼ିଶା…
ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଖିଳେଶଙ୍କ ନାଁରେ ମାମଲା
ଲକ୍ଷ୍ନୌ,୨୧।୨: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ସମାଜବାଦୀ ପାର୍ଟି(ଏସ୍ପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏସ୍ପି ମୁଖ୍ୟ ତାଙ୍କ ନିର୍ବାଚନମଣ୍ଡଳୀ ଇଟାଓ୍ବା ଜିଲାର ସୈଇଫଇରେ ଖବରଦାତାଙ୍କ ସହ କଥା…
ପୌର ନିର୍ବାଚନରେ ହେବ ଇଭିଏମ୍ ଭୋଟିଂ: ଦୃଷ୍ଟିହୀନଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର,୨୧।୨(ବ୍ୟୁରୋ): ଭୋଟ ଗ୍ରହଣ ସମୟରେ ସମସ୍ତ ପ୍ରକାରର ବିଭ୍ରାଟକୁ ଏଡ଼ାଇବା ସହ ସ୍ବଚ୍ଛ, ନିରପେକ୍ଷ ଓ ସମୟ ସାପେକ୍ଷ ଭୋଟ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ପୌରସଂସ୍ଥା ନିର୍ବାଚନରେ ଇଭିଏମ୍ ବ୍ୟବହାର ହେବ ।…
ଶିବମୋଗାରେ ବଢ଼ୁଛି ଉତ୍ତେଜନା: ୩ଅଭିଯୁକ୍ତ ଗିରଫ, ଏନ୍ଆଇଏ ଯାଞ୍ଚ ଦାବି
ବେଙ୍ଗାଲୁରୁ,୨୧।୨: କର୍ନାଟକରେ ହିଜାବ ବିବାଦ ପରେ ଏବେ ନିର୍ବାଚନୀ ହିଂସା କୁହୁଳିବାରେ ଲାଗିଛି। ରବିବାର ଶିଭମୋଗାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କୁ ହତ୍ୟା କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଜାରି ରହିଛି। ଏହି ଘଟଣାରେ ଏଯାଏ ୩ଜଣ ଅଭିଯୁକ୍ତଙ୍କୁ…
ତଳମୁହାଁ କରୋନା ଗ୍ରାଫ୍: ୨ବର୍ଷ ପରେ ମୁମ୍ବାଇରେ ୧୦୦ରୁ କମ୍ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ମୁମ୍ବାଇ,୨୧।୨: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। ହେଲେ ଦୈନିକ ସଂକ୍ରମଣ ପୂର୍ବପେକ୍ଷା ବହୁତ କମ୍ ରହିଛି। ଗତ ୨ବର୍ଷ ହେଲାଣି ମହାରାଷ୍ଟ୍ରରେ ଅଧିକ ସଂକ୍ରମଣ ବ୍ୟାପିଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ…
କର୍ବେଭାକ୍ସ ଟିକାକୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୨୧।୨: କରୋନା ମହାମାରୀ ଯୁଦ୍ଧରେ ଭାରତକୁ ଆଉ ଏକ ଅସ୍ତ୍ର ମିଳିଛି। ଭାରତରେ କରୋନା ବିରୋଧରେ ଲଢ଼େଇ ପାଇଁ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଭାକ୍ସିନ କର୍ବେଭ୍ୟାକ୍ସକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ଅନୁମୋଦନ ପ୍ରଦାନ କରିଛି। ୧୨ରୁ ୧୮ବର୍ଷ…
ପ୍ରଥମ ଥର ଏକାଠି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି ବଲିଉଡ୍ର ଏହି ସେଲିବ୍ରିଟି
ମୁମ୍ବାଇ: ବଲିଉଡ୍ ଷ୍ଟାରଙ୍କ ଭଳି ଅନେକ ଏଭଳି ଯୋଡ଼ି ଅଛନ୍ତି ଯେଉଁମାନେ ପରଦାରେ ଏକାଠି ସ୍କ୍ରିନ୍ ଶେୟାର କରିସାରିଛନ୍ତି। ଏହି ଯୋଡ଼ିଙ୍କୁ ମଧ୍ୟ ଦର୍ଶକ ପସନ୍ଦ କରୁଥିବା ବେଳେ ବାରମ୍ବାର ସେମାନଙ୍କୁ ଏକାଠି ଦେଖି ବୋର ହୋଇଯାଇଥାନ୍ତି। ଆଉ କିଛି ଏଭଳି…
ବିଷାକ୍ତ ମଦ ପିଇ ଆଜମଗଡରେ ୭ ମୃତ, ୧୨ ଅସୁସ୍ଥ
ଆଜମଗଡ଼,୨୧।୨: ଉତ୍ତରପ୍ରଦେଶର ଆଜମଗଡ ଜିଲାରେ ପୁଣି ଥରେ ବିଷାକ୍ତ ମଦ ନେଲା ଅନେକଙ୍କ ଜୀବନ। ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ଯୋଗୁ ଅହିରୁଲା ଥାନା…
Archives


