Home

ଉପହାର ଲୋଭରେ ୧.୨୫ ଲକ୍ଷ ହରାଇଲେ ମହିଳା

ଭୁବନେଶ୍ୱର,୧୦।୫ (ବ୍ୟୁରୋ):ଉପହାର ପାଇବା ଆଶାରେ ୧ଲକ୍ଷ ୨୫ହଜାର ହରାଇଛନ୍ତି ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳର ଜଣେ ମହିଳା। ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ସାଇବର ଠକ ଜଣକ ତାଙ୍କ ହ୍ବାଟ୍‌ସଆପ୍‌କୁ…

ନାବାଳିକା ବଳାତ୍କାରୀଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର,୧୧ା୫ (ନି.ପ୍ର.):ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ଜୟପୁର ଫାଷ୍ଟଟ୍ରାକ୍‌ ସ୍ପେଶିଆଲ କୋର୍ଟରେ ଶୁଣାଣି କରାଯାଇଛି। ଆଡହକ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରଦୀପ କୁମାର ସସାମଲ ନାରାୟଣପାଟଣା ଥାନା ଅଧୀନ ବୋରିଗି ଗ୍ରାମର ଅଭିଯୁକ୍ତ ଗୋବିନ୍ଦ ତାଡ଼ିଙ୍ଗି (୨୩)ଙ୍କୁ…

ସଭାପତି ବଦଳିବା ନିଶ୍ଚିତ, ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର,୧୦ା୫(ବ୍ୟୁରୋ):ଓଡ଼ିଶା କଂଗ୍ରେସର ୧୮ ଜଣ ନେତାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପୃଥକ୍‌ ପୃଥକ୍‌ ଭାବେ ଭେଟି ଆଲୋଚନା କରିଛନ୍ତି। ରାହୁଲ ଆଲୋଚନା ବେଳେ ଭିନ୍ନ ଭିନ୍ନ ଭାବେ ଆଲୋଚନା କରିବେ ନା ସମସ୍ତେ ଏକାଠି ବସିବେ ବୋଲି…

ସ୍କୁଲ କମ୍ପ୍ୟୁଟର ଶିକ୍ଷା ଲକ୍ଷ୍ୟ ବିଫଳ

ଭୁବନେଶ୍ୱର,୧୦।୫(ବ୍ୟୁରୋ):ପ୍ରତିଟି କ୍ଷେତ୍ରରେ ଆଜି କମ୍ପ୍ୟୁଟର ଜ୍ଞାନ ଜରୁରୀ। ତେଣୁ ରାଜ୍ୟରେ ଛାତ୍ରୀଛାତ୍ରଙ୍କୁ ସ୍କୁଲ୍‌ ସମୟରୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲାଗି ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଛୋଟବେଳୁ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।…

ଛାତ୍ରୀଛାତ୍ରଙ୍କ ଅଫ୍‌ଲାଇନ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର, ୧୦।୫(ବ୍ୟୁରୋ): ଏଣିକି ସ୍କୁଲରେ ଛାତ୍ରୀଛାତ୍ରଙ୍କ ଅଫ୍‌ଲାଇନ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ର ଚାହିଁଲେ ଅନ୍‌ଲାଇନ୍‌ରେ କ୍ଲାସ୍‌ କରିପାରିବେ। ରାଜ୍ୟରେ ଦୁଇଟି ହଷ୍ଟେଲରେ ଛାତ୍ରୀଛାତ୍ର କରୋନା ସଂକ୍ରମଣ ହେବାପରେ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଦୀକ୍ଷା ପୋର୍ଟାଲରେ ଛାତ୍ରୀଛାତ୍ର…

ଭତ୍ତା ସହିତ ଶହେ ଟଙ୍କାର ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ୱର,୧୦ା୫(ବ୍ୟୁରୋ): ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ଗ୍ରୀଷ୍ମକାଳୀନ ସହାୟତା ସ୍ବରୂପ ଅତିରିକ୍ତ ୧୦୦ ଟଙ୍କା ଲେଖାଏ ପ୍ରଦାନ କରିବାକୁ ରାଜ୍ୟ ସରକାର ସୋମବାର…

