୬୦ବର୍ଷ ପୂର୍ବରୁ ୧୫ ହିତାଧିକାରୀ ଭତ୍ତା ଯୋଜନାରେ ସାମିଲ

ଯାଜପୁର ଅଫିସ,୧୦ା୧୧: ଦୁର୍ବଳ ପ୍ରଶାସନିକ ନିୟନ୍ତ୍ରଣ କାରଣରୁ ଯାଜପୁର ଜିଲାରେ ମଧୁବାବୁ ପେନସନ ଯୋଜନା, ବିଧବାଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଯୋଜନାରେ ବ୍ୟାପକ ହେରାଫେରି ହେଉଛି। ୬୦ ବର୍ଷ ନ ପୁରୁଣୁ ଭେଣ୍ଡିଆ ଟୋକା ଏବଂ ମୃତ ବ୍ୟକ୍ତି ଭତ୍ତା ପାଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପସଚିବଙ୍କ ତଦନ୍ତ ନିର୍ଦ୍ଦେଶକୁ ବାଟବଣା କରିବାକୁ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରାଯାଉଛି । ଜିଲାର ବଡ଼ଚଣା ବ୍ଲକ କୋଲଣଗିରି ଗ୍ରାମ ପଞ୍ଚାୟତର ଅଧିବାସୀ ଏହି ମର୍ମରେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ୧ା୧୧ା୨୦୨୨ରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ ୭ା୧୧ା୨୦୨୨ରେ ସଂପୃକ୍ତ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରି ପେନସନ ଗାଇଡ୍‌ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲାପାଳଙ୍କୁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ବଡ଼ଚଣା ବ୍ଲକ କୋଲଣଗିରି ପଞ୍ଚାୟତରେ ବୟସ ହୋଇ ନ ଥିବା ୧୫ ଜଣ ଲୋକଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି। ଏହାସହ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ୨ ଜଣ ମୃତବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଏ ସମ୍ପର୍କରେ ଗତ ୨୬ା୯ା୨୦୨୨ରେ ଅଞ୍ଚଳବାସୀ ବିଭାଗୀୟ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତଦନୁସାରେ ସଚିବ ତାଙ୍କ ପତ୍ରସଂଖ୍ୟା ୭୪୦୨/୩୦ା୯ା୨୦୨୨ରେ ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲାପାଳ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ପାଇବା ପରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତଦନ୍ତ କରିବା ପରିବର୍ତ୍ତେ ଦିନ ଗଡାଇ ଚାଲିଛନ୍ତି। ବାରମ୍ବାର ଯୋଗାଯୋଗ କରିବାରୁ ଗତ ୧୫ ତାରିଖରେ ତଦନ୍ତ ଆରମ୍ଭ କରିଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବକୁ ନେଇ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ବେଆଇନ ଭତ୍ତା ନେଉଥିବା ୧୫ ଜଣ ହିତାଧିକାରୀଙ୍କ ବୟସ ଅନଲାଇନରେ ଯାଞ୍ଚ ହୋଇଥିଲା। ଯାଞ୍ଚରେ ଭତ୍ତା ପାଇବାକୁ ସେହି ହିତାଧିକାରୀଙ୍କ ବୟସ ୬୦ବର୍ଷ ହୋଇ ନ ଥିଲା। ବିଧାନସଭା ଓ ପଞ୍ଚାୟତ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଦତ୍ତ ଭୋଟର ତାଲିକାକୁ ତନଖି କଲେ ଏହା ଜଳଜଳ ହୋଇ ଦିଶୁଛି। କିନ୍ତୁ ଅଧିକାରୀଙ୍କ ତଦନ୍ତରେ ସେହି ହିତାଧିକାରୀଙ୍କ ବୟସ ହୋଇଛି ବୋଲି କୁହାଯାଇଛି ା ଗ୍ରାମବାସୀ କେମିତି ଏହା ସମ୍ଭବ ହେଲା ବୋଲି ପଚାରିବାରୁ ସେ କହିଥିଲେ, ଅନ୍‌ଲାଇନରେ ତାହା ଜଣାପଡିଛି। ଅଭିଯୋଗ ସମୟରେ ଅନ୍‌ଲାଇନରେ ଉକ୍ତ ୧୫ ଜଣ ହିତାଧିକାରୀଙ୍କ ବୟସ ଭତ୍ତା ପାଇବାକୁ ଯୋଗ୍ୟ ହୋଇ ନ ଥିଲା। ତେବେ ତଦନ୍ତରେ ଜାଣିଶୁଣି ବିଳମ୍ବ କରାଯାଇ ଅନ୍‌ଲାଇନରେ ବୟସ ବଢାଇ ସାରିବା ପରେ ତଦନ୍ତ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଠାରେ କୋଲଣଗିରି ପଞ୍ଚାୟତର ପଣସୁଆପାଳ ଗ୍ରାମର ବିପିନ ଘଡେଇଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ପ୍ରଥମେ ଭତ୍ତା ମଞ୍ଜୁର କରି ୪ ମାସର ଭତ୍ତା ଦେବା ପରେ ପୁଣି ବୟସ ହୋଇ ନାହିଁ ବୋଲି ଦର୍ଶାଇ ତାଙ୍କ ନାମ କାଟି ଦିଆଯାଇଛି। ସେ ଲାଞ୍ଚ ନ ଦେବାରୁ ଏଭଳି କରାଯାଇଥିବା ଗ୍ରାମବାସୀ ଦିଲ୍ଲୀପ କୁମାର ସାହୁ, ସୁଧୀର କୁମାର ଭଞ୍ଜ, ପିତାମ୍ବର ରଣା, ଶଶିରେଖା ସାହୁ, ଶିବାନୀ ଦଲେଇ ପ୍ରମୁଖ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri