Home

ଅନ୍ତହୀନ ସୀମାନ୍ତ ଦୁଃଖ

ବାରିପଦା ଅଫିସ,୮ା୧୧:ସୀମାନ୍ତ ଲୋକଙ୍କୁ ରାଜ୍ୟର ବିକାଶ ପଥରେ ସାମିଲ କରିବାକୁ ବିଭିନ୍ନ ଯୋଜନା କରାଯାଉଥିବା ସରକାର କହୁଛନ୍ତି। ହେଲେ ବାସ୍ତବରେ ଚିତ୍ର କିନ୍ତୁ ଭିନ୍ନ। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ଗ୍ରାମପୁଞ୍ଜ ହେଉ ବା ମୟୂରଭଞ୍ଜ ଜିଲା ଝାଡ଼ଖଣ୍ଡ ସୀମାନ୍ତ…

ନବନୀତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

ମୁମ୍ବାଇ,୭।୧୧: ନକଲି ଜାତି ପ୍ରମାଣପତ୍ର ମାମଲାରେ ମୁମ୍ବାଇର ଏକ କୋର୍ଟ ଲୋକ ସଭା ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ପିତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବର ମାସରେ କୋର୍ଟ ରାଣା ଏବଂ ତାଙ୍କ ପିତାଙ୍କ…

ୟୁରୋପରେ ଚଳିତ ବର୍ଷ ଗ୍ରୀଷ୍ମରେ ୧୫୦୦୦ ଲୋକଙ୍କର ହୋଇଛି ମୃତ୍ୟୁ: ଡବ୍ଲୁଏଚଓ

ଜେନେଭା,୮ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ୟୁରୋପର କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ହଂସ ହେନରି କ୍ଲୁଜ ସୋମବାର କହିଛନ୍ତି, ଚଳିତ ବର୍ଷ ୟୁରୋପରେ ଗରମ ଯୋଗୁ ଅତିକମରେ ୧୫,୦୦୦ଙ୍କ ମୃତ୍ୟୁ ହୋଇଛି । କ୍ଲୁଜ ଏକ ବୟାନରେ କହିଛନ୍ତି, ଏବେ ପର୍ଯ୍ୟନ୍ତ…

ବିଦାୟ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହେଲେ ଜଷ୍ଟିସ୍‌ ଲଲିତ

ନୂଆଦିଲ୍ଲୀ,୭।୧୧: ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଉଦୟ ଉମେଶ ଲଲିତଙ୍କୁ ସୋମବାର ସୁପ୍ରିମକୋର୍ଟ ପରିସରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସେ ସୁପ୍ରିମକୋର୍ଟରେ ବିତାଇଥିବା ୩୭ ବର୍ଷର ସ୍ମୃତିକୁ ମନେପକାଇ ଭାବବିହ୍ବଳ ହୋଇଯାଇଥିଲେ। ଜଣେ ଆଇନଜୀବୀ ଓ ବିଚାରପତି ଭାବେ ସେ…

ଆମେରିକା ପରେ ୟୁକେ ମନ୍ତ୍ରୀଙ୍କ ତାଇଓ୍ବାନ ଗସ୍ତ: ଆପତ୍ତି ଉଠାଇଲା ଚାଇନା

ବେଜିଂ,୭।୧୧: ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ ଗ୍ରେଗ ହେଣ୍ଡସଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା ଆପତ୍ତି ଉଠାଇଛି। ବ୍ରିଟେନ ୱାନ ଚାଇନା ନୀତିର ଉଲ୍ଲଂଘନ କରୁଛି ବୋଲି ଚାଇନା କହିଛି। ବ୍ରିଟେନ ୱାନ ଚାଇନା ନୀତି ଉପରେ ନିଜର ପ୍ରତିଶ୍ରୁତି ଦେଇଥିବା ବେଳେ…

ରେଲ୍‌ୱେ ସାଇଡିଂ ମ୍ୟାନେଜରଙ୍କୁ ହତ୍ୟା

ଟେନ୍‌ସା/ଲହୁଣୀପଡ଼ା,୭।୧୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ବରସୁଆଁ ରେଲ୍‌ୱେ ସାଇଡିଂଠାରେ ଏକ ଘରୋଇ ଖଣି କମ୍ପାନୀରେ କାମ କରୁଥିବା ମୋତିରାମ ପାଲ(୫୯)ଙ୍କୁ ରବିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବରପାଇ ସୋମବାର ସକାଳେ ଲହୁଣୀପଡ଼ା ଥାନା ଓ…

କଂଗ୍ରେସର ଟୁଇଟର ଆକାଉଣ୍ଟ ବନ୍ଦ ଲାଗି ନିର୍ଦ୍ଦେଶ

ବେଙ୍ଗାଲୁରୁ,୭।୧୧: କଂଗ୍ରେସର ଟୁଇଟର ଆକାଉଣ୍ଟ ସାମୟିକ ଭାବେ ବନ୍ଦ କରିବା ଲାଗି ବେଙ୍ଗାଲୁରୁର ଏକ ଅଦାଲତ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ବେଳେ କନ୍ନଡ ଚଳଚ୍ଚିତ୍ର କେଜିଏଫ୍‌-୨ର ଗୀତ ବଜାଯିବାକୁ ନେଇ ଦଳ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଦିନେଶ ହେବେ ସରକାରୀ ସାକ୍ଷୀ

ନୂଆଦିଲ୍ଲୀ,୭।୧୧: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘନିଷ୍ଠ ସହଯୋଗୀ ତଥା ବ୍ୟବସାୟୀ ଦିନେଶ ଆରୋରା ସରକାରୀ ସାକ୍ଷୀ ହେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏନେଇ ସିବିଆଇ ସୋମବାର ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ଆବେଦନ କରିଛି।…

ବେଆଇନ ଖଣି ଖନନ ମାମଲାରେ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୭।୧୧: ବେଆଇନ ଖଣି ଖନନ ଦୁର୍ନୀତି ମାମଲାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ତଦନ୍ତ ପାଇଁ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଖଣି ଲିଜ୍‌ ଆବଣ୍ଟନରେ ଅନିୟମିତତା ଏବଂ ସେଲ୍‌ କମ୍ପାନୀଗୁଡ଼ିକ ଜରିଆରେ…

ରାମବନରୁ ଅଲ୍‌କାଏଦାର ଜଣେ ଆତଙ୍କବାଦୀ ଗିରଫ: ମିଳିଲା ଚାଇନା ନିର୍ମିତ ଗ୍ରେନେଡ୍‌

ରାମବନ,୭।୧୧: ଜମ୍ମୁ ଡିଭିଜନର ରାମବାନ ଜିଲାରେ ସୋମବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀ ଜଣେ ଅଲ୍‌କାଏଦା ଆତଙ୍କବାଦୀଙ୍କ ଗିରଫ କରିବାରେ ସଫଳ ହୋଇଛନ୍ତି। ଏଥିସହ ତାଙ୍କଠାରୁ ଏକ ଚାଇନା ଗ୍ରେନେଡ୍‌ ଜବତ କରାଯାଇଛି। ଗିରଫ ଆତଙ୍କବାଦୀ…

ବଢ଼ିଲା ସୁରକ୍ଷା: ୫ନେତାଙ୍କ ସମେତ ୬ଜଣଙ୍କୁ ମିଳିଲା ବୁଲେଟ ପ୍ରୁଫ୍‌ ଜ୍ୟାକେଟ

ଚଣ୍ଡିଗଡ଼,୭।୧୧: ପଞ୍ଜାବ ଅମୃତସରରେ କିଛି ଦିନ ତଳେ ଦିନ ଦ୍ୱିପ୍ରହରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ହତ୍ୟା କରାଯିବା ପରେ ପଞ୍ଜାବ ସରକାର ହିନ୍ଦୁ ନେତାଙ୍କ ସୁରକ୍ଷା ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଲୁଧିଆନାର ୫ଜଣ ହିନ୍ଦୁ ନେତାଙ୍କ ସମେତ ଗୁରୁସିମରନ…

ପଳାତକ ସଞ୍ଜୟ ଭଣ୍ଡାରୀଙ୍କୁ ଭାରତ ଆଣିବାକୁ ଫିଟିଲା ବାଟ: ବ୍ରିଟେନ ଦେଲା ଅନୁମତି

ଲଣ୍ଡନ/ନୂଆଦିଲ୍ଲୀ,୭।୧୧: ଅସ୍ତ୍ରଶସ୍ତ୍ର ଡିଲର ତଥା ପଳାତକ ସଞ୍ଜୟ ଭଣ୍ଡାରୀଙ୍କ ପ୍ରତ୍ୟର୍ପଣ କ୍ଷେତ୍ରରେ ଭାରତକୁ ଏକ ସଫଳତା ମିଳିଛି। ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ସଞ୍ଜୟଙ୍କ ଭାରତ ପ୍ରତ୍ୟର୍ପଣ ନେଇ ସୋମବାର ମଞ୍ଜୁରି ପ୍ରଦାନ କରିଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଭାରତ ଅଣାଯିବ। ସଞ୍ଜୟଙ୍କ ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri