Home

ସୁସ୍ମିତାଙ୍କୁ ଭୁଲିଗଲେ ମୋଦି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ କମିଶନର ତଥା ପଳାତକ ବ୍ୟବସାୟୀ ଲଳିତ ମୋଦି ନିଜ ଇନ୍‌ଷ୍ଟାଗ୍ରାମ ବାୟୋରେ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି। ପୂର୍ବରୁ ଏଥିରେ ସେ ପ୍ରାକ୍ତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନଙ୍କ ସହ ନିଜ ଫଟୋ ରଖିଥିଲେ, ଯହିଁରେ…

ଶ୍ରୀଲଙ୍କାର ଲଢୁଆ ବ୍ୟାଟିଂ, ୬ ୱିକେଟରେ ବିଜୟୀ…

ଦୁବାଇ, ୬।୯ : ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲାରେ ଟିମ ଶ୍ରୀଲଙ୍କା ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୭୪ ରନ୍ ଲକ୍ଷ୍ୟର ପିଛା…

ବୁଧବାରଠାରୁ କଂଗ୍ରେସର ଭାରତ ଯୋଡ ଯାତ୍ରା, ୫ ମାସରେ ୩୫୭୦ କିଲୋମିଟର ଅତିକ୍ରମ କରିବେ କର୍ମୀ…

ନୂଆଦିଲ୍ଲୀ, ୬।୯ : ବୁଧବାର ସେପ୍ଟେମ୍ବର ୭ରେ କନ୍ୟାକୁମାରୀରେ ଏକ ମେଗା ରାଲିରେ କଂଗ୍ରେସ ଏହାର ୩,୫୭୦ କିଲୋମିଟର ଲମ୍ବା ଭାରତ ଯୋଡ ଯାତ୍ରା’ଆରମ୍ଭ କରିବ। ୫ ମାସରେ ଏହି ଯାତ୍ରା ଶେଷ ହେବ। କଂଗ୍ରେସ ଅନୁସାରେ ଆଦର୍ଶ ଏବଂ ଅର୍ଥନୈତିକ…

ଶ୍ରୀଲଙ୍କାର ବିସ୍ଫୋରକ ବ୍ୟାଟିଂ ଉପରେ ରୋକ ଲଗାଇଲେ ଚହଲ, ଅଶ୍ୱିନ

ଦୁବାଇ,୬।୯: ଶ୍ରୀଲଙ୍କାର ବିସ୍ଫୋରକ ବ୍ୟାଟିଂ ଉପରେ ରୋକ ଲଗାଇଲେ ଯୁଜବେନ୍ଦ୍ର ଚହଲ, ଆର୍‌. ଅଶ୍ୱିନ। ୯୭ ରନ୍‌ ସ୍କୋରରେ ପୃଥକ୍‌ ନିସଙ୍କାଙ୍କ ଉଇକେଟ ଯାଇଥିବା ବେଳେ ଚରିତ ଅସଲଙ୍କା ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଛନ୍ତି। ଉଭୟ ଉଇକେଟ ଚହଲଙ୍କ…

ଚାକିରି ଲାଗି ପ୍ରାର୍ଥୀଙ୍କୁ ମଗାଯାଉଛି ଟଙ୍କା: ଟୋଲ୍‌ ଫ୍ରି ନମ୍ବର ଜାରି କଲା ଓପିଏସ୍‌ସି

କଟକ ଅଫିସ,୬ା୯- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ କରାଯାଉଥିବା ବିଭିନ୍ନ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ତାଲିକାରେ ସ୍ଥାନ ଦେବାକୁ କେତେଜଣ ଅସାଧୁ ବ୍ୟକ୍ତି ପ୍ରତିଶ୍ରୁତି ଦେଇ ଟଙ୍କା ମାଗୁଛନ୍ତି। ଏ ସମ୍ପର୍କରେ ଓପିଏସ୍‌ସି ନିକଟରେ ଅଭିଯୋଗ ହୋଇଛି। ଏହାପରେ ଓପିଏସ୍‌ସି ପକ୍ଷରୁ…

