ପିଇଟିଙ୍କ ଦରମା ବଢ଼ିଲା
ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଆମ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗ୍ରାଣ୍ଟ-ଇନ୍-ଏଡ୍ ଅର୍ଡର ୨୦୧୪ ଅନୁଯାୟୀ ଅନୁଦାନପ୍ରାପ୍ତ କାର୍ଯ୍ୟରତ ପିଇଟିଙ୍କର ଦରମା ବୃଦ୍ଧି ହୋଇଛି। ଯେଉଁମାନେ ବିପିଇଡି ଏବଂ ବିଏସ୍ସି ପିଇଡି ଯୋଗ୍ୟତା ଅର୍ଜନ କରିଛନ୍ତି, ସେମାନଙ୍କର ମାସିକ ଦରମା ୮ ହଜାରରୁ…
ଶୌଚାଳୟ ପଛପଟେ ପଡ଼ିଛି ନବଜାତକର ମୃତଦେହ
ଛତ୍ରପୁର,୨୭ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଶୌଚାଳୟ ପଛପଟେ ନବଜାତ ଶିଶୁ ମୃତଦେହ ପଡ଼ିଥିବା ବୁଧବାର ଦେଖିବାକୁ ମିଳିଛି। ତେବେ ସ୍ବାସ୍ଥ୍ୟ କିମ୍ବା ଶିଶୁ ବିଭାଗକୁ ଖବର ଦିଆଯାଇଥିଲେ ହେଁ ଖବର ଲେଖା ହେବା ସୁଦ୍ଧା ଘଟଣାସ୍ଥଳରେ କେହି ପହଞ୍ଚିପାରି ନ ଥିବା…
ପୂର୍ବତନ କ୍ରୀଡା ମନ୍ତ୍ରୀ ହେଲେ ମୁଖ୍ୟ କୋଚ
ନୂଆଦିଲ୍ଲୀ,୨୭।୭:ବେଙ୍ଗଲ କ୍ରିକେଟ ଆସୋସିଏସନ(ସିଏବି) ପୂର୍ବତନ କ୍ରିକେଟର ତଥା ରାଜନେତା ଲକ୍ଷ୍ମୀ ରତନ ଶୁକ୍ଲାଙ୍କୁ ଆସନ୍ତା ସିଜିନ ପାଇଁ ସିନିୟର ପୁରୁଷ ଦଳର ମୁଖ୍ୟ କୋଚ ଭାବରେ ନିଯୁକ୍ତ କରିଛି। ବ୍ୟାଟିଂ ପରାମର୍ଶଦାତା ଭାବରେ ଡବ୍ଲୁ.ଭି ରମଣଙ୍କ ନିଯୁକ୍ତ କରାଯାଇଛି। ସିଏବି ସଭାପତି…
ଇଡ଼ି ପଚରାଉଚରା ଶେଷ, ୩ ଦିନ-୧୨ ଘଣ୍ଟା-୧୦୦ରୁ ଅଧିକ ପ୍ରଶ୍ନ…
ନୂଆଦିଲ୍ଲୀ, ୨୭।୭ : କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ପଚରାଉଚରା ଶେଷ ହୋଇଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ ତୃତୀୟ ଦିନରେ ତାଙ୍କୁ ପ୍ରାୟ ୩ ଘଣ୍ଟା ପ୍ରଶ୍ନ ପଚରାଯାଇଥିଲା। ପରବର୍ତ୍ତୀ ଡକାଯିବା ପର୍ଯ୍ୟନ୍ତ ତାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରେ…
ପାକିସ୍ତାନରେ ୭୫ ବର୍ଷ ପରେ ପ୍ରଥମ ହିନ୍ଦୁ ମହିଳା ହେଲେ ଡିଏସ୍ପି…
ଇସଲାମାବାଦ, ୨୭।୭ : ଭାରତ-ପାକିସ୍ଥାନ ୧୯୪୭ ରେ ଯେତେବେଳେ ବିଭାଜିତ ହେଲା ସେତେବେଳେ ୧୨.୯ ପ୍ରତିଶତ ହିନ୍ଦୁ ସଂଖ୍ୟାଲଘୁ ଇସଲାମିକ୍ ଦେଶ ପାକିସ୍ଥାନରେ ରହିଲେ। ସମୟ ବଦଳିଗଲା, ପରିସ୍ଥିତି ବଦଳିଗଲା ଏବଂ ୭୫ ବର୍ଷରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସଂଖ୍ୟା ମଧ୍ୟ ବଦଳିଗଲା।…
ପାକିସ୍ତାନରେ ପ୍ରବଳ ବର୍ଷା: ୮ ମୃତ
ଇସଲାମାବାଦ,୨୭ା୭: ପାକିସ୍ତାନର ସିନ୍ଧ୍ ଏବଂ ବେଲୁଚିସ୍ତାନ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସୂଚନାନୁସାରେ, ସିନ୍ଧ୍ ଏବଂ ବେଲୁଚିସ୍ତାନ ପ୍ରଦେଶରେ ବର୍ଷା ଯୋଗୁ ୮ ଜଣ ପ୍ରାଣ ହରାଇ ସାରିଲେଣି।…
