Posted inଖେଳ

ଅଧିନାୟକଙ୍କ ଭଳି କାମ କରୁଛନ୍ତି କୋହଲି

ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ୍‌ରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ମ୍ୟାଚର ଦ୍ୱିତୀୟ ଦିନରେ ବିରାଟ କୋହଲି ଫିଲ୍ଡିଂ ବେଳେ ଅଧିନାୟକ ଜଶପ୍ରୀତ ବୁମ୍‌ରାଙ୍କୁ ସାହାଯ୍ୟ କରୁଥିବା ନଜର ଆସିଥିଲେ। ବୁମ୍‌ରା ପ୍ରଥମ ଥର ପାଇଁ ଦଳର ନେତୃତ୍ୱ ନେଉଛନ୍ତି। ଫିଲ୍ଡିଂ ସମୟରେ ତାଙ୍କୁ ଅନେକ ଥର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏଭଳି ପରିସ୍ଥିତିରେ କୋହଲି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ। ବୁମ୍‌ରା ମଧ୍ୟ ନିଜେ କୋହଲିଙ୍କ ନିକଟକୁ ଯାଇ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ବୋଲିଂ ପରିବର୍ତ୍ତନ ଠାରୁ ଆରମ୍ଭ କରି ଫିଲ୍ଡିଂ ସେଟିଂ ପର୍ଯ୍ୟନ୍ତ କୋହଲି ପରାମର୍ଶ ଦେଉଥିଲେ। ଏହା ବ୍ୟତୀତ ସେ ଟିମ ହର୍ଡଲରେ ଖେଳାଳିଙ୍କୁ ବୁଝାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।
କୋହଲି ଚଳିତ ବର୍ଷ ଜାନୁଆରୀରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ନିୟମିତ ଅଧିନାୟକ କରାଯାଇଥିଲା। କେ.ଏଲ ରାହୁଲଙ୍କୁ ଉପ-ଅଧିନାୟକ କରାଯାଇଥିଲା। ରୋହିତ ଇଂଲଣ୍ଡ ଗସ୍ତରେ ଯାଇଥିଲେ, କିନ୍ତୁ କରୋନା ସଂକ୍ରମିତ ହେତୁ ସେ ଏହି ଟେଷ୍ଟରେ ଖେଳି ନ ଥିଲେ। ଆହତ କାରଣରୁ କେଏଲ ରାହୁଲ ଦଳ ବାହାରେ ଅଛନ୍ତି। ଫଳରେ ବୁମ୍‌ରାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା।
ଏହି ମ୍ୟାଚ ଗତ ବର୍ଷ ଅନୁଷ୍ଠିତ ଟେଷ୍ଟ ସିରିଜର ଏକ ଅଂଶ। ୨୦୨୧ ଅଗଷ୍ଟ-ସେପ୍ଟେମ୍ବର ରେ, ଟିମ ଇଣ୍ଡିଆ ଇଂଲଣ୍ଡରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଥିଲା। ତେବେ କରୋନା କାରଣରୁ ପଞ୍ଚମ ମ୍ୟାଚ ଅନୁଷ୍ଠିତ ହୋଇପାରିଲା ନାହିଁ। ଚାରିଟି ଟେଷ୍ଟ ପାଇଁ ଭାରତ ୨-୧ରେ ଆଗୁଆ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ଷ୍ଟିକ୍‌ରେ ଖେଳାଳିଙ୍କ ମୁଣ୍ଡକୁ ମାଡ଼

ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସ ମହାକୁମ୍ଭର ପ୍ରଥମ ଦିନରେ ସାମ୍ନାକୁ ଆସିଛି ପୂରା ଖେଳ ଜଗତକୁ ନିନ୍ଦିତ କଲା ଭଳି ଦୃଶ୍ୟ। ଶନିବାର ଆର୍ଜେଣ୍ଟିନା ଓ ସ୍ପେନ...

ବିବାହିତ ମହିଳାଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ...

୬ ଦିନ ମଧ୍ୟରେ ଜିରୋରୁ ହିରୋ ହେଲେ ଏହି କ୍ରିକେଟର୍‌

ପୁଣେ,୧୫।୪: ଆଇପିଏଲ ୨୦୨୨ ଆଇପିଏଲ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌ ଓଡିଆନ ସ୍ମିଥଙ୍କୁ ବହୁ ଉତ୍‌ଥାନ-ପତନ ଦେଇ ଗତି କରିବାକୁ ପଡିଛି। ଚଳିତବର୍ଷ ସେ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି।...

ସବୁ ସ୍ପିନର୍‌ ବିବାହ କରିବା ଉଚିତ୍‌; କାହିଁକି ଏମିତି କହିଲେ ଚହଲ

ଭାରତୀୟ ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଅନ୍ୟ କ୍ରିକେଟରଙ୍କ ପୋଷ୍ଟ ଉପରେ ମଜାଳିଆ ମନ୍ତବ୍ୟ ଦିଅନ୍ତି। ସେ ନିଜେ ବହୁତ ସକ୍ରିୟ ରୁହନ୍ତି, ତାଙ୍କ...

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ...

ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଆଡିଲେଡ,୧୮।୭(ଏପି): ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଉଇକେଟକିପର ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମ୍ୟାଚ୍‌ ରେଫରୀ ବେରୀ ଜର୍ମନ ପରଲୋକ ଗମନ କରିଛନ୍ତି। ୮୪...

ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ନିକଟରେ ଭାରତୀୟ କ୍ରିକେଟର୍‌ ବିରାଟ୍‌ କୋହଲି ପିତା ହେବା କଥା ଘୋଷଣା କରିଥିଲେ। ଏବେ ଆଉ ଜଣେ ଲୋକପ୍ରିୟ କ୍ରିକେଟର୍‌ ପିତା ହେବାକୁ ଯାଉଛନ୍ତି। ସେ...

ଟିମ୍‌ ପାକିସ୍ତାନ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ଇମ୍ରାନ

ଦୁବାଇ,୧୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ପରେ ବାବର ଆଜାମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳକୁ ସାନ୍ତ୍ୱନା ଦେଇଛନ୍ତି ୧୯୯୨ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ...

Advertisement
Archives

Model This Week