ବିକାଶ ଅପେକ୍ଷାରେ ହଟକେଶ୍ୱର ପୀଠ

ଖୋର୍ଦ୍ଧା ଅଫିସ,୨୭ା୫: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ ନିକଟ ଅଟ୍ରି ଗ୍ରାମରେ ରହିଛି ଏକାଦଶ ରୁଦ୍ର ହଟକେଶ୍ୱରଙ୍କ ପୀଠ। ମନ୍ଦିର ନିର୍ମାଣ ଭାସ୍କର୍ଯ୍ୟ ଶୈଳୀ ଏହାର ପ୍ରାଚୀନତାର ପରିଚୟ ବହନ କରେ। ଏହି ପୀଠକୁ ସରକାରଙ୍କ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ହଟକେଶ୍ୱର ସେବାୟତ ସଂଘ ଜିଲାପାଳଙ୍କ ନିକଟରେ ଦାବି କରିଛି। ଏହି ପୀଠର ବିକାଶ କରାଗଲେ ପର୍ଯ୍ୟଟକଙ୍କ ଆଗମନ ସହ ଏହାର ଗୌରବ ବୃଦ୍ଧି ପାଇବ। ନିକଟରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ପୀଠ ପରିଦର୍ଶନ ବେଳେ ସେବାୟତମାନେ ପୀଠର ମହନୀୟତା ସମ୍ପର୍କରେ କହିବା ସହ ଦାବି କରିଥିଲେ। କପିଳ ସଂହିତାରେ ଏହି ପୀଠ ସମ୍ପର୍କରେ ବର୍ଣ୍ଣନା ରହିଛି।
ବରିଷ୍ଠ ସେବାୟତ ତଥା ମନ୍ଦିରର ମୁଖ୍ୟ ପରିଚାଳକ ଗୋପୀନାଥ ମହାପାତ୍ର ଓ ଦିଲୀପ ପଣ୍ଡା କୁହନ୍ତି, ଏହା ଏକ ପ୍ରାଚୀନ ମନ୍ଦିର। ପ୍ରଭୁ ଶ୍ରୀରାମ ଏହି ମନ୍ଦିର ପ୍ରତିଷ୍ଠା କରିଥିବା କିମ୍ବଦନ୍ତୀ ରହିଛି। ଏଠାରେ ଏଗାରଟି ଲିଙ୍ଗ ପୂଜା ପାଉଛନ୍ତି। ମହାଦେବଙ୍କ ହଟକେଶ୍ୱରଙ୍କ ଏଭଳି ନାମକରଣ ପଛରେ କୌଣସି ପ୍ରମାଣ ନ ଥିଲେ ମଧ୍ୟ ଜନଶ୍ରୁତି ରହିଛି। ହଟକେଶ୍ୱରଙ୍କ ପ୍ରାୟ ଦେଢଶହ ସେବକ ରହିଛନ୍ତି। ଏଠାରେ ଦୋଳ, ଶିବ ବିବାହ, ଚନ୍ଦନଯାତ୍ରା ଆଡମ୍ବରରେ ପାଳିତ ହୋଇଥାଏ। ଠାକୁରଙ୍କ ବଡ଼ମେଳା ହେଉଛି ମକର ମେଳା। ପ୍ରତିବର୍ଷ ମକର ସଂକ୍ରାନ୍ତି ସମୟରେ ଅପୁତ୍ରିକ ନାରୀ ହଟ୍ଟନାଥଙ୍କ ନିକଟରେ ସଙ୍କଳ୍ପ କରି ତା’ ପରଦିନ ଅଟ୍ରି (ଉଷ୍ଣ ପ୍ରସ୍ରବଣ)ରେ ଦହଲରୁ ମିଳିଥିବା ଗୁଆ ଭକ୍ଷଣ କଲେ ସନ୍ତାନ ଲାଭ କରିଥାନ୍ତି ବୋଲି ଲୋକବିଶ୍ୱାସ ରହିଛି। ଯିଏ ଏଠାକୁ ଆସିଛି, ତାହାର ମନସ୍କାମନା ପୂର୍ଣ୍ଣ ହୋଇଛି। ମକର ସଂକ୍ରାନ୍ତିରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି। ଅନ୍ୟପଟେ ଉଷ୍ଣ ପ୍ରସ୍ରବଣ ତଥା କୁଆକୁଣ୍ଡରେ ସ୍ନାନ କଲେ ଚର୍ମରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ମନ୍ଦିର ପରିସରରେ ବିଭିନ୍ନ ପାର୍ଶ୍ୱ ଦେବଦେବୀ ପୂଜା ପାଉଛନ୍ତି। ଏଥିସହ ମନ୍ଦିର ପରିସରରେ ପ୍ରେମାନନ୍ଦ ବାବାଙ୍କ ଏକ ମଠ ରହିଛି। ବଙ୍ଗଳାରୁ ଆସିଥିବା ଏହି ବାବା ଏଠାରେ ୩୦ବର୍ଷ ରହିଥିଲେ। ତାଙ୍କ ଚେଷ୍ଟାରେ ମନ୍ଦିରର ବହୁବିଧ ଉନ୍ନତି ହୋଇଛି। ୧୯୭୯ରୁ ଉଷ୍ଣ ପ୍ରସ୍ରବଣ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମାନ୍ୟତା ମିଳିଛି। ଜନଶ୍ରୁତି ଏବଂ ପୁରାଣ ବର୍ଣ୍ଣନା ଅନୁଯାୟୀ, ଏକାମ୍ର କାନନ (ହଟକେଶ୍ୱରଙ୍କ ବିଜେ ସ୍ଥଳୀ)ରେ ତପସ୍ୟା ଆରମ୍ଭ କରୁଥିଲେ। ସେହି ସମୟରେ ଶିବଙ୍କ ତପସ୍ୟା ଭଙ୍ଗ ଲାଗି ଦେବତାଙ୍କ ନିର୍ଦ୍ଦେଶକ୍ରମେ କାମଦେବ ଓ ତାଙ୍କ ସହଧର୍ମିଣୀ ରତୀଙ୍କୁ ଦାୟିତ୍ୱ ଦେଲେ। ମହାଦେବଙ୍କ ଉପରକୁ ଲକ୍ଷ୍ୟ କରି କାମଦେବ ଫୁଲସର ନିକ୍ଷେପ କରିଲେ। ଶିବଙ୍କ ତୃତୀୟ ନୟନ ଖୋଲିବା ମାତ୍ରକେ କାମଦେବ ସେଠାରେ ଭସ୍ମୀଭୂତ ହୋଇଗଲେ। ଦୁଃଖରେ ରତୀଙ୍କ ଅଶ୍ରୁ ବୋହିବାକୁ ଲାଗିଲା। ତାହା ସେଠାରେ ଜମା ହୋଇ ଧୀରେ ଧୀରେ ଉତ୍ତପ୍ତ ହୋଇ ଗରମ ପାଣି ଫୁଟିବା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଗୋଟିଏ କୁଣ୍ଡ ନିର୍ମାଣ କରାଯାଇ କାମଦେବଙ୍କ ନାମାନୁସାରେ କାମଦହନ କୁଣ୍ଡ ଭାବେ ନାମିତ ହେଲା। ରତୀଙ୍କ କ୍ରୋଧିତ ଅଶ୍ରୁ ଜମା ହୋଇଥିବା ଯୋଗୁ ତାଙ୍କୁ ତପ୍ତ କୁଣ୍ଡ ବୋଲି କୁହାଗଲା। ପରେ ଏହା କୁଆକୁଣ୍ଡ ନାମରେ ପରିଚିତ ହୋଇଛି। ଅନ୍ୟ ଏକ ଜନଶ୍ରୁୃତି ମଧ୍ୟ ରହିଛି ଯେ, ଏକ କାଉ ପିଲାଙ୍କ ଦ୍ୱାରା ଆଘାତ ପାଇ ଉଡି ଆସି ତପ୍ତକୁଣ୍ଡ ଭିତରକୁ ଖସିପଡିଥିଲା। ସେହିଦିନଠାରୁ ଏହାକୁ କୁଆକୁଣ୍ଡ ନାମକରଣ ହୋଇଥିବା ଲୋକକଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶିଙ୍କ ପାଇଁ ଆରମ୍ଭ ହେଲା ଗୋଲ୍ଡେନ ଟାଇମ୍‌, ୬୪ ଦିନ ଯାଏ ସଫଳତା ସହ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ। ଶୁକ୍ର ଭୌତିକ ସୁଖ, ବିଳାସିତା, ପ୍ରେମ, ସୌନ୍ଦର୍ଯ୍ୟ ଓ ଆକର୍ଷଣର କାରକ ଗ୍ରହ। କୁହାଯାଏ,…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିଲା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri