Posted inଜାତୀୟ

ପଶ୍ଚିମବଙ୍ଗରେ ଗଠନ ହେବ ୭ ନୂଆ ଜିଲା

କୋଲକାତା,୧।୮: ପଶ୍ଚିମବଙ୍ଗରେ ୭ନୂତନ ଜିଲା ଗଠନ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଜିଲା ସଂଖ୍ୟା ୩୦ରେ ପହଞ୍ଚିବ। ଏଥିସହ ବୁଧବାର ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ ହେବ ବୋଲି ମମତା ସୂଚନା ଦେଇଛନ୍ତି। କୁହାଯାଉଛି, ୪ରୁ ୫ ଜଣ ନୂଆ ମନ୍ତ୍ରୀ କ୍ୟାବିନେଟରେ ସାମିଲ ହୋଇପାରନ୍ତି। ବର୍ତ୍ତମାନ ବିଭିନ୍ନ ବିଭାଗରେ ମନ୍ତ୍ରୀ ନାହାନ୍ତି। ଏକୁଟିଆ ସେସବୁ ବିଭାଗର ଦାୟିତ୍ୱ ବୁଝିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ପଞ୍ଜାୟତିରାଜ, ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ, ଖାଉଟି ବ୍ୟାପାର ଓ ସ୍ବୟଂସହାୟକ ଗୋଷ୍ଠୀ ବିଭାଗ ଏବେ ମମତାଙ୍କ ଅଧୀନରେ ରହିଛି। ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀ ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ତାଙ୍କ ଅଧୀନରେ ଥିବା ଶିଳ୍ପ, ସଂସଦୀୟ ବ୍ୟାପାର ଆଦି ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଆସିଛି। ଫଳରେ କ୍ୟାବିନେଟ ସମ୍ପ୍ରସାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ସରକାର ୬ ମାସରୁ ଅଧିକ ଦିନ ତିଷ୍ଠି ପାରିବନି:ଫଡନବୀଶ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲେ ମଧ୍ୟ ସରକାର ଗଠନ ନେଇ ଆଲୋଚନା ଜାରି ରହିଛି। ଯଦି ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ...

୩ ବର୍ଷ ଅକାମୀ ଥିବା ହାର୍ଟ ପୁଣି କାମ କଲା…

ନୋଏଡ଼ା,୬।୧୦: କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଏବେ ଭାରତରେ ଘଟିଛି। ହାର୍ଟ କାମ କରିବା ବନ୍ଦ କରିବାର ୩...

କରୋନା ସଙ୍କଟ ମଧ୍ୟରେ ସାହାଭରସା ଭାସମାନ ଆମ୍ବୁଲାନ୍ସ

ଶ୍ରୀନଗର,୧୩।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହି ମହାମାରୀ ଅନେକ ପରିବାରଠାରୁ ନିଜ ଆତ୍ମୀୟଙ୍କୁ ଛଡ଼ାଇ ନେଉଥିବା ବେଳେ ଏହି...

ରୋପୱେ ଦୁର୍ଘଟଣା: ୨ ଦିନ ହେବ ଫସି ରହିଥିବା ଲୋକଙ୍କ ନିକଟକୁ ଡ୍ରୋନ ସାହାଯ୍ୟରେ ପଠାଯାଉଛି ଖାଦ୍ୟ ସାମଗ୍ରୀ

ଦେବଘର,୧୨ ।୪: ଝାଡଖଣ୍ଡର ଦେବଘର ରୋପୱେରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ପର୍ଯ୍ୟନ୍ତ ୩୭ ଜଣଙ୍କୁ ଉଦ୍ଧାର କରାଯାଇଥିବା...

କର୍‌ତାରପୁର କରିଡର ଉଦ୍‌ଘାଟନ: ମନମୋହନଙ୍କୁ ଆମନ୍ତ୍ରଣ କରିବ ପାକିସ୍ତାନ

ଇସ୍‌ଲାମାବାଦ,୧ା୧୦(ପି.ଟି.): ପଞ୍ଜାବ ଗୁର୍‌ଦାସପୁର ଜିଲାର ଡେରା ବାବା ନାନକଙ୍କ ପୀଠକୁ ପାକିସ୍ତାନ କର୍‌ତାରପୁରର ଦରବାର ସାହିବ ସହ ଯୋଡ଼ିବା ଲାଗି ନିର୍ମିତ କର୍‌ତାରପୁର କରିଡର ନଭେମ୍ବରରେ...

ଫି ବୃଦ୍ଧିକୁ ନେଇ ସଂସଦ ମୁହାଁ ଜେଏନ୍‌ୟୁ ଛାତ୍ର

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଫି ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାରେ ନାଁ ନେଉନି। ସୋମବାର ଶୀତକାଳିନ ଅଧିବେଶନ ଆରମ୍ଭ...

ଟିକା ପରେ ୮ ମାସ ରହିବ କୋଭିଡ୍‌ ଆଣ୍ଟିବଡି

ନୂଆଦିଲ୍ଲୀ, ୧୩।୨: କୋଭିଡ୍‌ ଟିକା ନେବା ପରେ ଶରୀରରେ ଆଣ୍ଟିବଡି ୮ ମାସ କିମ୍ବା ଏହାଠାରୁ ଅଧିକ ସମୟ ସକ୍ରିୟ ରହିବ ବୋଲି ଏମ୍ସ ନିର୍ଦ୍ଦେଶକ...

ମଝି ଆକାଶରେ ପକ୍ଷୀ ସହ ଜାଗୁଆର ଯୁଦ୍ଧ ବିମାନ ଧକ୍କା

ଚଣ୍ଡିଗଡ଼,୨୭।୬: ହରିୟାଣା ଅମ୍ବାଲାରେ ଜାଗୁଆର ଯୁଦ୍ଧ ବିମାନ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପକ୍ଷୀ ସହ ଧକ୍କା ଦେବାରୁ ଏଭଳି ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ...

Advertisement
Archives

Model This Week