ବିହାର ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ: ନୀତିଶଙ୍କୁ ଭେଟିଲେ ଶାହା
ପାଟନା,୨୩।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଦିନିକିଆ ବିହାର ଗସ୍ତ କରିଛନ୍ତି। ଏହି ସମୟରେ ଅମିତ ଶାହା ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ସୂଚନାଯୋଗ୍ୟ, ଭୋଜପୁର ଜିଲାର ଜଗଦୀଶପୁରରେ ୧୮୫୭ରେ ବିଦ୍ରୋହରେ ନାୟକ ସାଜିଥିବା…
ହନୁମାନ ଚାଲିଶାକୁ ନେଇ ତେଜୁଛି ବିବାଦ: ଅପରାହ୍ନ ୩ଟାରେ ଖବରଦାତା ସମ୍ମିଳନୀ କରିବେ ନବନୀତ ରାଣା
ମୁମ୍ବାଇ,୨୩।୪: ମୁମ୍ବାଇରେ ହନୁମାନ ଚାଳିଶା ଜପକୁ ନେଇ ବିବାଦ ତେଜିବାରେ ଲାଗିଛି। ନିର୍ଦ୍ଦଳୀୟ ଏମ୍ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପଢ଼ିବେ ବୋଲି ଶୁକ୍ରବାର ଘୋଷଣା…
ପତ୍ନୀହନ୍ତା ସ୍ବାମୀ ଗିରଫ
ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣିଘାଟି ପଞ୍ଚାୟତ ଜାମୁଳେଇ ବେଡା ଗ୍ରାମର ପତ୍ନୀହନ୍ତା ସ୍ବାମୀଙ୍କୁ ଘଟଗାଁ ପୋଲିସ ଗିରଫ କରିଛି। ଏହାପରେ ଉକ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଜାମୁଳେଇ ବେଡା ଗ୍ରାମରେ…
ଡ୍ରିଲ୍ ସମୟରେ ହଠାତ୍ ଅଚେତ ହୋଇପଡ଼ିଲେ ୩ଛାତ୍ରୀ
ସଜନାଗଡ,୨୩।୪(ଡି.ଏନ୍.ଏ.): ବାଲେଶର ଜିଲା ନୀଳଗିରି ବ୍ଲକ ଅଧିନ ଜାମୁଢିଆ ଆଦର୍ଶ ବିଦ୍ୟାଳୟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। ସକାଳେ ଡ୍ରିଲ୍ ସମୟରେ ୨୦୦ ପିଲା ଭାଗ ନେଇଥିବା ବେଳେ ୧୫ଜଣ ଛାତ୍ରୀହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରୁ ୩ଜଣ ଛାତ୍ରୀ…
୨୪ଘଣ୍ଟାରେ ୫୬ ଆକ୍ରମଣ
ଖାର୍କ୍ୱିଭ୍,୨୩।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମୟରେ ରୁଷୀୟ ସୈନ୍ୟ ୟୁକ୍ରେନରେ ଭୟଙ୍କର ବିନାଶ ଘଟାଇବାରେ ଲାଗିପଡ଼ିଛନ୍ତି। ଅନେକ ସହର ଏବେ ଧ୍ୱସଂ ବିଧ୍ୱସ୍ତ ହୋଇଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ୟୁକ୍ରେନ ସହରର ହୋରେଙ୍କା ସହରର…
ପ୍ଲାଟିନମ୍ ଜୁବଲିରେ ବାର୍ବି ଲୁକ୍ରେ ବ୍ରିଟେନ ରାଣୀ
ଲଣ୍ଡନ,୨୩।୪: ବ୍ରିଟେନର ମହାରାଣୀ ଏଲିଜାବେଥ୍ ନିଜର ୯୬ତମ ଜନ୍ମଦିନ ଗୁରୁବାର ସାଣ୍ଡ୍ରିଂହମ୍ରେ ପାଳନ କରିଛନ୍ତି। ଦେଶର ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନ କ୍ଷମତାରେ ଥିବା ବ୍ରିଟେନ ମହାରାଣୀ ଏଲିଜାବେଥ୍ ସ୍ବାମୀ ପ୍ରିନ୍ସ ଫିଲିପ୍ଙ୍କ ସ୍ମୃତିରେ ସାଣ୍ଡ୍ରିଂହମ୍ର ଏକ ଫାର୍ମ ହାଉସ୍ରେ…
ଶାନ୍ତି ବଜାୟ ରଖିବା ପାଇଁ ରବିବାର ବାହାରିବ ତ୍ରିରଙ୍ଗା ଯାତ୍ରା
ନୂଆଦିଲ୍ଲୀ,୨୨।୪: ହିଂସା ଘଟିଥିବା ଦିଲ୍ଲୀ ଜାହାଙ୍ଗୀରପୁରୀର ସି-ବ୍ଲକ୍ରେ ସ୍ଥାନୀୟ ଶାନ୍ତି କମିଟିର ପ୍ରତିନିଧୀମାନେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ସଦ୍ଭାବନା ରକ୍ଷା କରିବା ପାଇଁ ଶୁକ୍ରବାର ଲୋକଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଉଭୟ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆଲିଙ୍ଗନ କରିଥିଲେ।…
ନୀତି ଆୟୋଗର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର
ନୂଆଦିଲ୍ଲୀ,୨୩।୪: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ କୁମାର ଏହି ପଦବୀରେ ବହୁ ବର୍ଷ ଧରି ରହିଥିଲେ। ରାଜୀବ କୁମାରଙ୍କ ସ୍ଥାନରେ ବର୍ତ୍ତମାନ ଡ. ସୁମନ କେ ବେରୀଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ…
ମାନିଲା ରୁଷିଆ: ୟୁକ୍ରେନ୍ ମିଶାଇଲ ମାଡରେ ନଷ୍ଟ ହୋଇଛି ବ୍ଲାକ ସି’ରେ ମୁତୟନ ଥିବା ଯୁଦ୍ଧ ଜାହାଜ
କ୍ୱିଭ,୨୩ ।୪: ବ୍ଲାକ ସି’ରେ ପାଖାପାଖି ଏକ ସପ୍ତାହ ପୂର୍ବରୁ ବୁଡି ଯାଇଥିବା ରୁଷିଆ ଯୁଦ୍ଧ ଜାହାଜ ମୋସ୍କୱାକୁ ନେଇ ରୁଷିଆ ଏବେ ସତ ମାନିଛି । ରୁଷିଆ କହିଛି ମୋସ୍କୱା ୟୁକ୍ରେନର ମିଶାଇଲ ମାଡରେ ନଷ୍ଟ ହୋଇଯାଇଛି । ଶୁକ୍ରବାର…
ଦିଲ୍ଲୀ କ୍ୟାପିଟାଲ୍ସର ଶୋଚନୀୟ ପରାଜୟ
ମୁମ୍ବାଇ,୨୨।୪: ଜୋଶ୍ ବଟଲରଙ୍କ ଶତକ ସହାୟତାରେ ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ରାଜସ୍ଥାନ ୨୦ ଓଭରରେ ୨ ଉଇକେଟ ହରାଇ ୨୨୨ ରନ୍…
ଶ୍ରୀମନ୍ଦିର ସୁରକ୍ଷା ନେଇ ୨୭ରେ ବିକ୍ଷୋଭ, ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ଆହ୍ବାନ
ଭୁବନେଶ୍ୱର,୨୨।୪ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ)ର ଅନୁମତି ମିଳି ନ ଥିବା ନେଇ ବିବାଦ ଉପୁଜିଥିଲା। ଏପରି ସ୍ଥିତିରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା…
ମାରିଆପୋଲରେ ଫସିରହିଛନ୍ତି ୧ଲକ୍ଷରୁ ଊର୍ଦ୍ଧ୍ୱ ଲୋକ
କ୍ୱିଭ୍,୨୨।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୮ଦିନରୁ ଅଧିକ ବିତିଲାଣି। ହେଲେ ବି ଯୁଦ୍ଧ ଥମିବାର ନା ନେଉନି। ସମୟକ୍ରମେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ରୁଷିଆ ନିଜ କବ୍ଜାକୁ ନେଉଛି। ଇତିମଧ୍ୟରେ ଗୁରୁବାର ରୁଷିଆ…
Archives