ଇଏସ୍‌ଆଇ ଡାକ୍ତରଖାନାରେ ୫୫ ଡାକ୍ତର ନିଯୁକ୍ତ

ଭୁବନେଶ୍ୱର,୧୦ା୫(ବ୍ୟୁରୋ):ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ରାଜ୍ୟ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ। ଲୋକମାନଙ୍କୁ କିପରି କମ୍‌ ଖର୍ଚ୍ଚରେ ଉତ୍ତମ ସ୍ବାସ୍ଥ୍ୟସେବା ମିଳିପାରିବ ସେନେଇ ଅନବରତ ଉଦ୍ୟମ ଜାରି ରହିଛିି। ସୋମବାର ରାଜ୍ୟ କର୍ମଚାରୀ ବୀମା (ଇଏସ୍‌ଆଇ) ହସ୍ପିଟାଲ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ନବନିଯୁକ୍ତ…

ଚାପରେ ଚେପା ତଦନ୍ତ ରିପୋର୍ଟ

ଯାଜପୁର ଅଫିସ,୧୦ା୫:ଶିଳ୍ପ, କାରଖାନାରେ ଭରିଗଲାଣି ଯାଜପୁର ଜିଲାର କଳିଙ୍ଗନଗର ଓ ଜାରକା ଶିଳ୍ପାଞ୍ଚଳ। ଦ୍ରୁତ ଶିଳ୍ପାୟନ ଦ୍ୱାରା ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ ଏବଂ ବିକାଶ ଧାରା ସୃଷ୍ଟି ହେବ ବୋଲି ଯେଉଁ ଆଶା ରଖାଯାଇଥିଲା ତାହା ସମ୍ଭବ ହେଉନାହିଁ। ବରଂ…

ଏଏସ୍‌ଆଇ ଅନୁମତି ଦେଇନି

ପୁରୀ ଅଫିସ,୧୦।୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲାଗି ରହିଥିବା ବିବାଦ ସୋମବାର ନୂଆ ମୋଡ଼ ନେଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଅନୁମତି ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ନେଇ ପ୍ରଶାସନ ଯେଉଁ ଦମ୍ଭ ବାଢ଼ୁଥିଲା, ତାହା ଏବେ ମିଥ୍ୟା…

ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୬୦ ପଇସା ହ୍ରାସ ସହିତ ୭୭.୫୦ ସ୍ତରରେ ପହଞ୍ଚିଛି। ବୈଶ୍ୱିକ ବଜାରରେ…

ଘୋଷଣା ହେଲା ପୁଲିତ୍‌ଜର ପୁରସ୍କାର, ସାମିଲ ଅଛନ୍ତି ତିନି ଭାରତୀୟ ଖବରଦାତା

ୱାଶିଂଟନ,୧୦ ।୫: ଚଳିତ ବର୍ଷ ଅର୍ଥାତ୍ ୨୦୨୨ ପାଇଁ ପୁଲିତ୍‌ଜର ପୁରସ୍କାର ଘୋଷଣା କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଆମେରିକାର ଏହି ସର୍ବୋଚ୍ଚ ପୁରସ୍କାର ପାଇବାରେ ୩ ଭାରତୀୟ ରହିଛନ୍ତି । ଏମାନେ ହେଲେ ଅଦନାନ ଆବିଦି, ସନା ଇରସାଦ ମଟ୍ଟୁ…

ବାତ୍ୟା ପ୍ରଭାବ ନାହିଁ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟାସୁଦ୍ଧା ପୁରୀଠାରୁ ଦକ୍ଷିଣ ଦିଗରେ ଏହା ୫୯୦ କି.ମି. ଦୂର ଏବଂ ବିଶାଖାପାଟଣାଠାରୁ ୪୧୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଘଣ୍ଟା ପ୍ରତି ୧୬ କିଲୋମିଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri