୬୦ବର୍ଷ ପୂର୍ବରୁ ୧୫ ହିତାଧିକାରୀ ଭତ୍ତା ଯୋଜନାରେ ସାମିଲ

ଯାଜପୁର ଅଫିସ,୧୦ା୧୧: ଦୁର୍ବଳ ପ୍ରଶାସନିକ ନିୟନ୍ତ୍ରଣ କାରଣରୁ ଯାଜପୁର ଜିଲାରେ ମଧୁବାବୁ ପେନସନ ଯୋଜନା, ବିଧବାଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଯୋଜନାରେ ବ୍ୟାପକ ହେରାଫେରି ହେଉଛି। ୬୦ ବର୍ଷ ନ ପୁରୁଣୁ ଭେଣ୍ଡିଆ ଟୋକା ଏବଂ ମୃତ ବ୍ୟକ୍ତି ଭତ୍ତା ପାଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପସଚିବଙ୍କ ତଦନ୍ତ ନିର୍ଦ୍ଦେଶକୁ ବାଟବଣା କରିବାକୁ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରାଯାଉଛି । ଜିଲାର ବଡ଼ଚଣା ବ୍ଲକ କୋଲଣଗିରି ଗ୍ରାମ ପଞ୍ଚାୟତର ଅଧିବାସୀ ଏହି ମର୍ମରେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ୧ା୧୧ା୨୦୨୨ରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ ୭ା୧୧ା୨୦୨୨ରେ ସଂପୃକ୍ତ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରି ପେନସନ ଗାଇଡ୍‌ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ବଡ଼ଚଣା ବ୍ଲକ କୋଲଣଗିରି ପଞ୍ଚାୟତରେ ବୟସ ହୋଇ ନ ଥିବା ୧୫ ଜଣ ଲୋକଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି। ଏହାସହ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ୨ ଜଣ ମୃତବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଏ ସମ୍ପର୍କରେ ଗତ ୨୬ା୯ା୨୦୨୨ରେ ଅଞ୍ଚଳବାସୀ ବିଭାଗୀୟ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତଦନୁସାରେ ସଚିବ ତାଙ୍କ ପତ୍ରସଂଖ୍ୟା ୭୪୦୨/୩୦ା୯ା୨୦୨୨ରେ ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲାପାଳ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ପାଇବା ପରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତଦନ୍ତ କରିବା ପରିବର୍ତ୍ତେ ଦିନ ଗଡାଇ ଚାଲିଛନ୍ତି। ବାରମ୍ବାର ଯୋଗାଯୋଗ କରିବାରୁ ଗତ ୧୫ ତାରିଖରେ ତଦନ୍ତ ଆରମ୍ଭ କରିଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବକୁ ନେଇ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ବେଆଇନ ଭତ୍ତା ନେଉଥିବା ୧୫ ଜଣ ହିତାଧିକାରୀଙ୍କ ବୟସ ଅନଲାଇନରେ ଯାଞ୍ଚ ହୋଇଥିଲା। ଯାଞ୍ଚରେ ଭତ୍ତା ପାଇବାକୁ ସେହି ହିତାଧିକାରୀଙ୍କ ବୟସ ୬୦ବର୍ଷ ହୋଇ ନ ଥିଲା। ବିଧାନସଭା ଓ ପଞ୍ଚାୟତ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଦତ୍ତ ଭୋଟର ତାଲିକାକୁ ତନଖି କଲେ ଏହା ଜଳଜଳ ହୋଇ ଦିଶୁଛି। କିନ୍ତୁ ଅଧିକାରୀଙ୍କ ତଦନ୍ତରେ ସେହି ହିତାଧିକାରୀଙ୍କ ବୟସ ହୋଇଛି ବୋଲି କୁହାଯାଇଛି ା ଗ୍ରାମବାସୀ କେମିତି ଏହା ସମ୍ଭବ ହେଲା ବୋଲି ପଚାରିବାରୁ ସେ କହିଥିଲେ, ଅନ୍‌ଲାଇନରେ ତାହା ଜଣାପଡିଛି। ଅଭିଯୋଗ ସମୟରେ ଅନ୍‌ଲାଇନରେ ଉକ୍ତ ୧୫ ଜଣ ହିତାଧିକାରୀଙ୍କ ବୟସ ଭତ୍ତା ପାଇବାକୁ ଯୋଗ୍ୟ ହୋଇ ନ ଥିଲା। ତେବେ ତଦନ୍ତରେ ଜାଣିଶୁଣି ବିଳମ୍ବ କରାଯାଇ ଅନ୍‌ଲାଇନରେ ବୟସ ବଢାଇ ସାରିବା ପରେ ତଦନ୍ତ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଠାରେ କୋଲଣଗିରି ପଞ୍ଚାୟତର ପଣସୁଆପାଳ ଗ୍ରାମର ବିପିନ ଘଡେଇଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ପ୍ରଥମେ ଭତ୍ତା ମଞ୍ଜୁର କରି ୪ ମାସର ଭତ୍ତା ଦେବା ପରେ ପୁଣି ବୟସ ହୋଇ ନାହିଁ ବୋଲି ଦର୍ଶାଇ ତାଙ୍କ ନାମ କାଟି ଦିଆଯାଇଛି। ସେ ଲାଞ୍ଚ ନ ଦେବାରୁ ଏଭଳି କରାଯାଇଥିବା ଗ୍ରାମବାସୀ ଦିଲ୍ଲୀପ କୁମାର ସାହୁ, ସୁଧୀର କୁମାର ଭଞ୍ଜ, ପିତାମ୍ବର ରଣା, ଶଶିରେଖା ସାହୁ, ଶିବାନୀ ଦଲେଇ ପ୍ରମୁଖ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?