ଚିକେନ ନିଜେ ତରକାରୀ ହେବାକୁ ଆସିଗଲା, କଂଗ୍ରେସକୁ ସୁବ୍ରମଣ୍ୟମଙ୍କ କଟାକ୍ଷ…
ନୂଆଦିଲ୍ଲୀ, ୨୭।୭ : ମନି ଲଣ୍ଡରିଂ ଆକ୍ଟ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଭାଜପା ନେତା ତଥା ରାଜ୍ୟ ସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ପିଏମଏଲଏ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି…
ବିଦ୍ୟୁତ୍ ବିଲ୍ ଦେଖି ଅସୁସ୍ଥ ହୋଇପଡ଼ିଲେ ବ୍ୟକ୍ତି, ହସ୍ପିଟାଲରେ ଭର୍ତ୍ତି
ଭୋପାଳ,୨୭।୭: ମଧ୍ୟପ୍ରଦେଶରେ ବିଦ୍ୟୁତ୍ ବିଲ୍ ଦେଖି ଜଣେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଆସିବା ପରେ ମଧ୍ୟପ୍ରଦେଶ ଗ୍ବାଲିଓରରେ ରହୁଥିବା ପ୍ରିୟଙ୍କା ଗୁପ୍ତାଙ୍କ ଶ୍ୱଶୁର ଅସୁସ୍ଥ ହୋଇପଡ଼ିଛନ୍ତି।…
ଆଗକୁ ମାନ୍ଦାବସ୍ଥା: ସତର୍କ କରାଇଲା ଆଇଏମ୍ଏଫ୍
ଓ୍ବାଶିଂଟନ,୨୭ା୭: ବିଶ୍ୱରେ ଆଗାମୀ ଦିନରେ ଦେଖାଦେଇପାରେ ମାନ୍ଦାବସ୍ଥା। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ଦୁର୍ବଳ ହୋଇ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସତର୍କ କରିଛି। ଏହାସହ ବୈଶ୍ୱିକ…
ପରଲୋକରେ ପଞ୍ଜାବୀ ଗାୟକ ବଲଓ୍ବିନ୍ଦର ସାଫରି
ଚଣ୍ଡିଗଡ଼,୨୭।୭: ଭାଙ୍ଗଡା ଷ୍ଟାର ନାମରେ ବେଶ୍ ଲୋକପ୍ରିୟ ପଞ୍ଜାବୀ ଗାୟକ ବଲୱିନ୍ଦର ସାଫରିଙ୍କ ପରଲୋକ। ୬୩ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ଘଟିଛି। ଗାୟକ ଗୁରୁ ରନ୍ଧାୱା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି,…
ଭାରତ ସୀମାରେ ଉପଲବ୍ଧ ହେବ ୫-ଜି ଜ୍ଞାନକୌଶଳ, ଚାଇନା-ପାକିସ୍ତାନକୁ ମିଳିବ କଡ଼ା ଜବାବ…
ନୂଆଦିଲ୍ଲୀ, ୨୭।୭ : ଭାରତ ବର୍ତ୍ତମାନ ଚାଇନା ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପ୍ରସ୍ତୁତ ହେଉଛି। ୫-ଜି ଟେକ୍ନୋଲୋଜିର ସ୍ପେକ୍ଟ୍ରମ ନିଲାମ ସହିତ ଭାରତ ମଧ୍ୟ ସୀମା ଅଞ୍ଚଳର, ପାର୍ବତ୍ୟ ଅଞ୍ଚଳରେ ୧୮୦୦୦ ଫୁଟ ଉଚ୍ଚରେ, ୫-ଜି ଟେକ୍ନୋଲୋଜି ନିୟୋଜନ…
ବିଷାକ୍ତ ମଦ ପିଇବା ଘଟଣା, ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି: ୧୪ ଗିରଫ
ଅହମଦାବାଦ,୨୭।୭: ଗୁଜୁରାଟର ବାଟୋଡ୍ଠାରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ପୋଲିସ ଏହି ମାମଲାରେ ତଦନ୍ତକୁ ଜୋରଦାର କରିଥିବା ବେଳେ ଏପର୍ଯ୍ୟନ୍ତ ୧୪ଜଣଙ୍କୁ ଗିରଫ କରିଛି। ବିଷାକ୍ତ ମଦ ଯୋଗୁ ହୋଇଥିବା ମୃତ୍ୟୁର ଏହି ଘଟଣା ପରେ…
Archives


