ପାଶ୍ଚାତ୍ୟରେ ‘ଅଣୁ ଅସ୍ତ୍ର’ ଛନକା

ମସ୍କୋ/କିଭ୍‌,୭ା୧୧: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ହରଡ଼ଘଣାରେ ପଡ଼ିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିକଟରେ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଇମାନ୍ବେଲ ମାକ୍‌ରଁଙ୍କ ସହ କଥା ହୋଇଥିଲେ। ବାର୍ତ୍ତାଳାପ ବେଳେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷରେ ଜାପାନ ଉପରେ ଆମେରିକା ପକ୍ଷରୁ ନିକ୍ଷେପ କରାଯାଇଥିବା ପରମାଣୁ ବୋମା ସମ୍ପର୍କରେ ଅବତାରଣା କରିଥିଲେ। ଏହି ଆକ୍ରମଣ ପରେ ଜାପାନ ଆମତ୍ସମର୍ପଣ କରିଥିଲା। ତେଣୁ ବିଜୟ ହାସଲ ପାଇଁ ବଡ଼ ସହରଗୁଡ଼ିକୁ ଟାର୍ଗେଟ କରିବା ଆବଶ୍ୟକ ନୁହେଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏହାର ଏକ ଦୃଷ୍ଟାନ୍ତ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ମାକ୍‌ରଁଙ୍କୁ ପୁଟିନ୍‌ କହିଥିବା ନେଇ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ପୁଟିନ୍‌ କିଭ୍‌କୁ ଛାଡ଼ି ପୂର୍ବ ୟୁକ୍ରେନ୍‌ରେ ଆଣବିକ ଅସ୍ତ୍ର ପ୍ରୟୋଗର ନିଷ୍ପତ୍ତି ନେଇପାରନ୍ତି ବୋଲି ଏହି ବାର୍ତ୍ତାଳାପରୁ ସଙ୍କେତ ମିଳୁଥିବା ଉକ୍ତ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି।
ଗତ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ଆଣବିକ ଅସ୍ତ୍ର ଭୟ ବଢ଼ିବାରେ ଲାଗିଛି। କିଭ୍‌କୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସାମରିକ ସହାୟତା ଦେଇଆସୁଛନ୍ତି। ୟୁକ୍ରେନ୍‌ ରୁଷିଆ ବିରୋଧରେ ‘ଡାର୍ଟି ବମ୍‌’ ବ୍ୟବହାର କରିପାରେ ବୋଲି ନିକଟରେ ମସ୍କୋ ଆଶଙ୍କା ବ୍ୟକ୍ତ କରିଥିଲା। ଏଭଳି ସ୍ଥିତିରେ ମାକ୍‌ରଁଙ୍କ ସହ କଥା ହେବାବେଳେ ପୁଟିନ୍‌ଙ୍କ ପାଟିରୁ ‘ପରମାଣୁ ବୋମା’ ବାହାରିବା ଆଉ ଏକ ସମ୍ଭାବ୍ୟ ବିଧ୍ୱଂସକୁ ସୂଚାଉଥିବା କୁହାଯାଉଛି। ୟୁକ୍ରେନ୍‌ ଯୁଦ୍ଧର ଅବସାନ ଲାଗି ପୁଟିନ୍‌ ଟାକ୍ଟିକାଲ ଓ୍ବିପନ ପ୍ରୟୋଗ କରିପାରନ୍ତି ବୋଲି ପାଶ୍ଚାତ୍ୟର ନେତାମାନଙ୍କ ମନରେ ଛନକା ପଶିଛି। ପ୍ରକାଶ ଯେ, ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋଶିମା ଉପରେ ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା। ଏହାର ୩ ଦିନ ପରେ ନାଗାସାକିକୁ ଆଣବିକ ଅସ୍ତ୍ରରେ ଟାର୍ଗେଟ କରିଥିଲା। ପ୍ରଥମ ବୋମାକୁ ‘ଲିଟିଲ୍‌ ବୟ’ କୁହାଯାଇଥିବାବେଳେ ଦ୍ୱିତୀୟ ବୋମାକୁ ‘ଫ୍ୟାଟ୍‌ ମ୍ୟାନ୍‌’ ନାମକରଣ କରାଯାଇଥିଲା। ଏହି ଆକ୍ରମଣରେ ୩,୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ। ସେବେଠୁ ଅଦ୍ୟାବଧି କୌଣସି ଯୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯାଇନାହିଁ। ପୁଟିନ୍‌ ପାଶ୍ଚାତ୍ୟକୁ ବାରମ୍ବାର ଅଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଉଥିବାବେଳେ ଏହାର ପରିଣାମ ଭୟଙ୍କର ହେବ ବୋଲି ଆମେରିକା ନେତୃତ୍ୱାଧୀନ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ଚେତାବନୀ ଦେଉଛି। ଏଭଳି ସମୟରେ ପୃଥିବୀ ନିଦ୍ରାବସ୍ଥାରେ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବା ନେଇ ମଣିଷ ଜାତିକୁ ସତର୍କ କରାଇଛି ପ୍ରଳୟର ପ୍ରତୀକାମତ୍କ ଘଣ୍ଟା ଡୁମ୍ସକ୍ଲକ୍‌। ଆମେରିକା ଓ ରୁଷିଆ ମଧ୍ୟରେ ଆଣବିକ ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହେବାର ୨ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୪୭ରେ ଡୁମ୍ସଡେ କ୍ଲକ୍‌ ପ୍ରତିଷ୍ଠା କରାଯାଇଥିଲା। ସେବେଠୁ ଅଦ୍ୟାବଧି ଏହାକୁ ୨୪ ଥର ରିସେଟ୍‌ କରାଗଲାଣି। ୭୫ ବର୍ଷ ମଧ୍ୟରେ ଏହି କ୍ଲକ୍‌ ୨୪ ଥର ଘୂରିଲାଣି। ଶୀତଳଯୁଦ୍ଧ ଶେଷ ହେବା ପରେ ୧୯୯୧ ଜାନୁୟାରୀ ମଧ୍ୟରାତ୍ରିରେ ଏହା ସବୁଠୁ ଅଧିକ ବେଗରେ ଗତି କରିଥିଲା।

