ଫିଲ୍ମ ପ୍ରମୋଶନ ଆଳରେ ଅଭିନେତ୍ରୀଙ୍କୁ ଫୁଟ୍ ମସାଜ, ଟ୍ରୋଲ ହେଉଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା
ବମ୍ବେ: ଦିନ ଥିଲା ବଲିଉଡ୍ର ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଥିଲେ ରାମ ଗୋପାଳ ବର୍ମା। ଏବେ ସେ କେବଳ ତେଲୁଗୁ ସିନେମା ଯାଏ ସୀମିତ ହୋଇ ରହିଯାଇଛନ୍ତି ବୋଲି କହିଲେ ଚଳେ। ସେ ତାଙ୍କର ଫିଲ୍ମକୁ ହିଟ୍ କରାଇବାକୁ ଯେକୌଣସିସ୍ତରକୁ…
ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ
ୟଶ ଷ୍ଟାରର୍ ଫିଲ୍ମ ‘କେଜିଏଫ’ ଫେମ୍ ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡି ବେଙ୍ଗାଲୁରୁର ସୀତା ସର୍କଲ ନିକଟ ବିନାୟକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।…
ବିଲରେ କାଟୁଥିଲେ ଧାନ, ଏବେ ପଢ଼ିବେ ଡାକ୍ତରୀ ପାଠ; ଖର୍ଚ୍ଚ ବହନ କରିବେ ସରକାର
ବାଲିଗୁଡ଼ା,୭ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ତାଙ୍କର ବାପା ଅତ୍ୟନ୍ତ ଗରିବ ହୋଇଥିବାବେଳେ ସେ ହଷ୍ଟେଲ ଏବଂ ଅନ୍ୟାନ୍ୟ ପାଠପଢ଼ା ଖର୍ଚ୍ଚ ପାଇଁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିଲେ। ଇଫୁ…
ଡାକ୍ତରଖାନା ପରିସରରେ ଶିଶୁପୁତ୍ରକୁ ଫିଙ୍ଗି ପଳାଇଲେ
କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବୁଧବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡ଼ିଛି। କିଏ କେବେ ଫୋପାଡ଼ିଛି ଜଣା ପଡ଼ି ନ ଥିଲେ ହେଁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ସୂଚନାନୁସାରେ, ଜିଲା ମୁଖ୍ୟ…
ପୁଣି ବାଂଲାଦେଶଠାରୁ ହାରିଲା ଭାରତ
ଢାକା,୭।୧୨: ଦ୍ୱିତୀୟ ଦିନିକିଆରେ ବାଂଲାଦେଶ ଭାରତକୁ ପାଞ୍ଚ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ସିରିଜ୍ ବିଜୟ ହାସଲ କରିଛି। ଢାକାସ୍ଥିତ ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୫୦ ଓଭରରେ…
ଗେହଲଟ୍ ସରକାରରେ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ଅଶ୍ଳିଳ ଭିଡିଓ ଭାଇରାଲ, ଇସ୍ତଫା ଦାବି କଲା ଭାଜପା
ଜୟପୁର,୭।୧୨: ରାଜସ୍ଥାନରେ ଏକ ଅଶ୍ଳିଳ ଭିଡିଓ ଭାଇରାଲ ହେବା ପରେ ରାଜନୀତି ସରଗରମ ହୋଇଛି। ରାଜ୍ୟର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସାଲେହ ମହମ୍ମଦଙ୍କର ଏହି ଭିଡିଓ ବୋଲି ଭାଜପା ଅଭିଯୋଗ କରିବା ସହ ତାଙ୍କର ଇସ୍ତଫା ଦାବି କରିଛି। ଭାଜପା ଟୁଇଟ୍…
ମୋଦିଙ୍କ ଆଶୀର୍ବାଦ ଲୋଡିଲେ କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ଏକ ବଡ଼ ବିଜୟ ହାସଲ କରିଛି। ବୁଧବାର ଏମସିଡି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରି ୧୩୪ଟି ଆସନ…
ଜେଲେନସ୍କି ‘ପର୍ସନ ଅଫ୍ ଦ ଇଅର’
ନୂଆଦିଲ୍ଲୀ,୭।୧୨: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ବିଶ୍ୱ ପ୍ରସିଦ୍ଧ ମାଗାଜିନ୍ ‘ଟାଇମ୍’ ‘ପର୍ସନ ଅଫ ଦ ଇଅର ୨୦୨୨’ ଘୋଷଣା କରିଛି। ସଦ୍ୟ ପ୍ରକାଶିତ ତାଲିକାରେ ଜେଲେନସ୍କିଙ୍କୁ କଭର୍ ପେଜ୍ରେ ସ୍ଥାନ ଦିଆଯାଇଛି। ଗତ ୧୦ ମାସ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଆସୁଥିବା…
ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ମନା
ପୁରୀ ଅଫିସ,୭ା୧୨: ଏଣିକି ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍ ବ୍ୟବହାର ହୋଇପାରିବ ନାହିଁ। ଛତିଶା ନିଯୋଗ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ କି ପ୍ୟାଡ ଫୋନ୍ ବ୍ୟବହାର କରିପାରିବେ ସେବାୟତ ଓ ପ୍ରାଧିକୃତ ଅଧିକାରୀ। ନୀତି ସମ୍ପର୍କିତ ସୂଚନା ପାଇଁ କେବଳ…
ଦିଲ୍ଲୀର ପ୍ରଥମ ଟ୍ରାନ୍ସଜେଣ୍ଡର କାଉନସିଲର୍ ହେଲେ ବବି କିନ୍ନର
ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ମହାନଗର ନିଗମ(ଏମ୍ସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ବବି କିନ୍ନର ଇତିହାସ ରଚିିଛନ୍ତି। ସେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଏମ୍ସିଡିର କାଉନସିଲର ହେବେ। ନିର୍ବାଚନରେ ସେ ସୁଲତାନପୁରୀ ୪୩ଏ ୱାର୍ଡରୁ ବିଜେତା ହୋଇଛନ୍ତି। ତେବେ ବବି କିନ୍ନର…
ଫୁଲ ତୋଳୁଥିଲେ ମହିଳା, ସୁନା ଚେନ୍ ଝାମ୍ପିନେଲେ ଲୁଟେରା
କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କଲେଜରୋଡ୍ ସାତସିଙ୍ଗା ନିକଟରେ ଜଣେ ମହିଳାଙ୍କଠାରୁ ସ୍ପଷ୍ଟ ଦିବାଲୋକରେ ସୁନା ଚେନ୍ ଲୁଟ୍ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ବୁଧବାର ଅପରାହ୍ନରେ ଦୀପ୍ତିମୟୀ ରାଉତ ଫୁଲ ତୋଳୁଥିବାବେଳେ ଘର ନିକଟରେ ଜଣେ ଯୁବକ…
କ୍ରିକେଟର ମଇଳା ସଫା କରିବାକୁ ମୋ’ ପରିବାର ଓ୍ବାଶିଂ ମେଶିନ ହେବ ନାହିଁ: ଓ୍ବାର୍ନର
ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିୟ କ୍ରିକେଟ ଦଳର ତାରକା ଓପନର୍ ଡେଭିଡ୍ ଓ୍ବାର୍ନର ତାଙ୍କ ଉପରେ ଲାଗିଥିବା ଅଧିନାୟକତ୍ୱରେ ଆଜୀବନ ପ୍ରତିବନ୍ଧକର ସମୀକ୍ଷା ଆବେଦନକୁ ପ୍ରତ୍ୟାହାର କରୁଛନ୍ତି। ଏଥିସହିତ ସେ ଇଣ୍ଡିପେଣ୍ଡଣ୍ଟ ରିଭ୍ୟୁ ପ୍ୟାନେଲ ଏବଂ ଆସିଷ୍ଟାଣ୍ଟ କାଉନ୍ସିଲର ତିବ୍ର ସମାଲୋଚନା କରିଛନ୍ତି। ପ୍ୟାନେଲ୍…
Archives