ଘୃଣାକୁ ଡରୁଛନ୍ତି ଉର୍ଫି: କହିଲେ ‘ସିଧା ବିବାହ ଦିନ ଜାଣିବ ସେ କିଏ’

ବମ୍ବେ: ପ୍ରେମରେ ପଡ଼ିଛନ୍ତି ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ହେଲେ କିଏ ସେ ବୋଲି ପଚାରିଲେ ରହୁଛନ୍ତି ଚୁପ୍‌। ଆଉ ପୁଣି ସିଧା ସିଧା କହିଲେଣି ଅପେକ୍ଷା କର। ବିବାହ ଦିନ ଜାଣିବ। ତା’ ପୂର୍ବରୁ କିନ୍ତୁ ନୁହେଁ। ଆଶ୍ଚର୍ଯ୍ୟ…

୨୦୧୯ ଲୋକ ସଭା ନିର୍ବାଚନରେ ପରାଜିତ ହୋଇଥିବା ୧୪୪ ଆସନ ନେଇ ରଣନୀତି ପ୍ରସ୍ତୁତ…

ନୂଆଦିଲ୍ଲୀ, ୬।୯ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଛି। ଏହି ମର୍ମରେ ମଙ୍ଗଳବାର ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ହା, କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ…

ସ୍ବର୍ଗଦ୍ୱାରରେ ଭଣଜାଙ୍କ ସତ୍କାର ସାରି ଘରକୁ ଫେରୁଥିଲେ, ଟ୍ରକ୍‌ ସହ ଧକ୍କା ଯୋଗୁ ଚାଲିଗଲା ଜୀବନ

ସାକ୍ଷୀଗୋପାଳ,୬।୯(ଡି.ଏନ୍‌.ଏ./ସ୍ବ.ପ୍ର.): ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ମହିଳାଙ୍କ ପୁଅ…

୮ରେ ଲଘୁଚାପ, ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୬ା୯(ବ୍ୟୁରୋ)-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୮ରୁ ଦକ୍ଷିଣ ଓଡ଼ିଶା ଓ ୯ରୁ ଉପକୂଳ ଓଡ଼ିଶାରେ ବର୍ଷା…

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍‌…

ଦୁବାଇ, ୬।୯ : ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହୋଇଛି। ଦୁବାଇର ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ…

କିଙ୍ଗସ୍‌ ଓ୍ବେରୁ ରାଜପଥ, ଏବେ କର୍ତ୍ତବ୍ୟ ପଥ…

ନୂଆଦିଲ୍ଲୀ, ୬।୯ : ବ୍ରିଟିଶ ଶାସନ ସମୟରେ ଏହା କିଙ୍ଗସୱେ ଭାବରେ ନିଜ ଯାତ୍ରା ଆରମ୍ଭ କରିଥିଲା। ୧୯୨୦ ମସିହାରେ, ନୂଆଦିଲ୍ଲୀ ନିର୍ମାଣ କରିଥିବା ସ୍ଥାପତ୍ୟ ଏଡୱିନ ଲୁଟିନ୍ସ ଏବଂ ହର୍ବର୍ଟ ବେକର ଦ୍ୱାରା ନିର୍ମିତ ହୋଇଥିବା ଦିଲ୍ଲୀର ଆଇକନିକ ରାଜପଥ…

ମୁଜିବ୍‌ ଛାତ୍ର ବୃତ୍ତି ଘୋଷଣା…

ନୂଆଦିଲ୍ଲୀ, ୬।୯ : ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମୁଜିବ୍‌ ଛାତ୍ର ବୃତ୍ତି ଘୋଷଣା କରିଛନ୍ତି। ୧୯୭୧ ମୁକ୍ତି ସଂଗ୍ରାମରେ ଶହୀଦ୍‌ ହୋଇଥିବା ଅବା ଗୁରୁତର ଭାବେ ଆହତ ହୋଇଥିବା ଭାରତୀୟ ସେନା ଯବାନଙ୍କ ପରିବାର ସଦସ୍ୟଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri