ବିକାଶ ଅପେକ୍ଷାରେ ହଟକେଶ୍ୱର ପୀଠ

ଖୋର୍ଦ୍ଧା ଅଫିସ,୨୭ା୫: ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ ନିକଟ ଅଟ୍ରି ଗ୍ରାମରେ ରହିଛି ଏକାଦଶ ରୁଦ୍ର ହଟକେଶ୍ୱରଙ୍କ ପୀଠ। ମନ୍ଦିର ନିର୍ମାଣ ଭାସ୍କର୍ଯ୍ୟ ଶୈଳୀ ଏହାର ପ୍ରାଚୀନତାର ପରିଚୟ ବହନ କରେ। ଏହି ପୀଠକୁ ସରକାରଙ୍କ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ହଟକେଶ୍ୱର ସେବାୟତ ସଂଘ ଜିଲାପାଳଙ୍କ ନିକଟରେ ଦାବି କରିଛି। ଏହି ପୀଠର ବିକାଶ କରାଗଲେ ପର୍ଯ୍ୟଟକଙ୍କ ଆଗମନ ସହ ଏହାର ଗୌରବ ବୃଦ୍ଧି ପାଇବ। ନିକଟରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ପୀଠ ପରିଦର୍ଶନ ବେଳେ ସେବାୟତମାନେ ପୀଠର ମହନୀୟତା ସମ୍ପର୍କରେ କହିବା ସହ ଦାବି କରିଥିଲେ। କପିଳ ସଂହିତାରେ ଏହି ପୀଠ ସମ୍ପର୍କରେ ବର୍ଣ୍ଣନା ରହିଛି।
ବରିଷ୍ଠ ସେବାୟତ ତଥା ମନ୍ଦିରର ମୁଖ୍ୟ ପରିଚାଳକ ଗୋପୀନାଥ ମହାପାତ୍ର ଓ ଦିଲୀପ ପଣ୍ଡା କୁହନ୍ତି, ଏହା ଏକ ପ୍ରାଚୀନ ମନ୍ଦିର। ପ୍ରଭୁ ଶ୍ରୀରାମ ଏହି ମନ୍ଦିର ପ୍ରତିଷ୍ଠା କରିଥିବା କିମ୍ବଦନ୍ତୀ ରହିଛି। ଏଠାରେ ଏଗାରଟି ଲିଙ୍ଗ ପୂଜା ପାଉଛନ୍ତି। ମହାଦେବଙ୍କ ହଟକେଶ୍ୱରଙ୍କ ଏଭଳି ନାମକରଣ ପଛରେ କୌଣସି ପ୍ରମାଣ ନ ଥିଲେ ମଧ୍ୟ ଜନଶ୍ରୁତି ରହିଛି। ହଟକେଶ୍ୱରଙ୍କ ପ୍ରାୟ ଦେଢଶହ ସେବକ ରହିଛନ୍ତି। ଏଠାରେ ଦୋଳ, ଶିବ ବିବାହ, ଚନ୍ଦନଯାତ୍ରା ଆଡମ୍ବରରେ ପାଳିତ ହୋଇଥାଏ। ଠାକୁରଙ୍କ ବଡ଼ମେଳା ହେଉଛି ମକର ମେଳା। ପ୍ରତିବର୍ଷ ମକର ସଂକ୍ରାନ୍ତି ସମୟରେ ଅପୁତ୍ରିକ ନାରୀ ହଟ୍ଟନାଥଙ୍କ ନିକଟରେ ସଙ୍କଳ୍ପ କରି ତା’ ପରଦିନ ଅଟ୍ରି (ଉଷ୍ଣ ପ୍ରସ୍ରବଣ)ରେ ଦହଲରୁ ମିଳିଥିବା ଗୁଆ ଭକ୍ଷଣ କଲେ ସନ୍ତାନ ଲାଭ କରିଥାନ୍ତି ବୋଲି ଲୋକବିଶ୍ୱାସ ରହିଛି। ଯିଏ ଏଠାକୁ ଆସିଛି, ତାହାର ମନସ୍କାମନା ପୂର୍ଣ୍ଣ ହୋଇଛି। ମକର ସଂକ୍ରାନ୍ତିରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି। ଅନ୍ୟପଟେ ଉଷ୍ଣ ପ୍ରସ୍ରବଣ ତଥା କୁଆକୁଣ୍ଡରେ ସ୍ନାନ କଲେ ଚର୍ମରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ମନ୍ଦିର ପରିସରରେ ବିଭିନ୍ନ ପାର୍ଶ୍ୱ ଦେବଦେବୀ ପୂଜା ପାଉଛନ୍ତି। ଏଥିସହ ମନ୍ଦିର ପରିସରରେ ପ୍ରେମାନନ୍ଦ ବାବାଙ୍କ ଏକ ମଠ ରହିଛି। ବଙ୍ଗଳାରୁ ଆସିଥିବା ଏହି ବାବା ଏଠାରେ ୩୦ବର୍ଷ ରହିଥିଲେ। ତାଙ୍କ ଚେଷ୍ଟାରେ ମନ୍ଦିରର ବହୁବିଧ ଉନ୍ନତି ହୋଇଛି। ୧୯୭୯ରୁ ଉଷ୍ଣ ପ୍ରସ୍ରବଣ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମାନ୍ୟତା ମିଳିଛି। ଜନଶ୍ରୁତି ଏବଂ ପୁରାଣ ବର୍ଣ୍ଣନା ଅନୁଯାୟୀ, ଏକାମ୍ର କାନନ (ହଟକେଶ୍ୱରଙ୍କ ବିଜେ ସ୍ଥଳୀ)ରେ ତପସ୍ୟା ଆରମ୍ଭ କରୁଥିଲେ। ସେହି ସମୟରେ ଶିବଙ୍କ ତପସ୍ୟା ଭଙ୍ଗ ଲାଗି ଦେବତାଙ୍କ ନିର୍ଦ୍ଦେଶକ୍ରମେ କାମଦେବ ଓ ତାଙ୍କ ସହଧର୍ମିଣୀ ରତୀଙ୍କୁ ଦାୟିତ୍ୱ ଦେଲେ। ମହାଦେବଙ୍କ ଉପରକୁ ଲକ୍ଷ୍ୟ କରି କାମଦେବ ଫୁଲସର ନିକ୍ଷେପ କରିଲେ। ଶିବଙ୍କ ତୃତୀୟ ନୟନ ଖୋଲିବା ମାତ୍ରକେ କାମଦେବ ସେଠାରେ ଭସ୍ମୀଭୂତ ହୋଇଗଲେ। ଦୁଃଖରେ ରତୀଙ୍କ ଅଶ୍ରୁ ବୋହିବାକୁ ଲାଗିଲା। ତାହା ସେଠାରେ ଜମା ହୋଇ ଧୀରେ ଧୀରେ ଉତ୍ତପ୍ତ ହୋଇ ଗରମ ପାଣି ଫୁଟିବା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଗୋଟିଏ କୁଣ୍ଡ ନିର୍ମାଣ କରାଯାଇ କାମଦେବଙ୍କ ନାମାନୁସାରେ କାମଦହନ କୁଣ୍ଡ ଭାବେ ନାମିତ ହେଲା। ରତୀଙ୍କ କ୍ରୋଧିତ ଅଶ୍ରୁ ଜମା ହୋଇଥିବା ଯୋଗୁ ତାଙ୍କୁ ତପ୍ତ କୁଣ୍ଡ ବୋଲି କୁହାଗଲା। ପରେ ଏହା କୁଆକୁଣ୍ଡ ନାମରେ ପରିଚିତ ହୋଇଛି। ଅନ୍ୟ ଏକ ଜନଶ୍ରୁୃତି ମଧ୍ୟ ରହିଛି ଯେ, ଏକ କାଉ ପିଲାଙ୍କ ଦ୍ୱାରା ଆଘାତ ପାଇ ଉଡି ଆସି ତପ୍ତକୁଣ୍ଡ ଭିତରକୁ ଖସିପଡିଥିଲା। ସେହିଦିନଠାରୁ ଏହାକୁ କୁଆକୁଣ୍ଡ ନାମକରଣ ହୋଇଥିବା ଲୋକକଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?