ଫସଲ ବୀମା ପ୍ରଦାନରେ ବିଳମ୍ବ, ରାଜପଥକୁ ଓହ୍ଲାଇଲେ ଚାଷୀ

ସୋହେଲା,୨୭ା୫(ଡି.ଏନ୍‌.ଏ.): ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ହୋଇଛି। ଚାଷୀମାନେ ବୀମା କମ୍ପାନୀ ଏବଂ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ସୁଫଳ ମିଳି ନାହିଁ। ଏହାର ପ୍ରତିବାଦରେ ବରଗଡ଼ ଜିଲା ସୋହେଲାରେ ଚାଷୀମାନେ ସମ୍ବଲପୁର-ରାୟପୁର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ସୋହେଲା- ପଦ୍ମପୁର ବିଜୁ ଏକ୍ସପ୍ରେସ ଓ୍ବେକୁ ମଧ୍ୟ ଅବରୋଧ କରାଯାଇଛି। ଫଳରେ ସେହେଲାରୁ ବରଗଡ଼ ଛତିଶଗଡ଼ ଏବଂ ପଦ୍ମପୁର ପଟକୁ ଯାତାୟାତ ଠପ୍‌ ପଡ଼ିଛି। ରାଜପଥର ଉଭୟ ପାଶର୍‌ବରେ ବହୁସଂଖ୍ୟକ ଯାନବାହନ ଅଟକି ରହିଛି। ୨୦୨୧ ମସିହାର ଫସଲ ବୀମାର ପ୍ରାପ୍ୟ ଚାଷୀମାନଙ୍କୁ ତୁରନ୍ତ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି । କୃଷକ ବିକାଶ ମଞ୍ଚ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ ବହୁସଂଖ୍ୟକ ଚାଷୀ ଏକତ୍ରିତ ହୋଇଛନ୍ତି। ଚାଷୀନେତା ମନ ମାଝିଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ କ୍ୱାର୍ଟରରେ ପଶିଗଲା ନାଗ ସାପ, ସ୍ନେକ୍ ହେଲ୍‌ପଲାଇନ୍ ନ ଥାଇ ମଧ୍ୟ…

ବ୍ରାହ୍ମଣୀଗାଁ, ୨୮।୭(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଶିକ୍ଷକ କ୍ୱାର୍ଟରରୁ ଏକ ନାଗସାପ ଉଦ୍ଧାର କରାଯାଇଛି।…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ସଂସଦରେ ପ୍ରିୟଙ୍କାଙ୍କୁ କଟାକ୍ଷ କଲେ ରିଜିଜୁ; ‘ରାହୁଲଙ୍କ ଭାଷଣ ଚୋରି କରିଦେଲେ…

ନୂଆଦିଲ୍ଲୀ,୨୮।୭: ମଙ୍ଗଳବାର ଲୋକ ସଭାରେ ପେପର ଲିକ ବିରୋଧୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଭାଷଣ ଦେଇଥିଲେ।…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri