ଆଦାୟ ହୋଇପାରେ ୭ଶହ କୋଟି

ଯାଜପୁର ଅଫିସ/ଧର୍ମଶାଳା/ ଚଢ଼େଇଧରା,୧୦ା୧୧ (ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁଚର୍ଚ୍ଚିତ ରାହାଡ଼ପୁର ପାହାଡ଼ରୁ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ ଅଭିଯୋଗ ଉପରେ ସାଟେଲାଇଟ ମାପଚୁପ ସମ୍ପନ୍ନ ହୋଇଛି। ବୁଧବାର ଯାଜପୁର ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ତହସିଲଦାର ସ୍ବାଗତ କୁମାର ଦାସଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ମାପଚୁପ ସଂସ୍ଥା ମାଇଁ ୱାର୍ଲଡ କନ୍ସଲଟେନ୍ସି ଡ୍ରୋନ କ୍ୟାମେରା ଲଗାଇ କଳାପଥର ଲୁଟ୍‌ ଉପରେ ଆକଳନ କରିଛି। ଆସନ୍ତା ୭ ଦିନ ମଧ୍ୟରେ ଆକଳନ ରିପୋର୍ଟ ମିଳିବା ପରେ ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
୨୦୧୬-୧୭ରୁ ରାହାଡପୁର ଖାଦାନରୁ ଅନୁମୋଦନଠାରୁ ପ୍ରାୟ ୩୫୦ କୋଟି ଟଙ୍କାର କଳାପଥର ଅଧିକ ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଆଇନ ଅନୁସାରେ ଏହାର ଦୁଇ ଗୁଣ ପ୍ରାୟ ୭୦୦ କୋଟି ଟଙ୍କା ଜରିମାନା ଆଦାୟର ସମ୍ଭାବନା ରହିଛି। ତେବେ ଉକ୍ତ କଳା କାରବାରକୁ ଚପାଇ ଦେବାକୁ କେତେଜଣ ପ୍ରଶାସନିକ ଅଧିକାରୀ, ମାପଚୁପ ସଂସ୍ଥା ଏବଂ ଲିଜ୍‌ଧାରୀଙ୍କ ମଧ୍ୟରେ ପ୍ରାୟ ୨୦ କୋଟି ଟଙ୍କାର ଭିତିରି ବୁଝାମଣା ହୋଇଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ କଳାପଥର ଲୁଟ ଅଭିଯୋଗରେ ସଂପୃକ୍ତ ଥିବା ୧୦ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଏବଂ ୬ ଉପଜିଲାପାଳଙ୍କ ନାମରେ ହୋଇଥିବା ମାମଲା ଯେପରି ଚାପି ଦିଆଗଲା, ଏହା ମଧ୍ୟ ଫାଇଲ ଭିତରେ ରହିଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା
ଗତ ଅଗଷ୍ଟରେ ସାଟେ ଲାଇଟ୍‌ ତଦନ୍ତ କରି ୪ ଲିଜ୍‌ଧାରୀଙ୍କଠାରୁ ୧୦୫ କୋଟି ୮୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଡିମାଣ୍ଡ ନୋଟିସ ଜାରି କରିଥିଲେ। ଏଥିରେ ଲୁଣିବର ପଥର ଖାଦାନରୁ ଲିଜ୍‌ଧାରୀ ଚନ୍ଦ୍ରମଣି ପରିଡ଼ାଙ୍କଠାରୁ ୧ କୋଟି ୮୭ ଲକ୍ଷ ଓ ସାବିତ୍ରୀ ପରିଡ଼ାଙ୍କଠାରୁ ୧୬ କୋଟି ୫୭ ଲକ୍ଷ, ଡଙ୍କାରୀ ପଥର ଖାଦାନରୁ ରଞ୍ଜନ ଜେନାଙ୍କଠାରୁ ୨୩ କୋଟି ୩୨ ଲକ୍ଷ ଓ ଲୁଣିବର ଖାଦାନରୁ ଶରତ ରାଉତଙ୍କଠାରୁ ୬୩ କୋଟି ୩୭ ଲକ୍ଷ ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ରହିଛି। ଆକଳନ ଅନୁଯାୟୀ ଯେତେ ପରିମାଣର କଳାପଥର ଅଧିକ ଲୁଟ୍‌ ହୋଇଛି ସେଥିରୁ ୨ ଗୁଣ ଜରିମାନା ଆଦାୟ କରାଯାଉଛି। ଏହି କ୍ରମରେ ୨୦୧୬-୧୭ରେ ରାହାଡ଼ପୁର ପାହାଡ଼ର ୨୫ ଏକର ଅଞ୍ଚଳରୁ ୫ ବର୍ଷ ପାଇଁ ୨ ଲକ୍ଷ ୩୫ ହଜାର ଘନମିଟର କଳାପଥର ଉତ୍ତୋଳନ କରିବାକୁ ପ୍ରହ୍ଲାଦ ଲେଙ୍କାଙ୍କୁ ଲିଜ୍‌ ଦିଆଯାଇଥିଲା। କିନ୍ତୁ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ଦେଢ କୋଟି ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ହିସାବରେ ଘନମିଟର ପିଛା ୨୪୫ ଟଙ୍କା ଦରରେ ଏହା ୩୬୭ କୋଟି ଟଙ୍କା ହେଉଛି। ଅନ୍ୟପକ୍ଷେ ପୂର୍ବ ମାମଲାଗୁଡିକ ଭଳି ଯଦି ଭିତିରି ବୁଝାମଣା କରି ଆପୋସ ସମାଧାନ କରାଯାଏ ତେବେ ରାଜ୍ୟ ସରକାର ଉପରୋକ୍ତ ପରିମାଣର ରାଜସ୍ବ ହରାଇବେ ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଧର୍ମଶାଳା ତହସିଲ ଅଧୀନ ବିଭିନ୍ନ ପାହାଡ଼ରୁ କଳାପଥର ଲୁଟରେ ସହଯୋଗ କରିଥିବା ୧୦ ରାଜସ୍ବ ନିରୀକ୍ଷକ ଓ ଧର୍ମଶାଳା ତହସିଲଦାରଙ୍କ ସମେତ ୧୦ ଜଣ ତହସିଲଦାର ଓ ୬ ଜଣ ଯାଜପୁର ଉପଜିଲାପାଳଙ୍କ ନାମରେ ୨୩ା୮ା୨୦୧୬ରେ ଓଡିଶା ସିଭିଲ ସର୍ଭିସ ଧାରା-୧୫ ଅନୁଯାୟୀ ତଦନ୍ତ କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ରାଜସ୍ବ ନିରୀକ୍ଷକ ଭାବେ ଶଙ୍କର୍ଷଣ ଶତପଥୀ, ମହେଶ୍ୱର ପଣ୍ଡା, ଦାଶରଥି ରାଉତ, ପଦ୍ମନାଭ ପଣ୍ଡା, ଉସତ୍ବ ଚରଣ ଜେନା, ସୁଶାନ୍ତ କୁମାର ସ୍ବାଇଁ, ସୁନୀଲ କୁମାର ନାୟକ, ବୀରକିଶୋର ମହାପାତ୍ର, ନୀଳଲୋହିତ ନାଥ ଓ ବସନ୍ତ ଦେହୁରୀଙ୍କ ନାମ ଉଲ୍ଲେଖ ଥିଲା। ସେହିପରି ତହସିଲଦାର ପଦବୀରେ ଥିବା ଶରତଚନ୍ଦ୍ର ପଣ୍ଡା, ନିରାକାର ସାମଲ, ବ୍ରଜକିଶୋର ପଟ୍ଟନାୟକ, ହରିଶ ଚନ୍ଦ୍ର ନାୟକ, ଅଜୟ କୁମାର ଦାସ, ଅଶୋକ କୁମାର ବେହୁରା, ଦିଲୀପ କୁମାର ବଳ, ରବୀନ୍ଦ୍ର କୁମାର ସାବତ, ଅରୁଣ କୁମାର ବେହେରା ଓ ରଞ୍ଜନ କୁମାର ଜେନା ରହିଥିଲେ। ଗତ ୨ା୯ା୨୦୧୬ରୁ ୩୧ା୮ା୨୦୧୮ ପର୍ଯ୍ୟନ୍ତ ରହିଥିବା ଧର୍ମଶାଳା ତହସିଲଦାର ପ୍ରଭାସ ବେହୁରା ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ଯାଜପୁର ଉପଜିଲାପାଳ ଭାବେ ଗୌତମ ଚନ୍ଦ୍ର ନାୟକ, ଅମରେନ୍ଦ୍ର କୁମାର ରଥ, ସୁଶାନ୍ତ କୁମାର ମହାନ୍ତି, ବିନୋଦ ଚନ୍ଦ୍ର ମିଶ୍ର, ଧନଞ୍ଜୟ ସ୍ବାଇଁ ଓ ମହେଶ୍ୱର ପାଣିଗ୍ରାହୀଙ୍କ ନାମ ରହିଥିଲା। ୩୦ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ସେତେବେଳେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୬ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ଦାସଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?