ବିନା ଅନୁମତିରେ ଚାଲିଛି ନବମ, ଦଶମ ଶ୍ରେଣୀ ପାଠପଢ଼ା
ମୁନିଗୁଡ଼ା(ଡି.ଏନ୍.ଏ.)/ରାୟଗଡ଼ା ଅଫିସ,୨ା୯:ରାୟଗଡ଼ା ଜିଲା ମୁନିଗୁଡ଼ା ସ୍ଥିତ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ି ସିବିଏସ୍ଇ ବୋର୍ଡ ପରୀକ୍ଷା ପାସ୍ କରିବା ପରେ ଏବେ ଛାତ୍ରୀଛାତ୍ର ଅସୁବିଧା ଭୋଗୁଛନ୍ତି। ସ୍ଥାନୀୟ ରୟାଲ ଏକାଡେମୀ ନାମକ ଅନୁଷ୍ଠାନରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ…
‘କର ବା ମର’ ମ୍ୟାଚ୍ ଜିତିବା ଖୁସିରେ ଶ୍ରୀଲଙ୍କା ଖେଳାଳିଙ୍କ ନାଗିନ୍ ଡ୍ୟାନ୍ସ
ଦୁବାଇ,୨।୯: ବାଂଲାଦେଶ ବିପକ୍ଷ ଏସିଆ କପ୍ ଟି୨୦ ମୁକାବିଲାକୁ ଶ୍ରୀଲଙ୍କା ୨ ଉଇକେଟ୍ରେ ଜିତି ସୁପର-୪ରେ ପ୍ରବେଶ କରିଛି। ଏହି ମ୍ୟାଚ୍ରେ ପରେ ଶ୍ରୀଲଙ୍କା ଖେଲାଳିମାନେ ନାଗିନ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୨୦୧୮ରେ ନିଦାହାସ…
ମୁଖ୍ୟରାସ୍ତାକଡ଼ରେ ଗୋଦାମ, ଟ୍ରାଫିକ୍ ସମସ୍ୟା
ପାରଳାଖେମୁଣ୍ଡି,୨ା୯(ଡି.ଏନ୍.ଏ.): ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତା କଡରେ ଗୋଦାମଗୁଡିକ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି । ସହରର ରାମସାଗର ରାସ୍ତାରୁ ଆରମ୍ଭ କରି ପୁରୁଣା ପାଟଣା ରାସ୍ତା ତଥା ଜାତୀୟ ରାଜପଥ ୩୨୬-ଏ କଡରେ ବହୁ ଗୋଦାମ ଗୃହ ନିର୍ମାଣ କରାଯାଇଛି। ସେହିପରି…
ସୋନାକ୍ଷୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଦବଙ୍ଗ, ରାଓଡି ରାଠୋର ଏବଂ ବୁଲେଟ ରାଜା ଭଳି ସୁପରହିଟ୍ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସୋନାକ୍ଷୀ ତାଙ୍କ କଠିନ ପରିଶ୍ରମ ଆଧାରରେ କୋଟି କୋଟି ସମ୍ପତ୍ତିର ମାଲିକ ହୋଇଛନ୍ତି।…
ରାମିଆଳ କେନାଲରେ ଘାଇ
କାମାକ୍ଷାନଗର,୨।୯(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ସସାପଶି ଗ୍ରାମ କୁଶବେରଣା ଦେଇଯାଇଥିବା ରାମିଆଳ ବାମ ପାର୍ଶ୍ୱ ମୁଖ୍ୟ କେନାଲରେ ଗୁରୁବାର ସକାଳେ ୫୦ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ନିକଟବର୍ତ୍ତୀ ଜମି ଜଳମଗ୍ନ ହୋଇଯାଇଛି। ବିନା ବର୍ଷାରେ ଏଭଳି ଘାଇ…
ବ୍ରହ୍ମପୁରରେ ସ୍ଥାପନ ହେଉ ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ
ବ୍ରହ୍ମପୁର ଅଫିସ,୨ା୯: ବ୍ରହ୍ମପୁରରେ କ୍ରମଶଃ ନୂଆସାହି ବସ୍ତି ସାଙ୍ଗକୁ ଜନସଂଖ୍ୟା ବଢ଼ି ଚାଲିଛି। ଏହାସହ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରେଶମ ନଗରୀରେ ଶତାଧିକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ତେବେ ବେସରକାରୀ ସ୍କୁଲଗୁଡିକରେ ମାତ୍ରାଧିକ ଫି…
ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହନ ଷ୍ଟାରବକ୍ସ ସିଇଓ ନିଯୁକ୍ତ
ଲଣ୍ଡନ,୨।୯: ବିଶ୍ୱର ଅଗ୍ରଣୀ କଫି କମ୍ପାନୀ ଷ୍ଟାରବକ୍ସ ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହନଙ୍କୁ ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବରେ ନିଯୁକ୍ତ କରିଛି। ୫୫ ବର୍ଷୀୟ ନରସିଂହନ ଏପ୍ରିଲ ୧, ୨୦୨୩ରେ ସିଇଓ ପଦ ଗ୍ରହଣ କରିବେ। ଏହା ସହ ସେ…
ଆଧାର ପଞ୍ଜୀକରଣରେ ବାଧକ ସାଜିଛି ନେଟ୍ୱର୍କ
କୋଟଗଡ,୨ା୯(ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ୧୫ ପଞ୍ଚାୟତ ରହିଛି। ଏହା ବ୍ଲକ ମୁଖ୍ୟାଳୟ ଠାରୁ ୪୦ରୁ ୫୦ କି.ମି.ଦୂରରେ ଅବସ୍ଥିତ। ଏଠାରେ ନେଟୱର୍କ ଠିକ୍ ନ ରହିବାରୁ ଆଧାର ପଞ୍ଜୀକରଣରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
ଶେଷ ହେଉନି ଶୀତଳଯୁଦ୍ଧ
ଢେଙ୍କାନାଳ ଅଫିସ,୨।୯: ଢେଙ୍କାନାଳ ପୌରସଂସ୍ଥାରେ ଭାଜପା-ବିଜେଡି ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳଯୁଦ୍ଧ ସମୟକ୍ରମେ ଆହୁରି ତୀବ୍ର ହେଉଛି। ଦୁଇ ଗୋଷ୍ଠୀ ଆକ୍ଷେପ-ପ୍ରତି ଆକ୍ଷେପରେ ମାତିଥିବାବେଳେ ଉନ୍ନୟନମୂଳକ କାର୍ଯ୍ୟ ଏକରକମର ଠପ୍ ହୋଇଯାଇଛି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।…
କମୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୨।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୧୬୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…
ପୂର୍ବତନ ସରପଞ୍ଚଙ୍କ କାର୍ ଜାଳିଦେଲେ ଦୁର୍ବୃତ୍ତ
ନିରାକାରପୁର,୨ା୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବଡ଼ପୋଖରିଆ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଥିବା କାର୍କୁ ଦୁର୍ବୃତ୍ତମାନେ ଜାଳିଦେଇଛନ୍ତି। ଖବରରୁ ଜଣାପଡିଛି, ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସୋସାଇଟି ସଭାପତି ସାଗର ବଳିୟାରସିଂହଙ୍କ କାର୍ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ବେଳେ କେହି…
ବିବାଦ ପାଇଁ ବଳିପଡ଼ିଲା
ଢେଙ୍କାନାଳ ଅଫିସ,୨।୯: ପୌର ନିର୍ବାଚନକୁ ବିତିଛି ୬ମାସ। ପୌରାଧ୍ୟକ୍ଷା-ଉପାଧ୍ୟକ୍ଷ, ବିଜେଡି-ଭାଜପା କାଉନ୍ସିଲରଙ୍କ କାଦୁଅ ଫିଙ୍ଗା ରାଜନୀତି ମଧ୍ୟରେ ବିତିଛି ଏହି ମୂଲ୍ୟବାନ ସମୟ। ଏହି ବିବାଦରେ ବଳିପଡ଼ିଛି କୁଞ୍ଜକାନ୍ତ ପୋଖରୀ ପାର୍ଶ୍ୱ ପାର୍କ ଏବଂ ଓପନ୍ ଜିମ୍। ସ୍ବାୟତ୍ତ ଶାସନ ଦିବସରେ…
Archives