ଡୁମ୍ସଡେ କ୍ଲକ୍‌ କ’ଣ

ଡୁମ୍ସଡେ କ୍ଲକ୍‌ ହେଉଛି ଖ୍ରୀଷ୍ଟିଆନ, ଇହୁଦୀ ଓ ଇସ୍‌ଲାମ ଧର୍ମଗ୍ରନ୍ଥରେ ଉଲ୍ଲିଖିତ ପୃଥିବୀର ଅନ୍ତ ଏବଂ ମଣିଷର ଶେଷ ବିଚାର ଦିନ। ଏହାକୁ କେହି କେହି ‘ପ୍ରଳୟ ଦିବସ’ ଭାବେ ମଧ୍ୟ ଅଭିହିତ କରିଥାଆନ୍ତି। ଡୁମ୍ସ କ୍ଲକ୍‌ ଏକ ପ୍ରତୀକ, ଯାହାକି ମଣିଷ ଦ୍ୱାରା ବିକଶିତ କାରିଗରି ପୃଥିବୀକୁ କେତେ ଧ୍ୱଂସାଭିମୁଖୀ କରାଉଛି ତାହା ଦର୍ଶାଇଥାଏ। ପ୍ରଳୟ ରାତିକୁ କେତେ ମିନିଟ ବାକି ଅଛି ସେନେଇ ଅଣଲାଭକାରୀ ସଙ୍ଗଠନ ଆଟମିକ୍‌ ସାଇଣ୍ଟିଷ୍ଟ୍‌ସ ଦ୍ୱାରା ପ୍ରତିବର୍ଷ ନିର୍ଦ୍ଧାରିତ ବୁଲେଟିନ୍‌ ମଣିଷ ଜାତିକୁ ପ୍ରତୀକାମତ୍କ ଭାବେ ସତର୍କ କରାଇଥାଏ। ଧରାପୃଷ୍ଠରେ ଆମକୁ ତିଷ୍ଠିବାକୁ ହେଲେ ଆଣବିକ ଅସ୍ତ୍ର ପ୍ରୟୋଗଜନିତ ବିପଦକୁ ଏଡ଼ାଇବାକୁ ପଡ଼ିବ ବୋଲି ଡୁମ୍ସଡେ କ୍ଲକ୍‌ ସନ୍ଦେଶ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?