ସ୍ତ୍ରୀଙ୍କୁ ବ୍ଲାକ୍‌ମେଲ କରୁଥିଲେ ପୋଲିସ କର୍ମଚାରୀ: କାନ, ଓଠ, ନାକ ହାଣିଲେ ସ୍ବାମୀ

ଲାହୋର,୧।୮: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ମହିଳାଙ୍କୁ ବ୍ଲାକ୍‌ମେଲ କରିବା ମହଙ୍ଗା ପଡ଼ିଛି। ଯେଉଁଥିରେ ସ୍ବାମୀ ଉକ୍ତ ପୋଲିସ କର୍ମଚାରୀଙ୍କ ନାକ, କାନ, ଓଠ କାଟିଦେଇଛନ୍ତି। ଏଭଳି ଘଟଣା ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ। ସୂଚନାଯୋଗ୍ୟ, କନ୍‌ଷ୍ଟେବଳ କାଶିମ୍‌ ହାୟତ ମୁହମ୍ମଦ ଇଫତିଖାରଙ୍କ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିବା ପାଇଁ ତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ପୋଲିସ କହିଛି। ଇଫତିଖାର ପ୍ରଥମେ କାଶିମ୍‌ଙ୍କୁ ଅପହରଣ କରି ଏକ ମରୁଭୂମିକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ମାଡ଼ ମାରିବା ପରେ ତାଙ୍କ କାନ, ନାକ ଓ ଓଠ ହାଣିଥିବା କୁହାଯାଉଛି। ଇଫତିଖାର ତାଙ୍କର ଜଣେ ସହଯୋଗୀ ସହ ମିଶି ଲାହୋରଠାରୁ ୨ଶହ କଲୋମିଟର ଦୂର ଝାଙ୍ଗ ଜିଲାରେ ଏହି ଘଟଣା ଭିଆଇଥିବା କୁହାଯାଉଛି। ଘଟଣା ପରେ ୨ଅଭିଯୁକ୍ତ ଫେରାର ଅଛନ୍ତି। ଅନ୍ୟପଟେ କ୍ଷତାକ୍ତ ଅବସ୍ଥାରେ କାଶିମ୍‌ଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଇଫତିଖାର ଓ ତାଙ୍କ ସହଯୋଗୀଙ୍କୁ ଖୋଜିବା ଆରମ୍ଭ କରିଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିରିଆରେ ଶକ୍ତିଶାଳୀ ବିସ୍ଫୋରଣ: ୧୮ ମୃତ

ଦାମାସକସ୍‌,୨୫।୪: ଉତ୍ତର ପଶ୍ଚିମ ସିିରିଆରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ଲୋକ ଥିବା କୁହାଯାଉଛି।...

ଫାଇଜର, ବାୟୋଟେକ୍‌ ବିରୋଧରେ ଅଭିଯୋଗ

ଓ୍ବାଶିଂଟନ,୨୭ା୮: ଆମେରିକାର ଔଷଧ ନିର୍ମାଣକାରୀ କମ୍ପାନୀ ମଡର୍ନା କୋଭିଡ୍‌ ଟିକା ନିର୍ମାଣକାରୀ ସହଯୋଗୀ କମ୍ପାନୀ ଫାଇଜର ଓ ବାୟୋଟେକ୍‌ ବିରୋଧରେ କୋର୍ଟରେ ଅଭିଯୋଗ କରିଛି। କରୋନା...

ବେରୁଟ୍‌ ବିସ୍ଫୋରଣରେ ପ୍ରାଣ ହରାଇଥିବା କୁନିକୁନି ପିଲାଙ୍କ ସ୍ମୃତିରେ କଣ୍ଢେଇ ତିଆରି କଲେ ଏହି ବୃଦ୍ଧା, ଫଟୋ ଭାଇରାଲ

ବେରୁଟ୍‌,୨୯ା୧୧: ଲେବାନନର ରାଜଧାନୀ ବେରୁଟ ପାଇଁ ଗତ ଅଗଷ୍ଟ ୪ ସବୁଠୁ ଦୁଃଖଦାୟକ ଥିଲା। କାରଣ ଏହି ଦିନ ସେଠାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା।...

ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ପଡିଲା ମହଙ୍ଗା ୧୫୭ ଜଣ କରୋନାରେ ପୀଡ଼ିତ!

ବ୍ରସେଲସ,୨୭ ।୧୨: ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଉପହାର ଗ୍ରହଣ କରିବାର ପରମ୍ପରା ରହିଛି । ହେଲେ ଚଳିତ ବର୍ଷ ଜଣେ କରୋନା ସଂକ୍ରମିତ ସାନ୍ତାଙ୍କଠାରୁ ଉପହାର...

ପିଓକେରେ ଶକ୍ତିଶାଳୀ ଭୂକମ୍ପ:୨୬ ମୃତ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୨୫-୯(ପି.ଟି.) :ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍‌ଲାମାବାଦ ସମେତ...

ଇମ୍ରାନ ‘ନାନୀ’ କହିବାରୁ ରାଗିଲେ ମରିୟମ

ଇସଲାମାବାଦ,୧୦ ।୩: ପାକିସ୍ତାନ ମୁସଲିମ ଲିଗ(ଏନ)ର ନେତା ମରିୟମ ନୱାଜ ଗୁରୁବାର ତାଙ୍କର ଏକ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଖୁବ ବର୍ଷିଛନ୍ତି...

ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ...

୯୮ ବର୍ଷ ଇତିହାସରେ ପ୍ରଥମ: ଡିଜ୍‌ନୀର ଅଧ୍ୟକ୍ଷ ହେବେ ଜଣେ ମହିଳା

କାର୍ଲିଫର୍ନିଆ,୩।୧୨: ମନୋରଞ୍ଜନ ଜଗତର ପ୍ରମୁଖ କମ୍ପାନୀ ୱାଲ୍ଟ ଡିଜନି ୯୮ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛି। ୬୭...

Advertisement
Archives

Model This Week